Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କରୋନା ଭୟାବହତା : କେରଳରେ ମଦ୍ରାସା ପିଲାଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା

18/03/2020 at 10:49 AM

କୋଝିକୋଡ଼ ୧୮/୦୩ : ସାରା ବିଶ୍ୱରେ କରୋନା ଭାଇରସ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରି ରଖିଛି | ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷଣା କରିଛନ୍ତି | ଏହା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ସରକାର ଆଡ଼ଭାଇଜାରୀ ଜାରି କରିଛନ୍ତି | ସମସ୍ତ ସ୍କୁଲ, କଲେଜ, ଜିମ, ନାଇଟ କ୍ଲବ, ସ୍ପା ସେଣ୍ଟର, ସ୍ଵିମିଙ୍ଗ ପୁଲ, ସପିଙ୍ଗ ମଲ ଆଦି ବନ୍ଦ କରିଦିଆଯାଇଛି | ଜନଗହଳିପୂର୍ଣ୍ଣ ଜାଗାକୁ ଯିବାକୁ ବାରଣ କରାଯାଉଛି | ଏଭଳି ସ୍ଥିତିରେ କେରଳରେ ମଦ୍ରାସାଗୁଡିକ ମଧ୍ୟ ବନ୍ଦ କରିଦିଆଯାଜିଛି | ତେବେ ପିଲାଙ୍କୁ ଶିକ୍ଷା ଦେବାପାଇଁ ଅନଲାଇନ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ରାଜ୍ୟର ଅନେକ ମୁସଲିମ ସଂସ୍ଥା ପିଲାଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି |   

ସମସ୍ଥ କେରଳ ସୁନ୍ନି ବିଦ୍ୟାପୀଠ ବୋର୍ଡ, ରାଜ୍ୟରେ ୯ ହଜାର ମଦ୍ରାସା ପରିଚାଳନା କରୁଛନ୍ତି | ଏହି ୯ ହଜାର ମଦ୍ରାସାରେ ପାଖାପାଖି ଲକ୍ଷେ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି | ତେବେ ମାର୍ଚ୍ଚ ୨୧ ତାରିଖ ଏହି ପିଲାଙ୍କୁ ଅନଲାଇନ ଶିକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଅନଲାଇନ ଶିକ୍ଷା ବ୍ୟବସ୍ଥା ଚାଲୁ ରଖିବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି |

ଇସ୍ଲାମିକ ମିଡ଼ିଆ ମିଶନ ସାଇଟରେ ଅନଲାଇନ କ୍ଲାସ ଦିଆଯିବ ବୋଲି କହିଛନ୍ତି ବୋର୍ଡ ଲିଡର | ହୋଲି କୁରାନ, ଇଲାମିକ ହିଷ୍ଟ୍ରୀ, ଇସ୍ଲାମିକ ବିଲିଫ ଆଣ୍ଡ ରାଇଟ୍ସ ଭଳି କ୍ଲାସଗୁଡିକ ଏକ୍ସପର୍ଟଙ୍କ ଦ୍ୱାରା ଦିଆଯିବ |

ସୁନ୍ନି ଏକାଡେ଼ମିକ ବୋର୍ଡର ଜେନେରାଲ ସେକ୍ରେଟାରୀ ଏ.କେ.ଅବଦୁଲ ହମିଦ କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ ଆଡ଼ଭାଇଜାରୀ ଅନୁଯାୟୀ ସମସ୍ତ ମଦ୍ରାସା ବନ୍ଦ ରହିଛି ଯେଉଁଥିପାଇଁ ପିଲାଙ୍କ ପାଠପଢା ମଧ୍ୟ ବ୍ୟାହତ ହୋଇଛି |

   Related Posts