ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଛି ମାଘମେଳା

Published By : Prameya-News7 Bureau | February 07, 2020 IST

ସୁବର୍ଣ୍ଣପୁର ୦୭।୦୨ -  ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଛି  ମାଘମେଳା ।

{"id":221485,"sizeSlug":"large"}

ଚାରି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳା  ମହିମାଧର୍ମୀ ସାଧୁସନ୍ୟାସୀଙ୍କ ଭଜନ ଜଣାଣରେ ମୁଖରିତ  ହୋଇଉଠୁଛି  ।

{"id":221488,"sizeSlug":"large"}

 ସନ୍ଥ ଭୀମଭୋଇଙ୍କ ସମାଧିପୀଠରେ ହଜାର ହଜାର ମହିମାଧର୍ମୀ ସାଧୁ ସନ୍ୟାସୀ ,ଭୀମଭୋଇ ସାହିତ୍ୟ ରସିକ ,ଗବେଷକ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଛି  ।

{"id":221490,"sizeSlug":"large"}

 ମାଘମେଳା ଉତ୍ସବ ଅବସରରେ ଏହି ସମାଧୀପୀଠରେ ମାଘ ଚତୁର୍ଦ୍ଧଶୀ ଓ ପୂର୍ଣ୍ଣମୀ ତିଥିରେ ଖୋଲା ରହୁଥିବା ପାଦୁକା ମନ୍ଦିର ଓ ଶୂନ୍ୟ ମନ୍ଦିର ଦର୍ଶନ ପାଇଁ ବେଶ ଭିଡ ଜମୁଛି  ସନ୍ଥ ପୀଠରେ  ।

{"id":221491,"sizeSlug":"large"}

ଚାରିଦିନ ଧରି ପାଳିତ ହେଉଥିବା ଏଥର ମାଘମେଳାରେ ରାଜ୍ୟ ତଥା ପଡୋଶୀ ରାଜ୍ୟ ଗୁଡିକରୁ ବି ମହିମାଧର୍ମୀ ସାଧୁ ସନ୍ୟାସୀ ସାମିଲ ହେ।ଇଛନ୍ତି । ମନ୍ଦିର ପରିସରରେ ସମୂହ ମହିମା ଭଜନ ଚାଲିଛି  ।ଏହା  ସହିତ  ପ୍ରସାଦ ସେବନ  ବାହାରେ ମେଳାରେ  ଦୋକାନ ବଜାର ,ମିନାବଜାର ଲାଗିଛି  ।

{"id":221494,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.