Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପୁଣି ମ୍ୟାଜିକ ପେନରେ ଲୁଟ, ବ୍ୟବସାୟୀଙ୍କୁ ଚୂନ ଲଗାଇଲେ ଲୁଟେରା

8/03/2020 at 7:14 PM

ଭୁବନେଶ୍ୱର, ୦୮|୦୩:  ରାଜଧାନୀରେ ପୁଣି ମ୍ୟାଜିକ ପେନ୍ ଜରିଆରେ ଲୁଟ। ହଁସପାଳର ଜଣେ ଟାୟାର ବ୍ୟବସାୟୀଙ୍କୁ ଚୁନ ଲଗାଇଲେ ଲୁଟେରା । ଗତକାଲି ମ୍ୟାଜିକ ପେନ୍‌ ଜରିଆରେ ଲୁଟ୍‌ ହୋଇଥିବା ବେଳେ ସମାନ ଢଙ୍ଗରେ ପୁଣି ଲୁଟ୍‌ କରିଛନ୍ତି ଲୁଟେରା।

ସମାନ ଢଙ୍ଗରେ ଲୁଟ। ମ୍ୟାଜିକ ପେନ୍‌ରେ ଲେଖି ଚୂନ ମାରିଦେଲେ ୭୬ ହଜାର । କ୍ୟାନସଲ ଚେକରେ ଦସ୍ତଖତ ନେଇ ବ୍ୟାଙ୍କ  ଆକାଉଣ୍ଟ୍ ଖାଲି କରିଦେଲେ । ଏଥର ମ୍ୟାଜିକ ପେନର ଶିକାର ହେଲେ ହଁସପାଳର ଟାର ବ୍ୟବସାୟୀ ।ବ୍ୟବସାୟୀ କୃଷ୍ଣ ପାଢୀଙ୍କ ପାଖକୁ ଆସିଲା ଫୋନକଲ।ଆପଣ ଲୋନ ନେବାକୁ ଚାହୁଁଛନ୍ତି । କୃଷ୍ଣ ଙ୍କର ଆବଶ୍ୟକ ଥିଲା ଦଶଲକ୍ଷ ।ଆଉ ସମାନ ଢଙ୍ଗରେ କ୍ୟାନସଲ ଚେକରେ  କଲେ ବସ୍ତଖତ ଆଉ ଗୋଟିଏ ଘଣ୍ଟାରେ ଆକାଉଣ୍ଟ୍ ରୁ ଖାଲି ହେଇଗଲା ୭୬ହଜାର  ୫ଶହ ଟଙ୍କା ।ଲୁଟେରାମାନେ ମ୍ୟାଜିକପେନ ଜରିଆରେ ଏଭଳି ଲୁଟ୍‌ କରିଥିବା ଜଣାଯାଇଛି।

ଗତ ୬ତାରିଖ ରେ ସମାନ ଢଙ୍ଗରେ ଲୋନ ଦେବାକୁ କହି ବାପୁଜୀ ନଗର ଠାରେ ଥିବା ଏକ ସୋରୁମ ମ୍ୟାନେଜରଙ୍କ  ଆକାଉଣ୍ଟ୍ କୁ ଖାଲି କରିଦେଇଥିଲା ଲୁଟେରା। ସେଥିରେ ବି ମ୍ୟାଜିକ ପେନ ବ୍ୟବହାର କରାଯାଇଥିଲା। ତେବେ ଆକାଉଣ୍ଟ୍ ଖାଲି କରୁଥିବା ଏକାଧିକ ଲୋକଙ୍କ ଏକ ଅଭିନବ ଗ୍ୟାଙ୍ଗ ଏବେ ଘୁରିବୁଲୁଥିବା  ଜଣାପଡିଛି । ଏହି ମ୍ୟାଜିକ ପେନ ଗ୍ୟାଙ୍ଗରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ନହେଲେ ଲୁଟେରା ଜାଣନ୍ତେ ବା କେମିତି ଆକାଉଣ୍ଟରେ କେତେ ଟଙ୍କା ଅଛି।  ହଁସପାଳର ମିଳିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କଲେ ଦୁଇଟି ଘଟଣାରେ ଗୋଟିଏ ଗ୍ୟାଙ୍ଗରେ ହାତ ଥିବା ଜଣାପଡ଼ିଛି।

   Related Posts