Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବାପାର ଅପହରଣ ଅଭିଯୋଗକୁ ଖଣ୍ଡନ କଲେ ହାଇକୋର୍ଟ, ୧୯ ବର୍ଷୀୟ ଯୁବତୀଙ୍କୁ ୩୫ ବର୍ଷୀୟ ବିଧାୟକଙ୍କ ସହ ରହିବାକୁ ଦେଲେ ଅନୁମତି

9/10/2020 at 9:47 PM

ନୂଆଦିଲ୍ଲୀ ୦୯।୧୦: ତାମିଲନାଡୁରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିବା ଏଆଇଏଡିଏମକେ ବିଧାୟକଙ୍କ ବାହାଘର ଉପରେ ମାଦ୍ରାସ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। କୋର୍ଟ ୧୯ ବର୍ଷୀୟ ଯୁବତୀଙ୍କୁ ନିଜର ୩୫ ବର୍ଷୀୟ ଏଆଇଏଡିଏମକେ ବିଧାୟକ ସ୍ଵାମୀଙ୍କ ସହ ରହିବାକୁ କହିଛନ୍ତି। ଝିଅର ବାପା ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରି ମାଦ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖଣ୍ଡନ କରିଛନ୍ତି।

ଦଳିତ ବିଧାୟକ ନିଜର ୧୯ ବର୍ଷୀୟ ପ୍ରେମିକା ଏସ ସୌନ୍ଦର୍ଯ୍ୟାଙ୍କୁ ନିଜ ବାସଭବନରେ ବୈଦିକ ରୀତିନୀତିରେ ପ୍ରେମ ବିବାହ କରିଥିଲେ। ସୌନ୍ଦର୍ଯ୍ୟା ଜାତିରେ ବ୍ରାହ୍ମଣ। ତାଙ୍କ ବାପା ଏସ ସ୍ଵାମୀନାଥନ ସ୍ଥାନୀୟ ମନ୍ଦିରର ପୂଜାରୀ। ସେ ଅଭିଯୋଗ କରିଛନ୍ତି ଯେ ଝିଅକୁ ବିଧାୟକ ଅପହରଣ କରିଥିଲେ। ଏହି ବିବାହରେ ମର୍ମାହତ ଝିଅର ବାପା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜିଲ୍ଲା ପୋଲିସ ତାଙ୍କ ବିରୋଧରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ମାମଲା ରୁଜୁ କରିଛି।

ସୌନ୍ଦର୍ଯ୍ୟା ବାପ ଘରୁ ଚାଲି ଆସିବା ପରେ ବିଧାୟକ ଏ ପ୍ରଭୁଙ୍କ ଘରେ ତାଙ୍କୁ ବିବାହ କରିଥିଲେ। ପ୍ରଭୁଙ୍କ ବାପା-ମା ମଧ୍ୟ ଏଆଇଏଡିଏମକେର ନେତା। ପ୍ରଭୁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଯେ, ସେ ସୌନ୍ଦର୍ଯ୍ୟାଙ୍କ ଅପହରଣ କରି ନାହାନ୍ତି କି ବଳପୂର୍ବକ ବିବାହ କରି ନାହାନ୍ତି। ସେ ଝିଅର ବାପା-ମାଙ୍କୁ ମଦ୍ୟ ଧମକ ଦେଇନଥିବା କହିଛନ୍ତି। ସେ କହିଛନ୍ତି ଯେ ଗତ କିଛି ମାସ ହେବ ସୌନ୍ଦର୍ଯ୍ୟା ଓ ସେ ପରସ୍ପରକୁ ଭଲ ପାଉଥିଲେ।

ବିଧାୟକଙ୍କ ଅନୁଯାୟୀ ତାଙ୍କ ପରିବାର ବିବାହ ପାଇଁ ସ୍ଵାମୀନାଥନଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ସ୍ଵାମୀନାଥନ ଆମ ପ୍ରସ୍ତାବକୁ ଖଣ୍ଡନ କରିଥିଲେ। ସେ ବାପା-ମାଙ୍କ ଆଶୀର୍ବାଦରେ ନିଜ ବାସଭବନରେ ସୌନ୍ଦର୍ଯ୍ୟାଙ୍କୁ ରବିବାର ବିବାହ କରିଥିଲେ।

   Related Posts