ବେଦାନ୍ତ ଷ୍ଟେରଲାଇଟ୍ କମ୍ପାନିର ନିର୍ମାଣ କାର୍ଯ୍ୟରେ ରୋକ ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ

Published By : Prameya-News7 Bureau | May 23, 2018 IST

ତାମିଲନାଡ଼ୁ ତୁଥୁକୁଡ଼ି ହିଂସାଘଟଣାରେ ତାମିଲନାଡୁ ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଜବାବ ତଲବ । ସେପଟେ ବେଦାନ୍ତ ଷ୍ଟେରଲାଇଟ୍ କମ୍ପାନିର ନିର୍ମାଣ କାର୍ଯ୍ୟରେ ରୋକ ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଛି । ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମାନବାଧିକାର କମିଶନ ।, ତାମିଲନାଡୁର ବିଭିନ୍ନ ସ୍ଥାନରେ ୫ ହଜାରରୁ ଅଧିକ ପୋଲିସ କର୍ମୀ ମୁତୟନ ହୋଇଛନ୍ତି । ସେପଟେ ଆସନ୍ତା ୨୫ ତାରିଖରେ ସମଗ୍ର ତାମିଲନାଡୁରେ ବନ୍ଦ ଡାକରା ଦେଇଛି ରାଜନୈତିକ ଦଳ ଡିଏମକେ । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳଣା ବେଳେ ଭୁଲ୍ ବଶତଃ ୧୧ ଜଣ ଲୋକ ମୃତ୍ୟୁ ବରଣ କରିଥିବା ପୋଲିସ କହୁଛି । ତେବେ ଭୁଲରେ ନୁହେଁ ବଂର ପୋଲିସ ଜାଣି ଶୁଣି ଲକ୍ଷ୍ୟ କରି ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼ କରିଛି । ଯାହା ତାମିଲନାଡୁର ଏକ ଟିଭି ଚ୍ୟାନେଲ ପ୍ରସାରଣ କରୁଥିବା ଭିଡ଼ିଓରେ ସ୍ପଷ୍ଟ ହୋଇଛି । ଜଣେ ହଳଦିଆ ପୋଷାକ ପିନ୍ଧିଥିବା ପୋଲିସ ଅଧିକାରୀ ଭ୍ୟାନ ଉପରେ ଚଢ଼ି ଲୋକଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରୁଥିବା ଭିଡ଼ିଓ ଭାଇରାଲ ହୋଇଛି । ଗତକାଲି ପୋଲିସ ଗୁଳିରେ ୧୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୬୫ ଜଣ ଆହତ ହୋଇଛି । ବେଦାନ୍ତ ଷ୍ଟେରଲାଇଟ୍ କମ୍ପାନିର କପର୍ ୟୁନିଟ୍ ବନ୍ଦ ଦାବିରେ ଆନ୍ଦୋଳନ ଚଳାଇଥିବା ଲୋକଙ୍କ ଉପରେ ପୋଲିସ୍ ଆଖିବୁଜା ଗୁଳିଚାଳନା କରିଥିଲା । ପ୍ରଦୂଷଣରେ ଅତିଷ୍ଠ ସ୍ଥାନୀୟ ଲୋକେ, କମ୍ପାନି ବନ୍ଦ କରିବାକୁ ଦାବି କରୁଥିଲେ । ପ୍ରାୟ ୩ ମାସ ଧରି ସେମାନେ ଚଳାଇଥିଲେ ଆନ୍ଦୋଳନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.