Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ସ୍ପାଇସ୍ ଜେଟ୍‌କୁ ମାଡ୍ରାସ ହାଇକୋର୍ଟଙ୍କ ଝଟକା, ସ୍ୱିସ୍ କମ୍ପାନୀର ଦେୟ ପୈଠ କରୁନଥିବାରୁ ସମ୍ପତ୍ତି ଜବତ ଲାଗି ନିର୍ଦ୍ଦେଶ

7/12/2021 at 9:21 PM

ଚେନ୍ନାଇ ୭।୧୨: ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍‌କୁ ମାଡ୍ରାସ ହାଇକୋର୍ଟଙ୍କ ତାଗଡ଼ା ଝଟକା। ସ୍ୱିଜର ଲ୍ୟାଣ୍ଡ କମ୍ପାନୀ କ୍ରେଡିଟ୍ ସ୍ୱିସ୍ ଏଜିଙ୍କ ଆବେଦନର ଶୁଣାଣି କରି କୋର୍ଟ ଲିକ୍ୱିଡେଟରଙ୍କୁ ସ୍ପାଇସ୍ ଜେଟ୍‌ଙ୍କ ସମ୍ପତ୍ତି ଅକ୍ତିଆର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ରକ୍ଷଣାବେକ୍ଷଣ ଲାଗି ସ୍ପାଇସ୍ ଜେଟ୍ ସ୍ୱିସ୍‌ କମ୍ପାନୀଙ୍କ ଠାରୁ ୨.୪ କୋଟି ଡଲାର ଋଣ ଆଣିଥିଲେ। ଯାହାର ଏପର୍ଯ୍ୟନ୍ତ ପୈଠ କରୁ ନାହାନ୍ତି। ଏଣୁ କମ୍ପାନୀ ଆଇନ ୧୯୫୬ ବ୍ୟବସ୍ଥା ପ୍ରକାରେ କ୍ରେଡିଟ ସ୍ୱିସ୍ ଲିକ୍ୱିଡେଟର ନିଯୁକ୍ତ କରିବା ଲାଗି ନିବେଦନ କରିଥିଲେ।

ଜଷ୍ଟିସ୍ ଆର.ସୁବ୍ରମଣ୍ୟମ ତାଙ୍କ ଆଦେଶରେ କହିଛନ୍ତି ଯେ ସ୍ପାଇସଜେଟ୍ ମତୁସୂଦନ ଗୋବର୍ଦ୍ଧନ ଦାସ ଏଣ୍ଡ କମ୍ପାନୀ ବନାମ ମଧୂବୁଲନ ଇଣ୍ଡଷ୍ଟ୍ରିଜ (ପି) ଲିମିଟେଡ କମ୍ପାନୀ ସୁପ୍ରିମକୋର୍ଟଙ୍କ ପ୍ରଦର୍ଶିତ ୩ ପରୀକ୍ଷଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଣୁ ଆବେଦନକାରୀ କମ୍ପାନୀଙ୍କ ନିବେଦନକୁ ସ୍ୱୀକାର କରିବା ସହ ପ୍ରତିବାଦୀ କମ୍ପାନୀକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଦରକାର ବୋଲି କହିଛନ୍ତି। ଏଣୁ ସ୍ପାଇସ୍ ଜେଟ୍ ନୋଟିସ୍ ଅନୁସାରେ ୩ ସପ୍ତାହ ମଧ୍ୟରେ ପୈଠ କରି ନପାରିଲେ ଏହା ସ୍ପାଇସ୍‌ ଜେଟ୍‌ର ଅକ୍ଷମତା ବୁଝାଯିବ ବୋଲି କହିଛନ୍ତି।

ତେବେ ସ୍ପାଇସ୍‌ ଜେଟ୍ ପକ୍ଷରୁ ବିଏସଇକୁ ଦିଆଯାଇଥିବା ସୂଚନାରେ ମାଡ୍ରାସ ହାଇକୋର୍ଟ ତାଙ୍କ ଗତ ଆଦେଶ ଉପରେ ସେହିଦିନ ରହିତାଦେଶ ଜାରି କରିଥିବା ଓ ଦୁଇ ସପ୍ତାହରେ ୫୦ ଲକ୍ଷ ଡଲାର ଅଥବା ସମପରିମାଣର ରାଶି ଜମା କରିବା ସର୍ତ୍ତରେ ୩ ସପ୍ତାହ ପର୍ଯ୍ୟନ୍ତ ରିହାତି ଦେଇଥିବା ସୂଚିତ କରିଛନ୍ତି। ଏହା ଉପରେ ଏବେ କମ୍ପାନୀ ବିଚାର କରୁଥିବା ଏଥିରେ କୁହାଯାଇଛି।

   Related Posts