ଆସାମ ସରକାରଙ୍କ ନିଷ୍ପତ୍ତି, ସ୍କୁଲରେ ପରିଣତ ହେବ ସରକାରୀ ଖର୍ଚ୍ଚରେ ଚାଲୁଥିବା ମଦରସା

Published By : Prameya-News7 Bureau | October 17, 2020 IST

ଗୌହ୍ଵାଟୀ ୧୭।୧୦: ସରକାରୀ ଖର୍ଚ୍ଚରେ ଚାଲୁଥିବା ମଦରସାକୁ ବନ୍ଦ କରିବା ଆସାମ ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ରାଜନୀତି ଜୋର ଧରିଛି। ଏହା ମଧ୍ୟରେ ଶିକ୍ଷା ମନ୍ତ୍ରୀ ହେମନ୍ତ ବିସଓ୍ଵା ସରମା କହିଛନ୍ତି, କେବଳ ସରକାରୀ ମଦରସାଗୁଡିକୁ ସ୍କୁଲରେ ପରିବର୍ତ୍ତିତ କରାଯିବ। ଘରୋଇ ମଦରସାକୁ ବନ୍ଦ କରାଯିବାର କୌଣସି ଯୋଜନା ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ମଦରସା ଶିକ୍ଷା ଓ ସାଧାରଣ ଶିକ୍ଷାର ବରାବରକୁ ସମାପ୍ତ କରାଯିବ।

ଆସାମ ମନ୍ତ୍ରୀ କହିଛନ୍ତି, ଆମେ ମଦରସା ବୋର୍ଡ ଭଙ୍ଗ କରି ଦେବୁ। ଆମେ ସେହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବୁ ଯାହା ମଦରସା ଶିକ୍ଷାକୁ ସାଧାରଣ ଶିକ୍ଷାର ମାନ୍ୟତା ଦେଇଛି। ଆମେ ରାଜ୍ୟର ସମସ୍ତ ସରକାରୀ ମଦରସାକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିବୁ। ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଘରୋଇ ମଦରସା ବନ୍ଦ କରାଯିବ ନାହିଁ।

ମନ୍ତ୍ରୀ କହିଛନ୍ତି, ଆମେ ନୂତନ ନିୟମ ପ୍ରଣୟନ କରିବୁ। ଛାତ୍ର-ଛାତ୍ରୀଙ୍କୁ ସ୍ପଷ୍ଟ ଭାବେ କୁହାଯିବ ଯେ, ସେମାନେ ମଦରସାରେ କଣ ପାଇଁ ପଢୁଛନ୍ତି, ସେମାନଙ୍କୁ ପାଠ୍ୟକ୍ରମରେ ବିଜ୍ଞାନ ଓ ଗଣିତକୁ ସାମିଲ କରିବାକୁ ପଡିବ। ସେମାନଙ୍କୁ ରାଜ୍ୟ ସହିତ ନିଜକୁ ପଞ୍ଜୀକୃତ କରିବାକୁ ପଡିବ।

ଉଲ୍ଲେଖନୀୟ ଆସାମ ସରକାର ନଭେମ୍ବରରେ ସରକାରୀ ଖର୍ଚ୍ଚରେ ରାଜ୍ୟରେ ଚାଲୁଥିବା ମଦରସାଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଯୁକ୍ତି ଏହା ଯେ ସରକାରୀ ଖର୍ଚ୍ଚରେ କୁରାନ କାହିଁକି ପଢାଯିବ। ଏଥିସହ ସରକାର ୧୦୦ ସଂସ୍କୃତ ବିଦ୍ୟାଳୟକୁ ବନ୍ଦ କରିବାକୁ ମଧ୍ୟ ଚାହିଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.