Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପାଠପଢ଼ା ଚାଲିଥିବାବେଳେ ମଦ୍ରାସାରେ ବିସ୍ଫୋରଣ : ୭ମୃତ ,୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

27/10/2020 at 10:44 AM

ପେଶାଓ୍ବର ୨୭/୧୦: ପାକିସ୍ତାନର ପେଶାଓ୍ବରରେ ଏକ ମଦ୍ରାସା ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ ଏହି ମଦ୍ରାସା,ଦିର କଲୋନୀରେ ରହିଛି। ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଟିମଙ୍କ କହିବା ଅନୁସାରେ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି।

ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏବେ ବିସ୍ଫୋରଣ ପଛର କାରଣ ବିଷୟରେ ଜଣା ଯାଇନାହିଁ। କେତେକ ଲୋକଙ୍କ କହିବା ଅନୁସାରେ ଏହା ସିଲିଣ୍ଡର ବ୍ଲାଷ୍ଟ। ଘଟଣାସ୍ଥଳରେ ପହଞ୍ଚିଥିବା ଅଫିସର ମାମଲାର ତଦନ୍ତ କରୁଛନ୍ତି। ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାଠପଢ଼ା ଚାଲିଥିବାବେଳେ ମଦ୍ରାସାରେ ବିସ୍ଫୋରଣ ହୋଇଥିଲା। ସମସ୍ତ ଆହତଙ୍କୁ ଏମରଜେନ୍ସି ଓ୍ବାର୍ଡ଼ରେ ରଖାଯାଇଛି। ସମସ୍ତ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ହସ୍ପିଟାଲକୁ ଡକା ଯାଇଛି।

   Related Posts