ଲୁହା କଣ୍ଟାରେ ଫୋଡି ହୋଇ ଆଦିବାସୀଙ୍କ ସ୍ବତନ୍ତ୍ର ପୂଜା ଓ ଭିନ୍ନ ଏକ ପରମ୍ପରା- ମାଘ ମଣ୍ଡେଇ

Published By : Prameya-News7 Bureau | February 17, 2020 IST

ନବରଙ୍ଗପୁର ୧୭।୦୨ - ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ବର୍ଷ ତମାମ କଷ୍ଟ ସହି ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ସେହି ଫସଲକୁ ଗ୍ରାମଦେବତୀ ହିଁ ସୁରକ୍ଷା ଦେଇଥାନ୍ତି ବୋଲି ସେମାନଙ୍କ ବିଶ୍ବାସ ।

{"id":225717,"sizeSlug":"large"}

ତେଣୁ ଅମଳ ପରେ ଫସଲକୁ ନୈବେଦ୍ୟ ଆକାରରେ ଗ୍ରାମଦେବତୀଙ୍କ ନିକଟରେ ପୂଜା କରାଯାଏ । ଏହି ଅବଦାନ ପାଇଁ ଉପାସନାର ପର୍ବ ହେଉଛି ମାଘ ମଣ୍ଡେଇ ।

{"id":225718,"sizeSlug":"large"}

ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ାରେ ଆଦିବାସୀଙ୍କ ଏହି ସ୍ବତନ୍ତ୍ର ପୂଜାରେ ରହିଛି ଭିନ୍ନ ଏକ ପରମ୍ପରା । ମା ଙ୍କ ପ୍ରତୀକ ଲାଠି ଗାଦି ଏକାଠି ରଖାଯାଇ ପୂଜା କରାଯାଏ । ମା’ ସବୁ ବାଧାବିଘ୍ନ ଦୂର କରିଥିବାରୁ କୃତଜ୍ଞତା ଜଣାଇ କିଏ ଲୁହା କଣ୍ଟାର ଚୌକିରେ ବସିଥାଏ ତ ଆଉ କିଏ ନିଜ ମୁହଁ ରେ ଲୁହା କଣ୍ଟା ଫୋଡି ହୋଇଥାଏ ।

{"id":225719,"sizeSlug":"large"}

ଆଉକେହି କଣ୍ଟା ଦୋଳି ରେ ଝୁଲି ଥାଏ ଓ କଣ୍ଟା ଶିକୁଳିରେ ନିଜ ଦେହରେ ମାରି ନିଜ କୁ କଷ୍ଟ ଦେଇଥାଏ । ମା’ ଙ୍କ କୃପାରୁ ଉତ୍ପାଦିତ ଫସଲରୁ ପ୍ରସ୍ତୁତ ଖେଚୁଡ଼ି କରି ,ନୈବେଦ୍ୟ ଆକାରରେ ଗ୍ରାମ ଦେବତୀ ଙ୍କୁ ପ୍ରଦାନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.