ମୂଷାକୁ ମିଳିଲା ବୀରତ୍ୱ ପୁରସ୍କାର: ରକ୍ଷା କରିଛି ହଜାର ହଜାର ଲୋକଙ୍କ ଜୀବନ

Published By : Prameya-News7 Bureau | September 26, 2020 IST

କମ୍ବୋଡିଆ ୨୬/୦୯ : ଜୀବଜନ୍ତୁଙ୍କ ବାହାଦୁରୀ ସମ୍ପର୍କରେ ଅନେକ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଛି । ଅଧିକାଂଶ ସମୟରେ ଜୀବଜନ୍ତୁ ଲୋକଙ୍କ ଜୀବନ ରକ୍ଷା କଲାଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଫ୍ରିକାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଆଫ୍ରିକାର ଏକ ବିଶାଳ ମୂଷାକୁ ବ୍ରିଟେନର ଏକ ସଂସ୍ଥା ବାହାଦୁରୀ ପାଇଁ ସ୍ଵର୍ଣ ପଦକରେ ସମ୍ମାନିତ କରିଛି । ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ମାଗାୱା ନାମକ ବିଶାଳ ମୂଷା କମ୍ବୋଡିଆରେ ନିଜର ଶୁଙ୍ଘିବା କ୍ଷମତା ଯୋଗୁଁ ୩୯ ବାରୂଦ ସୁଡ଼ଙ୍ଗର ପତା ଲଗାଇଥିଲା । ଏହି ମୂଷା ୨୮ଟି ଜୀବନ୍ତ ବିସ୍ଫୋରକର ପତା ଲଗାଇ ହଜାର ହଜାର ଲୋକଙ୍କ ପ୍ରାଣ ରକ୍ଷା କରିଛି । ସେଥିପାଇଁ ତାକୁ ସ୍ଵର୍ଣ ପଦକରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଜିତିବାରେ ସେ ପ୍ରଥମ ମୂଷା । ମାଗାୱାର ବୟସ ସାତ ବର୍ଷ ।

{"id":334665,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ବ୍ରିଟେନର ଏକ ଚାରିଟି ସଂସ୍ଥା PDSA ଏହି ମୂଷାକୁ ସମ୍ମାନିତ କରିଛି । ମାଗାୱା ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆର ୧.୫ ମିଲିୟନ୍ ବର୍ଗଫୁଟ ଅଞ୍ଚଳକୁ ଲ୍ୟାଣ୍ଡମାଇନ୍ ମୁକ୍ତ କରିବାରେ ସାହାଯ୍ୟ କରିଥିଲା । ଏହି ଲ୍ୟାଣ୍ଡମାଇନ୍ ଗୁଡିକ ୧୯୭୦ ଏବଂ ୧୯୮୦ ଦଶକର ଯେତେବେଳେ କାମ୍ବୋଡିଆରେ ବର୍ବର ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।

{"id":334667,"sizeSlug":"large"}

ବାସ୍ତବରେ, ୧୯୭୦ ରୁ ୧୯୮୦ ଦଶକରେ କାମ୍ବୋଡିଆ ଭୟଙ୍କର ଗୃହଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିଲା । ଏହି ସମୟରେ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ବିପୁଳ ପରିମାଣର ଲ୍ୟାଣ୍ଡମାଇନ୍ ରଖାଯାଇଥିଲା । କିନ୍ତୁ, ଗୃହଯୁଦ୍ଧ ଶେଷ ହେବା ପରେ ଏହି ସୁଡ଼ଙ୍ଗଗୁଡିକ ସେଠାକାର ସାଧାରଣ ଲୋକଙ୍କ ପ୍ରାଣ ନେଉଥିଲା ।

ବିସ୍ଫୋରକରେ କିଭଳି ରାସାୟନିକ ତତ୍ତ୍ୱ ପତା କରାଯାଏ ଏବଂ ବେକାର ପଡିଥିବା ଧାତୁକୁ ଅଣଦେଖା କରିବାକୁ ମୂଷାକୁ ଶିକ୍ଷା ଦିଆଯାଇଥାଏ । ଯାହାଫଳରେ ସେମାନେ ଖୁବ ଶୀଘ୍ର ବାରୂଦ ସୁଡ଼ଙ୍ଗ ପତା କରିପାରନ୍ତି । ଥରେ ସୁଡ଼ଙ୍ଗ ପାଇଗଲେ ସେମାନେ ନିଜର ମାନବ ସାଥିଙ୍କୁ ଏ ସମ୍ପର୍କରେ ସୂଚାଇ ଦେଇଥାନ୍ତି ।

{"id":334668,"sizeSlug":"large"}

ବ୍ରିଟିଶ ଚାରିଟି ପିଡ଼ିଏସଏ ଏହିଭଳି ଏକ ସଂସ୍ଥା ଯାହା ପ୍ରତିବର୍ଷ ଭଲ କାମ କରିଥିବା ଜୀବଜନ୍ତୁଙ୍କୁ ପୁରସ୍କୃତ କରିଥାଏ । ଏହି ସଂସ୍ଥାର ୭୭ ବର୍ଷର ଇତିହାସରେ ପ୍ରଥମଥର ଏକ ମୂଷା ପୁରସ୍କାର ଜିତିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.