ମାଡି ମାଡି ଚାଲିଛି କରୋନା : ସଂକ୍ରମିତଙ୍କ ସଂଖ୍ୟା ୮୮୭, ମୃତ୍ୟୁ ସଂଖ୍ୟା ୨୦

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩:  ଭାରତରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୮୭ ଛୁଇଁଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୪, କର୍ଣ୍ଣାଟକରେ ୨, ଗୁଜରାଟରେ ୩, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ବିହାର, ହିମାଚଳପ୍ରଦେଶରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ହୋଇଛି ।

{"id":244562,"sizeSlug":"large"}

ଦେଶରେ ୭୩ ଜଣ କରୋନା ସଂକ୍ରମିତ ଭଲ ହୋଇ ଘରକୁ ଫେରିଥିବା ଜଣାପଡିଛି । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ଛୁଇଁଛି । ତେବେ କରୋନା ଭୂତାଣୁ ଭାରତରେ ଏ​ବେ ଦ୍ବିତୀୟ ପର୍ଯ୍ୟାୟରେ ରହିଛି। କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାରା ଭାରତରେ ୨୧ ଦିନ ଅର୍ଥାତ ଏପ୍ରିଲ ୧୫ ଯାଏଁ ଲକଡାଉନ କରାଯାଇଛି । ଜାମ୍ମୁ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜରୁରୀ ସେବାକୁ ଛାଡି ସବୁ କିଛି ତାଲା ବନ୍ଦ କରାଯାଇଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

{"id":245064,"width":582,"height":378,"sizeSlug":"large"}

ତେବେ ଦେଶରେ ଲକ୍ ଡାଉନ ସତ୍ବେ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କେରଳରେ ସର୍ବାଧିକ ୧୩ ଶହ ୮୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପାଖାପାଖି ହଜାରେ ଗାଡି ଜବତ କରାଯାଇଛି । ଏହା ସହ ଏପର୍ଯ୍ୟନ୍ତ ୭ ହଜାର ଶହେ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡିଛି । ସେପଟେ ଦେଶରେ ଲକ୍‌ଡାଉନ୍‌ ଚାଲିଛି । ଦେଶରେ ଅନେକ ସ୍ଥାନାରେ ଶ୍ରମିକମାନଙ୍କ ସ୍ଥାନାନ୍ତର ଏବେ ଚିନ୍ତାର କାରଣ ପାଲଟିଛି ।  ଶ୍ରମିକମାନେ ନିଜ ପରିବାର ସହିତ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି କିଛି ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟକୁ ଚାଲି ଚାଲି ଯାଉଛନ୍ତି । ତେବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଯେଉଁଥିଲେ କୁହାଯାଇଛି ଯେ,ଏହି ଲୋକଙ୍କୁ ଆଶ୍ରୟ ଗୃହରେ ରଖାଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.