ମଧ୍ୟପ୍ରଦେଶ ହନିଟ୍ରାପ ମାମଲା: ବାହାରିଛି ୪ ହଜାର ଭିଡିଓ କ୍ଲିପ୍, ବିଶ୍ୱର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ !

Published By : Prameya-News7 Bureau | September 26, 2019 IST

ଭୋପାଲ:  ମଧ୍ୟପ୍ରଦେଶ ହନିଟ୍ରାପ ହୋଇପାରେ ଦେଶର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ । ଅଭିଯୁକ୍ତ ମହିଳାମାନଙ୍କ ଲାପଟପ୍ ଓ ମୋବାଇଲ ଫୋନରୁ ତଦନ୍ତକାରୀ ଅଧିକାରୀ ପ୍ରାୟ ୪ ହଜାର ଫାଇଲ ଜବତ କରିଛନ୍ତି। ଯେଉଁଗୁଡିକ  ଅଶ୍ଲିଳ ଚାଟ୍, ଭିଡିଓ ଏବଂ ଆପତ୍ତି ଜନକ ଅଡିଓ କ୍ଲିପ୍ ରେ ଭରି ରହିଛି। ଏହି ସବୁ କ୍ଲିପ୍ ରାଜ୍ୟର ପୂର୍ବତନ ଶାସନ ମୁଖ୍ୟଙ୍କ ସମେତ ବଡବଡ ନେତା, ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସ୍ଖଳିତ ଚରିତ୍ରକୁ ଉନ୍ମୁକ୍ତ କରୁଥିବା ବେଳେ ସମଗ୍ର ମାମଲାର ଯାଞ୍ଚ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଛି।

{"id":163111}

ଆରମ୍ଭ ହେଲା ଏସଆଇଟି ଯାଞ୍ଚ
ବରିଷ୍ଠ ପୋଲିସ ଅଫିସର ସଞ୍ଜୀବ ସମୀଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି ଇତି ମଧ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ଯେତିକି ଆଗକୁ ବଢିବ କ୍ରମେ ସେତିକି ବିସ୍ଫୋରକ ରୂପ ଧାରଣ କରିବା ସହ ଦେଶର ସବୁଠୁ ବଡ ସ୍କାଣ୍ଡାଲରେ ପରିଣତ ହୋଇପାରେ ବୋଲି ଏବେଠୁ ଆଶଙ୍କା କରାଗଲାଣି। ଫରେନସିକ୍ ବିଶେଷଜ୍ଞମାନେ ଜବତ ଲାପଟପ୍ ଓ ମୋବାଇଲ ଗୁଡିକର ଲଗାତାର ଯାଞ୍ଚ କରୁଛନ୍ତି। ଯେଉଁଥିରୁ ସେମାନେ ଏପର୍ଯ୍ୟନ୍ତ ୪ ହଜାର ଭିଡିଓ ଏବଂ ଅଡିଓ  କ୍ଲିପ୍  ବାହାର କରିଛନ୍ତି। ଯାଞ୍ଚରୁ ଏହି ସବୁ କ୍ଲିପ ସଂଖ୍ୟା ଏବେ ୫ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଛନ୍ତି।

{"id":163112}

ହନିଟ୍ରାପରେ ଫଶିଥିବା ନେତା ଓ ଅଧିକାରୀଙ୍କ ତାଲିକା ଖୁବ୍ ଲମ୍ବା
ପ୍ରାଥମିକ ତଦନ୍ତରେ ନାମୀଦାମୀ କ୍ଲବ, ଗେଷ୍ଟହାଉସ ଓ ହୋଟେଲକୁ ଏହି ବ୍ଲାକ ମେଲର ମହିଳାଙ୍କ ଅବାଧ ପ୍ରବେଶ ଥିବାର ଜଣାପଡିଛି। ଏହିସବୁ ବିଳାଶମୟ ସ୍ଥାନମାନଙ୍କରେ ମହିଳାମାନଙ୍କ ଲାଗି ପୂର୍ବରୁ ରୁମ ବୁକ୍ ହୋଇ ରହୁଥିଲା। କୁହାଯାଉଛି ଏହି ସବୁ ସ୍ଥାନମାନଙ୍କରେ ଥିବା ଚେକ୍-ଇନ୍ ରେଜିଷ୍ଟର ସବୁ ଏବେ ଗାୟବ ହୋଇଯାଇଥିବା ବେଳେ ସେଥିରେ ହେରଫେର ଲାଗି ଉଦ୍ୟମ କରାଯାଉଛି। ଏହି ହନିଟ୍ରାପରେ ରାଜ୍ୟ ପ୍ରଶାସନର ଉଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭ କରି ଜୁନିୟର ପ୍ରୋଜେକ୍ଟ ଇଞ୍ଜିନିୟର ପର୍ଯ୍ୟନ୍ତ ଓ ବିଜେପି ଏବଂ କଂଗ୍ରେସର ବଡବଡ ନେତାଙ୍କ ଦୀର୍ଘ ତାଲିକା ବାହାରୁଛି।

{"id":163109}

କେମିତି ଜଣାପଡିଲା ହନିଟ୍ରାପ
ଇନ୍ଦୋର ନଗର ନିଗମର ଇଞ୍ଜିନିୟର ହରଭଜନଙ୍କୁ ଆରତୀ ଦୟାଲ ୩ କୋଟି ଟଙ୍କା ମାଗିବା ପରେ ଘଟଣା ପୋଲିସକୁ ଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ୫ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସେମାନେ ବ୍ୟବାହର କରିଥିବା ମୋବାଇଲ ଫୋନ ଏବେ ଗୁମର ଖୋଲିଛି। ଏଥିରୁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ସାଂସଦ,ବିଜେପି ଓ କଂଗ୍ରେସର ଅନେକ ନେତାଙ୍କ ସମେତ ପ୍ରଶାସନିକ ଅଧିକାରୀମାନଙ୍କ  ତାଲିକା ଲମ୍ବି ଲମ୍ବି ଚାଲିଛି।  ହେଲେ ତଦନ୍ତ ଚାଲିଥିବାରୁ ସେମାନଙ୍କ ନାମ ସାମ୍ନାକୁ ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.