ଦାଉଦ ଇବ୍ରାହିମଠୁ କରିମ ଲାଲା, ହାଜି ମସ୍ତାନୀଠୁ ଶରଦ ସେଟ୍ଟୀ : ମହାରାଷ୍ଟ୍ର ପଲିଟିକ୍ସରେ ଡନ୍‌ଙ୍କ କଳା ଇତିହାସ, ଆଜିବି ମନେପଡେ ୧୯୯୩ ମୁମ୍ବାଇ ବିସ୍ଫୋରଣ

Published By : Prameya-News7 Bureau | November 13, 2021 IST

ମୁମ୍ବାଇ ୧୩/୧୧ :  କମର୍ସିଆଲ ଷ୍ଟେଟ୍‌ରେ ଡନ୍ ପଲିଟିକ୍ସ । ବାହୁବଳୀଙ୍କ ଦବଦବା । ଗଣତାନ୍ତ୍ରୀକ ଅଧିକାର ଫାଙ୍କରେ କ୍ଷମତା ହାସଲର ଗୁଣ୍ଡାରାଜ । ଡ୍ରଗ୍ସ ଲିଙ୍କ କେସରୁ ପୁଣି ସାମ୍ନାକୁ ଆସିଛି ମହାରାଷ୍ଟ୍ର ରାଜନୀତିରେ ବାହୁବଳୀଙ୍କ ପତିଆରା । ମନ୍ତ୍ରୀ ନଓ୍ବାବ୍ ମଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କ ମଧ୍ୟରେ ଟ୍ବିଟ୍ର ଓ୍ବାର୍ ଏହାର ନଗଦ ପ୍ରମାଣ । ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନବୀସ, ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ ଆଣିବା ପରେ ଚିହିକି ଉଠିଛନ୍ତି ଏନ୍ସିପି ନେତା । ଫେକ୍ ନୋଟ ରାକେଟ୍ ଆଉ ରିୟାଜ୍ ଭଟ୍ଟିର ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ କଥା କହି ବିଜେପି ନେତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି ନଓ୍ବାବ ମଲିକ । ଆଉ ଏହି ପଲିଟିକାଲ ଓ୍ବାର ମହାରାଷ୍ଟ୍ର ରାଜନୀତିରେ ଅଣ୍ଡରଓ୍ବାର୍ଲ୍ଡ ଲିଙ୍କକୁ ପଦାରେ ପକାଇଛି ।

wp:gallery {"ids":[543332],"linkTo":"none"} /wp:gallery

ବର୍ଷେ କି ଦୁଇ ବର୍ଷ ନୁହେଁ ୩୦ ବର୍ଷ ଧରି ଅଣ୍ଡରଓ୍ବାର୍ଲ୍ଡ ଡନ୍‌ଙ୍କ କବ୍‌ଜାରେ ଥିଲା ମହାରାଷ୍ଟ୍ର ପଲିଟିକ୍ସ ରିମୋଟ୍ ।ଭୋଟ ମଇଦାନକୁ ଲମ୍ପ ମାରନ୍ତି ଡନ୍ । କରିମ ଲାଲାଠୁ ଦାଉଦ ଇବ୍ରାହିମ, ହାଜି ମସ୍ତାନୀଠୁ ଶରଦ ସେଟ୍ଟୀ । ଏ ସମସ୍ତେ ସାଜିଥିଲେ ଛାୟା ନେତା । ପ୍ରଛଦ ପଟରେ ରହି ତିଆରି କରୁଥିଲେ ପଲିଟିକାଲ ବେସ୍ । ପଠାନ୍ ଗ୍ୟାଙ୍ଗର ଲିଡର କରିମ ଲାଲା । ନାଁ ଶୁଣିଲେ ଥରହର ହେଉଥିଲେ ନେତା-ମନ୍ତ୍ରୀ । ୨ସହଯୋଗୀ ହାଜି ମସ୍ତାନ ଆଉ ଭରଦ ରଜ୍ଞନ ମୁଦାଲିଆର ସହ ମିଶି ବଢାଇଥିଲା ସାମ୍ରାଜ୍ୟ । ୨୦ ବର୍ଷ ଧରି ମହାରାଷ୍ଟ୍ରରେ ଖେଳାଇଥିଲା ଆତଙ୍କ ।

wp:gallery {"ids":[543333],"linkTo":"none"} /wp:gallery

ହାଜି ମସ୍ତାନ ଓରଫ୍ ସୁଲତାନ ମିର୍ଜା । ମାଫିଆ ଗ୍ୟାଙ୍ଗର ଆଉ ଜଣେ ସର୍ଦ୍ଦାର । ୨୦ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ପତିଆରା ଜାହିର କରିଥିଲା ହାଜି ମସ୍ତାନ । ପୋଲିସ ଆଉ ପ୍ରଶାସନକୁ ବି ହାତ ମୁଠାରେ ରଖିଥିଲା । କରିମ ଲାଲା ସହ ମିଶି ବଢାଇଥିଲା ଅପରାଧିକ ସାମ୍ରାଜ୍ୟ । ଶିବ ସେନା ସୁପ୍ରିମୋ ବାଲ୍ ଠାକ୍‌ରେଙ୍କ ସହ ହାଜି ମସ୍ତାନୀର ଥିଲା ଖାସ୍ ଦୋସ୍ତୀ । ତାଲିକା ବହୁତ ଲମ୍ବା । ଅଣ୍ଡର ଓ୍ବାର୍ଲ୍ଡର ଆଉ ଜଣେ ପାଓ୍ବାର କରିଡର ଥିଲା ଅରୁଣ ଗୌଲି । ସେ ବି ବାଲ୍‌ ଠାକ୍‌ରେଙ୍କ ଖୁବ ନିକଟତର ଥିଲା । ଏହା ବାଦ୍ ବଲିଉଡକୁ ବି କଣ୍ଟେ୍ରାଲ କରୁଥିବା ନଜିର ରହିଛି ।

wp:gallery {"ids":[543334],"linkTo":"none"} /wp:gallery

ଦାଉଦ ଇବ୍ରାଇମ । କ୍ରାଇମ ସିଣ୍ଡିକେଟ ଡି-କମ୍ପାନୀର ସର୍ବେସର୍ବା । ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ । ଆତଙ୍କବାଦ, ମର୍ଡର, ଟାର୍ଗେଟ କିଲିଂ, ଡ୍ରଗ୍ସ କାରବାର ଭଳି ସଙ୍ଗୀନ ଅପରାଧ । ଏପରିକି ମହରାଷ୍ଟ୍ରରେ ନେତା-ମନ୍ତ୍ରୀଙ୍କୁ କଣ୍ଟେ୍ରାଲ କରୁଥିଲା ଦାଉଦ । ୧୯୯୩ରୁ ଅଣ୍ଡର ଗ୍ରାଉଣ୍ଡ ଥିବା ଦାଉଦ ଏବେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ । ପାକିସ୍ତାନରେ ଲୁଚିରହିଥିବା ନେଇ ଖବର ଥିଲେ ବି କେହି ଟେର୍ ପାଉନାହାନ୍ତି ।

wp:gallery {"ids":[543335],"linkTo":"none"} /wp:gallery

କରିମ ଲାଲା ଭଳି ଡନ୍‌କୁ ଭେଟିବାକୁ ଯାଉଥିଲେ ସେବେର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ହାଜି ମସ୍ତାନ୍ ଭଳି କୁଖ୍ୟାତ ସ୍ମଗଲରକୁ ବି ଅତିଥି ଭାବେ ନିମନ୍ତ୍ରଣ କରାଯାଉଥିଲା । କେବଳ ସେତିକି ନୁହେଁ, ମୁମ୍ବାଇ ପୋଲିସର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେ ନିଷ୍ପତ୍ତି ନେଉଥିଲେ ଦାଉଦ ଇବ୍ରାହିମ, ଛୋଟା ସକିଲ ଆଉ ଶରଦ ସେଟ୍ଟୀ ଭଳି ଅଣ୍ଡରଓ୍ବାର୍ଲ୍ଡ ଡନ୍ । ୨୦୨୦ଜାନୁଆରୀରେ, ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ ନେଇ କଂଗ୍ରେସ ନେତାଙ୍କ ଧଜିଆ ଉଡାଇଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ । କିନ୍ତୁ ଏବେ ସେଇ ଶିବସେନା ସହ ମିଶି ସରକାର କରିଛି କଂଗ୍ରେସ ।

wp:gallery {"ids":[543336],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.