କୋଡ ଓ୍ୱାର୍ଡରେ ବିକ୍ରି ହେଉଛି ବ୍ରାଉନ ସୁଗାର- ଧଳାଜହର କବଳରେ କେନ୍ଦ୍ରାପଡା

Published By : Prameya-News7 Bureau | September 25, 2019 IST

କେନ୍ଦ୍ରାପଡା ୨୫।୦୯ - ଏକଦା ମାଫିଆ ଡନ୍‌ ଙ୍କ ଆଡ୍ଡା ସ୍ଥଳ, ରାଜ୍ୟର ଅପରାଧ ରାଜଧାନୀ ଭାବେ ନାଁ କରିଥିବା କେନ୍ଦ୍ରାପଡା ଜିଲ୍ଲା ଏବେ ଧଳାଜହର କବଳରେ । ରାସ୍ତାକଡରୁ ଜଣେ ବ୍ୟବସାୟୀଙ୍କ ଠାରୁ ୨୫ଗ୍ରାମ ବ୍ରାଉନ୍‌ ସୁଗାର ଜବତ ପରେ ଏନେଇ ପୋଲିସର ଚିନ୍ତା ବଢିଯାଇଛି । କେନ୍ଦ୍ରାପଡାରେ ବ୍ରାଉନ୍ ସୁଗାରର ନେଟୱର୍କ ସମ୍ପର୍କରେ କେନ୍ଦ୍ରୀୟ ଅବାକାରୀ ଗୁଇନ୍ଦା ହାତରେ ଲାଗିଛି ଏମିତି ଏକ ବଡ ତଥ୍ୟ….

{"id":162707}

କେନ୍ଦ୍ରାପଡାରୁ ଧଳା ଜହର ଜବତ । ରାସ୍ତା କଡରେ ବସି ବ୍ୟବସାୟ କରୁଥିବା ଜାହିଦ୍ ଖାଁ ନାମଙ୍କ ଜଣେ ବ୍ୟବସାୟୀ ଠାରୁ ୨୫ ଗ୍ରାମରୁ ଅଧିକ ପରିମାଣର ଧଳା ଜହର ଜବତ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୁଲ୍ୟ ୨ଲକ୍ଷ ୫୦ହଜାରରୁ ଅଧିକ । ବଡକଥା ହେଉଛି ଜଳେଶ୍ବରର ଜଣେ ହୋଲସେଲ୍ ବ୍ୟବସାୟୀଙ୍କ ଠାରୁ କେନ୍ଦ୍ରାପଡାର ଏକ ୫ଜଣିଆ ବ୍ୟବସାୟୀ ଟିମ୍ ପ୍ରାୟ ୪କୋଟି ଟଙ୍କାର ବ୍ରାଉନ୍‌ ସୁଗାର ଆଣିଥିବା ଗୁଇନ୍ଦା ବିଭାଗ ଖବର ପାଇଛି ।  ବ୍ୟବସାୟୀ ମାନେ ଟ୍ରେନ୍‌ , ବସ୍‌ ଓ କାର୍‌ ମଧ୍ୟମରେ ଏସବୁ ଜିଲ୍ଲା ଭିତରକୁ ଆଣୁଛନ୍ତି ।

{"id":162709}

  କେନ୍ଦ୍ରାପଡାରେ ବ୍ରାଉନ୍ ସୁଗାର ପହଁଚିବା ପରେ ଏଜେଣ୍ଟଙ୍କ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଚଳକୁ ଏହା ସପ୍ଲାଇ ହେଉଛି । ଏସବୁକୁ ୩ ଶହ କିମ୍ବା ୪ଶହ ଟଙ୍କିଆ ପୁଡିଆ କରି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। 

{"id":162708}

 ଜାହିଦ୍ ଖାଁକୁ ଧରିବାକୁ ବେଶ୍ ଚତୁରତାର ସହ ଜାଲ ବିଛାଇଥିଲା କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ। ୨୨ ତାରିଖ ରାତିରେ କେନ୍ଦ୍ରାପଡାକୁ ବ୍ରାଉନ୍‌ସୁଗାର ଆସିଥିବା ନେଇ ସୂଚନା ପାଇଥିଲା ବିଭାଗ।  ଆଉ ୨୩ ତାରିଖ ଦିନ ପ୍ରାୟ୧୧ଟାରେ ଅବକାରୀ ଗୁଇନ୍ଦା ବିଭାଗର ଜଣେ କନେଷ୍ଟବଳ ନିଶା ଖାଇବାର ଅଭିନୟ କରି ଜାହିଦ୍ ଖାନ୍ ପାଖରେ ପହଁଚିଥିଲେ।  ତେବେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ପ୍ରଥମେ ମାଲ୍ ଦେବାକୁ ମନା କରିଦେଇଥିଲା ଜାହିଦ୍। ପରେ କନେଷ୍ଟବଳ ଜଣଙ୍କ କୋର୍ଡ ୱାର୍ଡ 'ଚିଟି' ଓ 'ପାଉ' ବ୍ୟବହାର କରିଥିଲେ।  ଆଉ କୋର୍ଡ ୱାର୍ଡ 'ଚିଟି' ଶୁଣିବା ପରେ ଜାହିଦ୍ ଖାନ୍ ମୁଣାରୁ ବାହାରି ଥିଲା ଏହି ଧଳା ଜହର । ପୂର୍ବରୁ ଦୂରରେ ଛକି ରହିଥିବା ବିଭାଗୀୟ ଅଧିକାରୀ ଜାହିଦ୍ କୁ ବ୍ରାଉନ୍ ସୁଗାର ସହିତ କାବୁ କରି କରିଥିଲେ ….  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.