ବାବା ରାମଦେବଙ୍କୁ ଝଟକା: ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ- ପତଞ୍ଜଳୀ ବ୍ୟବହାର କରିପାରିବେ ନାହିଁ ‘କରୋନିଲ୍ ‘ ଟ୍ରେଡମାର୍କ

Published By : Prameya-News7 Bureau | July 18, 2020 IST

ଚେନ୍ନାଇ ୧୮/୦୭: ବାବା ରାମଦେବଙ୍କୁ ଅଦାଲତି ଝଟକା । ଯୋଗ ଗୁରୁଙ୍କ  କରୋନା ଔଷଧ ପୁଣି ବିବାଦରେ ଫସିଲା। ଯଦିଓ ପ୍ରଥମେ କରୋନିଲ ନାମରେ କୋଭିଡ -୧୯ ଔଷଧ ତିଆରି ଦାବି କରି ହରଡ ଘଣାରେ ପଡିବାପରେ ତାହାକୁ ଇମ୍ୟୁନିଟି  ବା ପ୍ରତିରୋଧକାରୀ ଶକ୍ତି ବୃଦ୍ଧିକାରୀ ଔଷଧ କହିଥିଲେ ପତଞ୍ଜଳୀର ମୁଖ୍ୟ ପ୍ରଚାରକ ଯୋଗଗୁରୁ ରାମଦେବ ।ଏବେ ଟ୍ରେଡମାର୍କ ବିବାଦରେ କୋର୍ଟ ଦେଇଛନ୍ତି ଚେକ୍ । ପତଞ୍ଜଳୀର ତଥାକଥିତ କରୋନା ପ୍ରତିରୋଧକ କରୋନିଲ୍‌ର ନାମ ବା ଟ୍ରେଡମାର୍କକୁ ମନା କରିଛନ୍ତି ମାଡ୍ରାସ ହାଇକୋର୍ଟ ।

ବିଚାରପତି ସି.ଭି.କାର୍ତ୍ତିକେୟନ ତାଙ୍କ ଅନ୍ତରୀଣ ଆଦେଶରେ କରୋନିଲ ଟ୍ରେଡ୍‌ମାର୍କ ବା ନାମ ବ୍ୟବହାର ନକରିବାକୁ ପତଞ୍ଜଳୀକୁ ନିର୍ଦ୍ଦେଶ ଦେଇଛନ୍ତି ।ଚେନ୍ନାଇ ଭିତ୍ତିକ ବ୍ୟବସାୟ ପ୍ରତିଷ୍ଠାନ ଅରୁଦ୍ରା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍‌ର ଆବେଦନର ଶୁଣାଣି କରି ମାଡ୍ରାସ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ପତଞ୍ଜଳୀର କରୋନିଲ ଟ୍ରେଡମାର୍କ ବ୍ୟବହାର ଉପରେ ରୋକ୍‌ ଲଗାଇଛନ୍ତି ।

{"id":302182,"sizeSlug":"large"}

ଆବେଦନକାରୀ ଅରୁଦ୍ରା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଏକ ରାସାୟନୀକ ତଥା ସାନିଟାଇଜର ପ୍ରସ୍ତୁତକାରୀ କମ୍ପାନୀ । ତାହା ବଡ ବଡ ମେସିନ ସବା ଲାଗି ରାସାୟନୀକ ଉତ୍ପାଦ ପ୍ରସ୍ତୁତ କରିଥାଏ । ଏହା ୧୯୯୩ ମସିହାରୁ କରୋନିଲ ନାମରେ ଟ୍ରେଡମାର୍କ ନିଜ ଅଧିନରେ ରଖିଛି ବା ହାସଲ କରି ଉତ୍ପାଦ ପ୍ରସ୍ତୁତ କରୁଛି ।ଏହି କମ୍ପୀନୀ ୧୯୯୩ ମସିହାରେ କରୋନିଲ-୨୧୩ ସ୍ପେଶାଲ ଏବଂ କରୋନିଲ-୯୨ ବି ନାମରେ ଟ୍ରେଡମାର୍କ ପଞ୍ଜିକରଣ କରିଥିବା କୋର୍ଟଙ୍କୁ ଦର୍ଶାଇଛି , ଏବଂ ସେହି ଟ୍ରେଡମାର୍କ ୨୦୨୭ ପର୍ୟନ୍ତ ବଲବତ୍ତର ରହିବ ।ଆବେଦନକାରୀ ତାଙ୍କ ଆବେଦନରେ ଯୁକ୍ତି ମଧ୍ୟ କରିଛନ୍ତି କି ,ତାଙ୍କ ପ୍ରସ୍ତୁତ କରୋନିଲ ଟ୍ରେଡମାର୍କର ଦୁଇ ଉତ୍ପାଦର ଘରୋଇ ତତା ଆନ୍ତର୍ଜାତୀୟ ବଜାରରେ ଉପସ୍ଥିତି ରହିଛି ଏବଂ ତାଙ୍କ ଗ୍ରାହକ ତାଲିକାରେ ଭାରତ ସରକାରଙ୍କ ବିଏଚଇଏଲ ଏବଂ ଇଣ୍ଡିଆନ ଅଏଲ ଭଳି କମ୍ପାନୀ ରହିଛନ୍ତି ।

{"id":302183,"width":578,"height":325,"sizeSlug":"large"}

ତେବେ ଆବେଦନକାରୀ କମ୍ପାନୀ ଯୁକ୍ତି କରିଥିଲେ ଯେ, ତାଙ୍କ ପ୍ରସ୍ତୁତ ଉତ୍ପାଦ ଏବଂ ପତଞ୍ଜଳୀ ପ୍ରସ୍ତୁତ ଉତ୍ପାଦ ଭିନ୍ନ ହୋଇଥିଲେ ବି ସମାନ ଟ୍ରେଡମାର୍କ ତାଙ୍କ(ଆବେଦନକାରୀଙ୍କ) ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟ ର ଉଲଂଘନ କରୁଛି ।ପତଞ୍ଜଳୀକୁ ସମାନ ଟ୍ରେଡମାର୍କ ବ୍ୟବହାର ଅନୁମତି ଦିଆଯିବା ଦ୍ବାରା ତାଙ୍କର ୨୬ ବର୍ଷର ବଜାର ସମ୍ମାନ ଏବଂ ସଦଭାବନା (ରେପୁଟେସନ ଏବଂ ଗୁଜୱିଲ) ପ୍ରଭାବିତ ହେବ ବୋଲି ଆବେଦନକାରୀ ମାଡ୍ରାସ ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ରଖିଥିଲେ ।ଏହି ଆବେଦନକୁ ଗ୍ରହଣ କରି କୋର୍ଟ ବାବା ରାମଦେବଙ୍କ ପତଞ୍ଜଳୀ ସଂସ୍ଥା ପ୍ରସ୍ତୁତ ଔଷଧର ନାମରେ କରୋନିଲ ଟ୍ରେଡମାର୍ଟ ବ୍ୟବହାର ଉପରେ ୩୦ ତାରିକ ପର୍ଯ୍ୟନ୍ତ ନିଷେଧାଦେଶ ଲଗାଇଛନ୍ତି ।

 ସୂଚନାଯୋଗ୍ୟ ଯେ, ପତଞ୍ଜଳୀ ପ୍ରଥମେ କରୋନା ଔଷଧ କହି କରୋନିଲର ବଜାର ପ୍ରବେଶ ଘୋଷଣା କରିଥିଲେ । ତେବେ ଆୟୁଷ ମନ୍ତ୍ରଣାଳୟ ତାହା ୁପରେ ଚେକ୍‌ ଲଗାଇ ତାହାକୁ କେବଳ ଇମ୍ୟୁନିଟି ବୁଷ୍ଟର କହି ବିକ୍ରି କରିପାରିବେ ବୋଲି ପତଞ୍ଜଳୀକୁ କହିଥିଲେ । ଏଥିରେ କ୍ଷୁବ୍ଧ ହୋଇଥିଲେ ବାବା, କହିଥିଲେ ସ୍ବଦେଶୀ ଜ୍ଞାନକୌଶଳ ତଥା ଗବେଷଣାରେ ପ୍ରସ୍ତୁତ ଔଷଧର ଗତିରୋଧ ଲାଗି କିଛି ଇର୍ଷାଳୁଙ୍କ ଏହା ଷଡଯନ୍ତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.