ଖବର କାଗଜ କରୋନା ଭୂତାଣୁ ବହନକାରୀ ଯୁକ୍ତିକୁ ଗ୍ରହଣ କଲେନି ମାଡ୍ରାସ ହାଇକୋର୍ଟ: ଆବେଦନକାରୀଙ୍କୁ ପରାମର୍ଶ ଗବେଷଣା କରି ପ୍ରମାଣ ଦିଅ

Published By : Prameya-News7 Bureau | April 10, 2020 IST

ଚେନ୍ନାଇ ୧୦।୦୪: ମାଡ୍ରାସ୍ ହାଇକୋର୍ଟ ଗୁରୁବାର ଦେଶବ୍ୟାପୀ ଜାରି ଲକ୍‌ଡାଉନ୍‌ ସମୟରେ ସଞ୍ଚାଳନ ଜାରି ରଖିବା ପାଇଁ ଛାପା ଗଣମାଧ୍ୟମକୁ ଦିଆଯାଇଥିବା ଅନୁମତି ବିରୋଧରେ ଦାୟର ଏକ ଯାଚିକାକୁ ଖାରଜ କରିଛନ୍ତି। ଏଥି ସହ ଏହି ତର୍କକୁ ମଧ୍ୟ ଖାରଜ କରିଛନ୍ତି ଯେ, ଖବର କାଗଜ  କରୋନା ଭାଇରସ୍ ସମ୍ଭାବିତ ବାହକ। ଅଦାଲତ କହିଛନ୍ତି, ଛାପା ଗଣମାଧ୍ୟମର ପ୍ରକାଶନ ଉପରେ ରୋକ୍‌ ଲଗାଇବା ନାଗରିକଙ୍କ ମୌଳିକ ଅଧିକାର ବିରୋଧୀ ଅଟେ।

ଜଷ୍ଟିସ ଏନ କିରୁବାକରଣ ଓ ଆର ହେମଲତାଙ୍କ ପୀଠ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ପ୍ରମାଣ ମିଳିନାହିଁ ଯଦ୍ଵାରା ଏହା ସାବ୍ୟସ୍ତ ହୋଇ ପାରିବ ଯେ, ଖବର କାଗଜ ଜରିଆରେ ସଂକ୍ରମଣ ବ୍ୟାପିବାର ବିପଦ ରହିଛି। ଏଥିପାଇଁ ମାତ୍ର ଆଶଙ୍କାକୁ ଦୃଷ୍ଟିରେ ରଖି ଖବର କାଗଜ ପ୍ରକାଶନ ଉପରେ ରୋକ୍ ଲଗାଇବା ଆଧାର ହୋଇ ପାରିବ ନାହିଁ, କାରଣ ଏହା ମୌଳିକ ଅଧିକାରକୁ ମଧ୍ୟ କ୍ଷୂର୍ଣ୍ଣ କରୁଛି।

ଭାଇରୋଲୋଜିଷ୍ଟ ଟି ଗଣେଶ କୁମାର ନିଜର ଯାଚିକାରେ ଜର୍ମାନୀ ଓ ୟୁନାଇଟେଡ୍ କିଙ୍ଗଡମରେ କରାଯାଇଥିବା ଅନେକ ଗବେଷଣାର ତର୍କ ଦେଇ ଦାବି କରିଛନ୍ତି ଯେ, ଦ ପେପର ଏବଂ ଖବର କାଗଜ ଦ ହିନ୍ଦୁ ଅନୁସାରେ ଖବର କାଗଜ କରୋନା ଭାଇରସର ସମ୍ଭାବିତ ବାହକ ହୋଇ ପାରନ୍ତି। ଏହା ଉପରେ ବିଚାରପତି କହିଛନ୍ତି ଯେ, ସେହି ସବୁ ଦେଶ ତ ଖବର କାଗଜର ପ୍ରକାଶନ ଉପରେ ରୋକ୍ ଲଗାଇ ନାହାନ୍ତି। ତେଣୁ ଏହାକୁ ସାବ୍ୟସ୍ତ କରିବାକୁ ହେଲେ ଅଧିକ ଗବେଷଣା ଦରକାର।

ଅଦାଲତ ଖୋଦ୍ ଭାଇରୋଲୋଜିଷ୍ଟ ଦ୍ଵାରା ପ୍ରସ୍ତୁତ ଗବେଷଣାର ଉଲ୍ଲେଖ କରିଛନ୍ତି ଯେ, ସମାଚାର ପତ୍ର ଜରିଆରେ ସଂକ୍ରମଣର ସମ୍ଭାବନା ଖୁବ୍ କମ ରହିଛି। ଲୋକଙ୍କ ମନରେ କୌଣସି ଆଶଙ୍କା ନାହିଁ ଯେ ଖବର କାଗଜ ଜରିଆରେ କରୋନା ଭାଇରସ୍ ବ୍ୟାପିବ। ଅଦାଲତ କହିଛନ୍ତି ଏହା ସାବ୍ୟସ୍ତ କରିବାକୁ ହେଲେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ଯେ, ଭାଇରସ୍ ସମାଚାର ପତ୍ର ମାଧ୍ୟମରେ ସହଜରେ ବ୍ୟାପିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.