ମଣିଷ ସୃଷ୍ଟିକରିପାରିବନି ଭାଷା! ଦେବତାଙ୍କ ଭାଷା ତାମିଲ: ମାଡ୍ରାସ ହାଇକୋର୍ଟ

Published By : Prameya-News7 Bureau | September 13, 2021 IST

ଚେନ୍ନାଇ ୧୩।୯: ‘ତାମିଲ’ ମଧ୍ୟ ଦେବତାମାନଙ୍କ ଭାଷା ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। କଋର ଜିଲ୍ଲାର ଏକ ମନ୍ଦିରରେ ଅଭିଷେକ ସମ୍ପର୍କିତ ଦାବିକୁ ନେଇ ଆଗତ ପିଟିସନର ଶୁଣାଣିରେ କୋର୍ଟ ଏହା କହିଛନ୍ତି। ପିଟିସନରେ ଧାର୍ମିକ ଓ ଧର୍ମାର୍ଥ ବନ୍ଦୋବସ୍ତ ସହିତ ସରକାରୀ ଅଧିକାରୀସମ୍ବୋଧିତ ସମାରୋହ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ଦେବା ନିମନ୍ତେ ନିବେଦନ କରାଯାଇଛି। ଏଥିରେ କୋର୍ଟ ସରକାରୀ ଅଧିକାରୀ ଓ ଭାଷାକୁ ନେଇ ସେମାନଙ୍କ ମନବୃତ୍ତି ସମ୍ପର୍କରେ ନିଜର ମତ ସ୍ପଷ୍ଟ କରିଦେଇଛନ୍ତି।  

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଏନ.କିରୁବାକରନ ଓ ଜଷ୍ଟିସ୍ ବି.ପୁଗାଲେଣ୍ଡିଙ୍କ ପୀଠ କହିଛନ୍ତି ଯେ ବିଶ୍ୱରେ ଯେତେପ୍ରକାର ଭାଷା ରହିଛି ସବୁ ଈଶ୍ୱରୀୟ ସୃଷ୍ଟି। କାରଣ ମନୁଷ୍ୟ କେବେବି ଭଷା ସୃଷ୍ଟି କରିପାରିବନି। ବର୍ତ୍ତମାନ ସମୟରେ ଭାଷାର କେବଳ ସଂଶୋଧନ ହେଉଛି, ହେଲେ କୌଣସି ଠାରେ ନୂଆ ଭାଷା ସୃଷ୍ଟିର ଉଦାହରଣ ନାହିଁ ବୋଲିପୀଠ କହିଛନ୍ତି। ଏଣୁ ଅଋଣାଗିରିନାଥର, ଅଭିଷେକ ଅଜ୍ୱାର ଓ ନୟନମାରଙ୍କ ଭଳି ସନ୍ଥଙ୍କ ରଚିତ ତାମିଲ ସ୍ତ୍ରୋତ୍ର, ଭଜନ ଓ ମନ୍ତ୍ରରେ ଦେଶର ମନ୍ଦିରମାନଙ୍କ ସୋଧ ହେବା ଉଚିତ ବୋଲି କୋର୍ଟ କହିଛନ୍ତି।

{"id":510876,"sizeSlug":"full","linkDestination":"none"}

ପୀଠ ଏକ ଆଦେଶରେ  ଆମ ଦେଶରେ କେବଳ ସଂସ୍କୃତକୁ ଦେବତାମାନଙ୍କ ଭାଷା ବୋଲି ଅନେକ ବିଶ୍ୱାସ କରନ୍ତି ବୋଲି କହିଛନ୍ତି। ବିଭିନ୍ନ ଦେଶ ଓ ଧର୍ମରେ ମଧ୍ୟ ଏହି ପରି ବିଶ୍ୱାସ ବିଦ୍ୟମାନ ରହିଛି। ସଂସ୍କୃତି ଓ ଧର୍ମ ଅନୁଯାୟୀ ପୂଜାପାଠ ମଧ୍ୟ ଭିନ୍ନ। ତେବେ ଭାରତୀୟଙ୍କ ବିଶ୍ୱାସ ଅନୁସାରେ ସଂସ୍କୃତକୁ ସର୍ବ ପ୍ରାଚୀନ ଓ ଦେବତାମାନଙ୍କ ଭାଷା ବୋଲି ବୁଝା ଯାଏ । ସେହିଭଳି ତାମିଲ ମଧ୍ୟ ସଂସ୍କୃତ ଭଳି ଏକ ପ୍ରାଚୀନ ଭାଷା ଓ ଏହା ମଧ୍ୟ ଦେବତାଙ୍କ ଭାଷା ବୋଲି ପୀଠ କହିଛନ୍ତି।

ମାନ୍ୟତା ରହିଛି ତାମିଲ ଭାଷାରଜନ୍ମ ଶିବଙ୍କ ଡମ୍ବରୁର ଶବ୍ଦରୁ ହୋଇଥିଲା। ଯାହା ବଗବାନ ଶିବ ନୃତ୍ୟ କରୁଥିବା ବେଳେ ଖସିପଡି ସୃଷ୍ଟି କରିଥିବା ନାଦର ଶବ୍ଦରୁ ଭଗବାନ ମୁରୁଗା ତାମିଲ ଭାଷାର ରଚନା କରିଥିଲେ ବୋଲି ମାନ୍ୟତା ରହିଥିବା ପୀଠ କହିଛନ୍ତି। ସେହିପରି ପୌରାଣିକ ଗାଥା ଅନୁସାରେ ଭଗବାନ ଶିବ ପ୍ରଥମ ଆକାଡେମୀ ( ତାମିଲ ସଙ୍ଗମ)ରେ  ଅଧ୍ୟକ୍ଷତା କରିଥିଲେ। ଏହା ବି ସ୍ୱୀକାର କରାଯାଏ ତାମିଲ କବିଙ୍କ ଜ୍ଞାନ ପରୀକ୍ଷା ଲାଗି ଶିବ ସେମାନଙ୍କ ସହ ଥିରୁଭିଲୟାଦଲ ଖେଳିଥିଲେ। ଏ ସବୁର ଅର୍ଥ ହେଉଛି ତାମିଲ ଭାଷା ମଧ୍ୟ ଦେବତାଙ୍କ  ସହ ଜଡିତ। ଏହା ମଧ୍ୟ ଏକ ଇଶ୍ୱରୀୟ ଭାଷା। ଏଣୁ କଦାମୁଜୁକୁ କରିବା ସମୟରେ ଈଶ୍ୱରୀୟ ଭାଷାର ଉପଯୋଗ କରାଯିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.