ପାରସ୍ପରିକ ସହମତିରେ କିଶୋରାବସ୍ଥା ଯୌନ ସମ୍ପର୍କ ପକସୋଆଇନ ଅନ୍ତର୍ଗତ ନୁହେଁ: ମାଡ୍ରାସ ହାଇକୋର୍ଟ

Published By : Prameya-News7 Bureau | April 27, 2019 IST

ଚେନ୍ନାଇ ୨୭।୪:  କିଶୋର ଅଥବା କିଶୋରାବସ୍ଥାରୁ ସାମାନ୍ୟ ବୟସ୍କ ଅପ୍ରାପ୍ତ ବୟସର ନାବାଳକ, ନାବାଳିକାଙ୍କ ଯୌନ ସମ୍ପର୍କ ପ୍ରୋଟେକ୍ସନ ଅଫ ଚାଇଲ୍ଡ ଫ୍ରମ ସେକ୍ସୁଆଲ ଅଫେନ୍ସ ବା ପକସୋ ଆକ୍ଟ ଅନ୍ତର୍ଗତ ନୁହେଁ । ଏହା କହିଛନ୍ତି ମାଡ୍ରାସ ହାଇକୋର୍ଟ।  ସେହିପରି ଏପରି ବୟସର ବାଳକ ଓ ବାଳିକଙ୍କ ଦୈହିକ ସମ୍ପର୍କକୁ  ପରକୀୟା ଅଥବା ଅସ୍ବଭାବିକ ସମ୍ପର୍କ ମଧ୍ୟ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏଣୁ  ୧୬ରୁ ୧୮ ବର୍ଷ ବୟସ ମଧ୍ୟରେ ବାଳକ, ବାଳିକାକୁ ପକସୋ ଆଇନରୁ ବାହାରେ ରଖିବାକୁ ଜଷ୍ଟିସ ବି.ପତିବନଙ୍କ ଅଦାଲତ ମତ ଦେଇଛନ୍ତି । ଜଷ୍ଟିସ ପତିବନ ସାବରୀ ନାମକ ଜନୈକ ନାବାଳକ ଅଭିଯୁକ୍ତଙ୍କ ପିଟିସନର ଶୁଣାଣି କରିବା ବେଳେ ଆଜି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି ।

{"id":108211}

ନାମକ୍କଲ ମହିଳା ଅଦାଲତ ସାବରୀଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି । ଅଭିଯୁକ୍ତ ଜଣେ ୧୭ ବର୍ଷ ବୟସ୍କା ନାବାଳିକାକୁ ଅପହରଣ କରିବା ପରେ ଯୌନ ନିର୍ଜାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା।  ମହିଳା କୋର୍ଟ ପକସୋ ଆଇନରେ ଦଣ୍ଡାଦେଶ କରିଥିବା ବେଳେ ରାୟ ବିରୋଧରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ୧୬ ବର୍ଷରୁ ଅଧିକ ବୟସ୍କ ବାଳକବାଳିକାଙ୍କ ସହମତିରେ ସମ୍ପର୍କକୁ ପକସୋର କଠୋର  ଆଇନରେ ବିଚାର ନ କରି ଉଦାର ପ୍ରାବଧାନରେ କରିବାକୁ ପରାମର୍ଶ ଦେବା ସହ ଆଇନ ସେହି ହିସାବରେ ସଂଶୋଧନ କରିବାକୁ କହିଛନ୍ତି ।

{"id":108212}

ଜଷ୍ଟିସ ପତିବନ କହିଛନ୍ତି ଯେ ଆଇନ ସେହି ଅନୁସାରେ ସଂଶୋଧନ ହେବା ଦରକାର ସହମତିରେ ସମ୍ବଦ୍ଧ ମାମଲାରେ ଯେପରି ଅଭିୟୁକ୍ତଙ୍କ ବୟସ ୧୮  ହୋଇ ନଥିବା। ସେହିପରି ନାବାଳିକାଙ୍କ ବୟସ ଅଭିଯୁକ୍ତଙ୍କ ବୟସ ଠାରୁ ୫ ବର୍ଷ କମ ବା ବେଶି ହେଉନଥିବ। ଯେପରି ବୟସରେ ଅଧିକ ପରିପକ୍ବ ବ୍ୟକ୍ତି କମ ବୟସ୍କା ନାବାଳିକାର ପିଲାଳିଆମିର ଫାଇଦା ଉଠାଉ ନଥିବେ। ଏ ନେଇ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ସାମାଜିକ ସଂରକ୍ଷା ଆୟୁକ୍ତ ଓ ସମାଜ କଲ୍ୟାଣ ବିଭାଗର ସମ୍ବଦ୍ଧିତ ଅଧିକାରୀମାନଙ୍କୁ ଏହି ପ୍ରସ୍ତାବର ବିଚାର କରିବାକୁ  କହିଛନ୍ତି । ଏହା ସହିତ ପକସୋ ଆଇନର ଧାରା ୨(ଡି) ରେ ୧୮ ବର୍ଷରୁ କମ୍ ଆୟୁର ବ୍ୟକ୍ତିଙ୍କୁ ବାଳକ ଭାବେ ପରିଭାଷିତ କରିବା ପାଇଁ କହିଛନ୍ତି ।

{"id":108213,"width":570,"height":570}

ବାଳକ ଓ ବାଳିକାଙ୍କ ପ୍ରେମ ସମ୍ପର୍କ ମାମଲାରେ ପକସୋର କଠୋର ଧାରା ଅନୁସାରେ ଅଭିଯୁକ୍ତ ବାଳକକୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରୁଛି । ତେବେ ବୟସ୍କଙ୍କ କ୍ଷେତ୍ରରେ ତାହା ହେଉ ନାହିଁ। ଏଣୁ କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ନାକଚ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.