ତାମିଲନାଡୁ ମୀନାକ୍ଷୀ ମନ୍ଦିରକୁ ବୋମା ଧମକ୍, ସୁରକ୍ଷା କଡାକଡି ,ଯାଞ୍ଚ କରୁଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ

Published By : Prameya-News7 Bureau | November 28, 2019 IST

ମଦୁରାଇ ୨୮।୧୧ :  ତାମିଲନାଡୁ ମଦୁରାଇସ୍ଥିତ ମୀନାକ୍ଷୀ ମନ୍ଦିରକୁ ବୋମା ଧମକ ଦିଆଯିବା ପରେ ମନ୍ଦିରର ସୁରକ୍ଷା କଡାକଡି କରାଯାଇଛି। ସମଗ୍ର ଅଞ୍ଚଳକୁ ପୋଲିସ ନିଜ ଆୟତ୍ତକୁ ନେଇଥିବା ବେଳେ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଡକାଇ ମନ୍ଦିରର ପ୍ରତି ଇଞ୍ଚ ଅଞ୍ଚଳକୁ ଯାଞ୍ଚ କରାଉଛି। ବୁଧବାର ରାତିରେ ପୋଲିସକୁ ମୀନାକ୍ଷୀ ମନ୍ଦିର ନେଇ ବୋମା ଧମକ ଦିଆଯାଇଥିଲା।

{"id":191232,"sizeSlug":"large"}

ଏକ ଇ-ମେଲ ଯୋଗେ ପୋଲିସକୁ ଏହି ବୋମା ଧମକ ମିଳିଥିଲା। ସେହି ଅନୁସାରେ ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିବା ବେଳେ ମନ୍ଦିରରେ ପୂଜା କାର୍ଯ୍ୟ ଓ ଦର୍ଶନ ସ୍ୱଭାବିକ ରହିଛି। ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର ମଦୁରାଇରେ ଥିବା ମୀନାକ୍ଷୀ ଆମାନ ମନ୍ଦିରକୁ ପ୍ରତ୍ୟହ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଏଣୁ ମନ୍ଦିରର ସୁରକ୍ଷାକୁ ପୋଲିସ କଡି କଡି କରିଛି।

{"id":191233,"sizeSlug":"large"}

ବୋମା ଧମକ ଆସିଥିବା ଇ-ମେଲର ସାଇବର ଯାଞ୍ଚ ଚାଲିଥିବା ବେଳେ ମନ୍ଦିରକୁ ଆସୁଥିବା ଭକ୍ତଙ୍କ କଡାକଡି ଯାଞ୍ଚ କରୁଛି ପୋଲିସ। ମନ୍ଦିର ପରିସର ଓ ବାହାରେ ତଥା ବିଭିନ୍ନ ସୁରକ୍ଷା ଟାୱାରରେ ଏବେ ୫ଶହରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ମନ୍ଦିରର ପ୍ରତି ଗତିବିଧି ଉପରେ ଏବେ ପୋଲିସର ତୀକ୍ଷ୍ଣ ନଜର ଥିବା ସୁରକ୍ଷା କର୍ମୀମାନେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.