ବଦଳିକୁ ବିରୋଧ କରି ପଦ ଛାଡିଲେ ବିଚାରପତି, ମାଡ୍ରାସ ହାଇକୋର୍ଟ ଚିଫ୍ ଜଷ୍ଟିସ୍ ତାହିଲରମାନିଙ୍କ ଇସ୍ତଫା

Published By : Prameya-News7 Bureau | September 07, 2019 IST

ଚେନ୍ନାଇ ୭/୯:  ଇସ୍ତଫା ଦେଲେ ମୁଖ୍ୟ ବିଚାରପତି । ବଦଳିକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟା କେ.ତାହିଲରମାନି । ହାଇକୋର୍ଟ କଲେଜିୟମର ମେଘାଳୟ ହାଇକୋର୍ଟକୁ ସ୍ଥାନାନ୍ତରିତ କରିବା ନିର୍ଦ୍ଦେଶ ଉପରେ ପୁନର୍ବିଚାର ପାଇଁ କରିଥିବା ସୁପାରିଶକୁ ଅସ୍ବୀକାର କରିବା ପରେ  ଇସ୍ତଫା ଦେଇଛନ୍ତି ତାହିଲରମାନି ।

ସୂଚନା ମୁତାବକ, ତାହିଲରମାନି  ଗତକାଲି ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପଠାଇବା ସହ ରଂଜନ ଗୋଗୋଇଙ୍କୁ ମଧ୍ୟ ଏନେଇ  ଅବଗତ କରାଇଥିଲେ । ପ୍ରଧାନ ବିତାରପତି ଗୋଗୋଇଙ୍କ ନେତୃତ୍ବ ବିଶିଷ୍ଟ କଲେଜିୟମ ତାହିଲରମାନିଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି ପାଇଁ  ପ୍ରସ୍ତାବ ଦେଇଥିଲେ ।ଗତ ବର୍ଷ ଅଗଷ୍ଟ  ୮ ତାରିଖରେ ତାହିଲରମାନିଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ  ନିଯୁକ୍ତ କରାଯାଇଥିଲା।  ତେବେ କଲେଜିୟମ ଅଗଷ୍ଟ ୨୮ ତାରିଖରେ ତାଙ୍କର ବଦଳି ପାଇଁ ସୁପାରିସ ଦେଇଥିଲେ । ଯାହାକୁ ନେଇ ତାହିଲରମାନି ଏହା ଉପରେ ପୁନର୍ବିଚାର  କରିବା ପାଇଁ କଲେଜିୟମଙ୍କୁ ଅନୁରୋଧ କରିଥିଲେ । ସେ ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଥିଲେ ।  ତେବେ ହାଇକୋର୍ଟ କଲେଜିୟମରେ ଜଷ୍ଟିସ ଏସ.ଏ ବୋବେଡ, ଜଷ୍ଟିସ ଏନ.ବି.ରମଣ, ଜଷ୍ଟିସ ଅରୁଣ ମିଶ୍ରା ଏବଂ ଜଷ୍ଟିସ ମିତ୍ତଲଙ୍କ ଟ୍ରାନ୍ସଫର ମାଡ୍ରାସ ହାଇକୋର୍ଟକୁ କରିବା ପାଇଁ ମଧ୍ୟ ସୁପାରିଶ କରିଥିଲେ ।  

ଉଲ୍ଲେଖ ଥାଉ କି, ଜଷ୍ଟିସ ତାହିଲରମାନି ୨୬ ଜୁନ ୨୦୦୧ରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ତେବେ ଏଠାରେ ସେ କାର୍ଯ୍ୟରତ ଥିବା ବେଳେ ୨୦୧୭ ମଇରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ସମସ୍ତ ୧୧ ଜଣ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨ ଅକ୍ଟୋବର ୨୦୨୦ରେ ଅବସର ନେଇଥାନ୍ତେ  ତାହିଲରମାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.