କଥା କଟା କଟିରୁ ମଧ୍ୟସ୍ଥିଙ୍କୁ ହତ୍ୟା: ପ୍ରେମ ବିବାଦରୁ ହତ୍ୟା ସନ୍ଦେହ, ପୋଲିସର ଛାନଭିନ୍

Published By : Prameya-News7 Bureau | April 27, 2021 IST

ଡେଲାଙ୍ଗ ୨୭/୪: ପ୍ରେମବିବାଦକୁ କେନ୍ଦ୍ର କରି ମଧ୍ୟସ୍ଥି କରୁଥିବା ଯୁବକକୁ ନିର୍ମମ ହତ୍ୟା । ପୁରୀ ଜିଲ୍ଲା କଣାସ ଗଡ଼ିଶା ଗୋଦା ଥାନା ବ୍ରାହ୍ମଣ ପାଟଣା ଗାଁରେ ଘଟିଛି ଏଭଳି ଘଟଣା । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

ସୂଚନାଯୋଗ୍ୟ କୈାଣସି କାମରେ ଦିବ୍ୟସିଂହ ପୁର ପଞ୍ଚାୟତର ବ୍ରାହ୍ମଣପାଟଣା ଯାଇଥିଲେ ମୃତ ଦିଲ୍ଲୀପ୍ । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ସହ ଦିଲ୍ଲୀପଙ୍କ କଥା କଟାକଟି ହୋଇଥିଲା । ସାମାନ୍ୟ କଥା କଟା କଟିରୁ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ଦିଲ୍ଲୀପକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଦିଲ୍ଲୀପ । ପରେ ରାସ୍ତା କଡରେ ମୃତଦେହ ଫୋପାଡି ସେଠାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ । ପୋଲିସ ସୂଚନା ପାଇ ଗଡିଶାଗୋଦାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.