ତାମିଲନାଡୁ ବାଘ ହତ୍ୟା ନିର୍ଦ୍ଦେଶ ମାମଲା, ପ୍ରଥମେ ଧରିବାକୁ ଚେଷ୍ଟା କରାଯାଉ କହିଲେ ମାଡ୍ରାସ ହାଇକୋର୍ଟ

Published By : Prameya-News7 Bureau | October 05, 2021 IST

ଚେନ୍ନାଇ ୫।୧୦: ତାମିଲନାଡୁ ନିଳଗିରି ଜିଲ୍ଲା ମସିନଗୁଡ଼ି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ବାଘକୁ ହତ୍ୟା କରିବା ଲାଗି ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି। ତେବେ ହତ୍ୟା ଲାଗି ବନ ବିଭାଗଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମାଡ୍ରାସ ହାଇକୋର୍ଟରେ ରୁଜୁ ନିବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। କୋର୍ଟ ବାଘକୁ ଦେଖିବାମାତ୍ରେ ତାକୁ ହତ୍ୟା ନ କରିବା ଲାଗି କହିଛନ୍ତି।  ହୁଏତ ସେ ମଣିଷଖିଆ ହୋଇ ନଥାଇପାରେ, ଏଣୁ ପ୍ରଥମେ ବାଘକୁ ଧରିବା ଲାଗି ଉଦ୍ୟମ କରାଯାଉ ବୋଲି ଆଦେଶ ଦେଇଛନ୍ତି।

{"id":522624,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ବାଘକୁ ଖୋଜିବା ଲାଗି ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ୨ଟି ହାତୀ ଓ ଦୁଇଟି ଶିକାରୀ କୁକୁରଙ୍କ ସହାୟତାରେ ବାଘକୁ ମାରିବା ଲାଗି ଏବେ ଖୋଜି ବୁଲୁଛନ୍ତି। ତାମିଲନାଡୁ ବନ ବିଭାଗଙ୍କ ସମେତ କେରଳ ଓ କର୍ଣ୍ଣାଟକ ସ୍ପେଶିଆଲ ଟାସ୍କ ଫୋର୍ସର ମୋଟ ୧୨୦ ଜଣ କର୍ମୀ ଏହି ତଲାସ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ବାଘଟି ଏପର୍ଯ୍ୟନ୍ତ ୪ ମଣିଷ ସମେତ ୨୦ଟି ପଶୁ ମାରିସାରିଲାଣି। ତେବେ ବାଘକୁ ନ ମାରି ତାକୁ ଧରିବା ଲାଗି ଉତ୍ତରପ୍ରଦେଶର ଜନୈକ କାର୍ଯ୍ୟକର୍ତ୍ତା ସଙ୍ଗୀତା ଡୋଗରା ଓ ପ୍ୟୁପିଲ ଫର କେଟଲ ଫର ଇଣ୍ଡିଆ ଚେନ୍ନାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

{"id":522625,"sizeSlug":"full","linkDestination":"none"}

ବିଶ୍ୱରେ ବାଘ ଏବେ ବିରଳ ହେବାରେ ଲାଗିଛନ୍ତି। ୧୩ଟି ଦେଶରେ ବାଘ ଏବେ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ସଂଖ୍ୟା ମାତ୍ର ୪ ହଜାର ୨୦୦ ମଧ୍ୟରେ ସୀମିତ। ଏଥିରୁ ୭୦ ପ୍ରତିଶତ ଭାରତରେ ଦେଖିବାକୁ ମିଳୁଛନ୍ତି। ବିଶ୍ୱରେ ବାଘଙ୍କ ସଂଖ୍ୟା ହ୍ରାସକୁ ନେଇ ଗତ ୨୦୧୦ ମସିହାରେ ଋଷିଆ ପିଟର୍ସବର୍ଗରେ ଗ୍ଲୋବାଲ ଟାଇଗର ସମ୍ମିଟ ହୋଇଥିଲା। ଏଣୁ ବାଘକୁ ନ ମାରି ପ୍ରଥମେ ତାକୁ ଧରିବାକୁ ଉଦ୍ୟମ ହେଉ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.