ମଦ୍ରାସା ଶିକ୍ଷକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

Published By : Prameya-News7 Bureau | November 14, 2021 IST

ଭଦ୍ରକ, ୧୪/୧୧: ଭଦ୍ରକ ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘ ତରଫରୁ ପୁରୁଣାବଜାର ଚୌଖଣ୍ଡି ମଝାର ନିକଟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ନିୟୁ ଡେ ମେଡିକେୟାରର ସହଯୋଗରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରର ବହୁ ଡାକ୍ତର ଯୋଗ ଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି ।

ଏହି ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ, ରକ୍ତଚାପ ସହ ସ୍ନାୟୁ ଜନିତ ରୋଗର ପରୀକ୍ଷା କରିବା ସହ ଚିକିତ୍ସା କରାଯାଇଛି । କାର୍ଯ୍ୟକ୍ରମ ପରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ମୁର୍ଷିଦ ଖାନଙ୍କୁ ମଦ୍ରାସା ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.