ତାମିଲନାଡୁ ସରକାର ସୁରକ୍ଷିତ ; ୧୮ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

Published By : Prameya-News7 Bureau | October 25, 2018 IST

ତାମିଲନାଡୁ ୨୫।୧୦ : ସୁରକ୍ଷିତ ରହିଲା ତାମିଲନାଡୁ ସରକାର । ତାମିଲନାଡୁର ଶାସକ ଏଆଇଏଡିଏମକେ ୧୮ଜଣ ବିଦ୍ରୋଦୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବାକୁ ମାଡ୍ରାସ ହାଇକୋର୍ଟ କାୟମ ରଖିଛନ୍ତି । ଏହାଦ୍ବାରା ତାମିଲନାଡୁ ମୁଖ୍ୟମନ୍ତ୍ରୀ ପି.ପାଲାନି ସ୍ବାମୀଙ୍କ ସରକାର ବର୍ତ୍ତିଯାଇଛି । ପୂର୍ବରୁ ତାମିଲନାଡୁ ବିଧାନସଭା ବାଚସ୍ପତି ଏହି ୧୮ଜଣଙ୍କ ସଭ୍ୟପଦ ରଦ୍ଦ କରିଥିବାବେଳେ ସେମାନେ ଏହାକୁ ବିରୋଧ କରି ମାଡ୍ରାସ ହାଇକୋର୍ଟରେ ଅପିଲ କରିଥିଲେ । ଏହି ୧୮ଜଣ ବିଧାୟକ ବିଦ୍ରୋହୀ ନେତା ପିଟିସି ଦିନାକରନଙ୍କ ଅନୁଗତ । ଦଳବଦଳ ଆଇନ ବଳରେ ତାମିଲନାଡୁ ବିଧାନସଭା ବାଚସ୍ପତି ପି. ଧନପାଲ ଗତବର୍ଷ ଏହି ୧୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଥିଲେ । ଏମାନଙ୍କ ସଭ୍ୟ ପଦ ରଦ୍ଦ ହେବା ଦ୍ବାରା ଏବେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ୧୦୯ଜଣ ବିଧାୟକଙ୍କର ସମର୍ଥନ ରହିଛି । ଆଜିର ରାୟ ସହିତ ମାଡ୍ରାସ ହାଇକୋର୍ଟ ଏହି ୧୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ମଧ୍ୟ ଉଠାଇଦେଇଛନ୍ତି । ତେବେ ସଭ୍ୟ ପଦ ରଦ୍ଦ ହୋଇଥିବା ବିଧାୟକମାନେ ମଧ୍ୟ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.