Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଛାତ୍ରୀଙ୍କ ପୋଷାକ ବଦଳାଇବା ଦୃଶ୍ୟକୁ ସିସିଟିଭିରେ ଦେଖୁଥିଲେ ମଦ୍ରାସା ଶିକ୍ଷକ, ଅଭିଭାବକ ନେଲେ ଏଭଳି ନିଷ୍ପତ୍ତି

29/08/2019 at 3:17 PM

ଉତ୍ତରପ୍ରଦେଶ୨୯|୮: ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କକୁ ମଦ୍ରାସାର ଜଣେ ଶିକ୍ଷକ କଳଙ୍କିତ କରିଛନ୍ତି। ସ୍ବାଧୀନତା ଦିବସରେ ଛାତ୍ରୀମାନେ ପୋଷାକ ବଦଳାଇବାର ଦୃଶ୍ୟକୁ ଶିକ୍ଷକ ସିସିଟିଭିରେ ଦେଖି ଉପଭୋଗ କରୁଥିଲେ। ଏହି ଘଟଣା ପରେ ଅଭିଭାବକମାନେ ମଦ୍ରାସା ଓ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର କୋତଓ୍ବାଲିର ବରଓ୍ବା ଛତର ଅଞ୍ଚଳରେ ଥିବା ମଦ୍ରାସା ମୁସ୍ତଫା ଦାରୁଲ ଉଲୁମ୍‌ରେ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଉପଲକ୍ଷେ ସାସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ମଦ୍ରାସାରେ ପଢ଼ୁଥିବା ଛାତ୍ରୀମାନେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅଭିନୟରେ ଭାଗ ନେଇଥିଲେ। ପୋଷାକ ବଦଳାଇବା ପାଇଁ ସେମାନଙ୍କ ଏକ ସ୍ବତନ୍ତ୍ର  ରୁମ୍‌ ଦିଆଯାଇଥିଲା।

ଅଭିଭାବକଙ୍କ ଅଭିଯୋଗ ମୁତାବକ, ଛାତ୍ରୀମାନେ ପୋଷାକ ବଦଳାଉଥିବା ରୁମ୍‌ରେ ସିସିଟିଭି ଲାଗିଥିଲା। ଛାତ୍ରୀମାନେ ସେହି ରୁମ୍‌ରେ ଡ୍ରେସ ବଦଳାଇବେ ବୋଲି ସିସିଟିଭିକୁ ବନ୍ଦ କରାଯାଇଥିଲା। କିନ୍ତୁ ମଦ୍ରାସାର ଶିକ୍ଷକ ସୁଲେମାନ ଅଂନଶାରୀ ସିସିଟିଭି କ୍ୟାମେରାକୁ ଅନ କରି ଛାତ୍ରୀଙ୍କ ଡ୍ରେସ ବଦଳାଇବା ଦୃଶ୍ୟ ଦେଖି ଉପଭୋଗ କରୁଥିଲେ।

ଅଭିଭାବକଙ୍କ କହିବା ମୁତାବକ, ସିସିଟିଭିରେ ଛାତ୍ରୀଙ୍କ ଡ୍ରେସ ବଦଳାଇବା ଦୃଶ୍ୟକୁ ଦୀର୍ଘସମୟ ଧରି ସୁଲେମାନ ଅଂନଶାରୀ ସିସିଟିଭିରେ ଦେଖୁଥିଲେ। ସୁଲେମାନଙ୍କ ଏହିଭଳି କାର୍ଯ୍ୟକଳାପ ବିରୋଧ କରି ଅଭିଭାବକମାନେ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।



   Related Posts