Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୫ ବର୍ଷ ବୟସ୍କ ବୟଫ୍ରେଣ୍ଡଙ୍କୁ କିସ୍ କଲେ ଏହି ୬୧ବର୍ଷ ବୟସ୍କା ପପ୍ ଗାୟିକା : ଟ୍ରୋଲ୍ ହେଲା ଫଟୋ

ଲଣ୍ଡନ ୨୨/୨: ଆମେରିକାନ୍ ପପ୍ ସିଙ୍ଗର୍ ମାଡୋନାଙ୍କ ୫୦ତମ ସିଙ୍ଗଲ୍ ସଙ୍ଗ୍ ନମ୍ବର ଓ୍ବାନ୍ ହୋଇଯିବାର ଖୁସିରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜିତ କରାଯାଇଥିଲା ଏବଂ ଏବେ ଏହି ପାର୍ଟିର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଫଟୋଗୁଡ଼ିକ ମାଡୋନା ନିଜେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି- ‘ଧନ୍ୟବାଦ ଲଣ୍ଡନ’।

ଫଟୋରେ ୬୧ବର୍ଷ ବୟସ୍କା ମାଡୋନା ନିଜର ୨୫ବର୍ଷ ବୟସ୍କ ବୟଫ୍ରେଣ୍ଡଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି। ଏଥିପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଛି।

ମାଡୋନା ଏହି ପାର୍ଟିରେ ଭିନ୍ନ ଅନ୍ଦାଜରେ କେକ୍ କାଟିଛନ୍ତି ଏବଂ ଭାଇରାଲ୍ ହେଉଥିବା ଭିଡିଓରେ ସେ ଅତିଥିଙ୍କ ସହ ଖୁବ୍ ମସ୍ତି କରୁଥିବା ନଜର ଆସିଛନ୍ତି।

ମାଡୋନା ୨୫ବର୍ଷ ବୟସ୍କ ଏହଲାମଲିକ୍ ଓ୍ବିଲିୟମସଙ୍କୁ ଅନେକ ଦିନରୁ ଡେଟ୍ କରୁଛନ୍ତି। ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି।

ଫଟୋକୁ ପୋଷ୍ଟ୍ କରି ମାଡୋନା କ୍ୟାପସନରେ ଲେଖିଛନ୍ତି-‘ ଲଣ୍ଡନ ତୁମେ ଅତ୍ୟନ୍ତ ଚମତ୍କାର। ମୋ ପ୍ରିୟ,ତୁମ ସମର୍ଥନ ବିନା ଏହି କାମ ହୋଇପାରିନଥାଆନ୍ତା।

୧୯୫୮ମସିହାରେ ଜନ୍ମ ହୋଇଥିବା ମାଡୋନା ‘ରେ ଅଫ ଲାଇଟ୍’,‘ମ୍ୟାଡାମ୍ ଏକ୍ସ’,‘ଟ୍ରୃ ବ୍ଲୁ’,‘ମ୍ୟୁଜିକ୍’ ଏବଂ ‘ଇରୋଟିକା’ ଭଳି ନିଜ ଆଲବମ୍ ପାଇଁ ଖୁବ୍ ପ୍ରସିଦ୍ଧ।

   Related Posts