ଦିନକୁ ୨୪ କିମି ସାଇକେଲ୍ ଚଢି ଯାଉଥିଲେ ସ୍କୁଲ, ଦଶମରେ ରଖିଲେ ୯୮.୫%, ସଭିଙ୍କ ପାଇଁ ସାଜିଲେ ପ୍ରେରଣା

Published By : Prameya-News7 Bureau | July 06, 2020 IST

ଭୋପାଳ ୦୬।୦୭: ବିଭିନ୍ନ ପ୍ରକାରର ବାଧା ବିଘ୍ନ ଡେଇଁ ଅବା ପାଣିରେ ପହଁରି କିମ୍ବା ପୋଲ ନଥାଇ ଅନେକ ବିପଦ ସଙ୍କୁଳ ଅବସ୍ଥାରେ ପିଲାମାନଙ୍କୁ ସ୍କୁଲ ଯାଉଥିବା ଆପଣ ଅନେକ ଖବର ଦେଖିଥିବେ, ଶୁଣିଥିବେ ଏବଂ ପଢିଥିବେ। କିନ୍ତୁ ଏମିତି ଜଣେ ଛାତ୍ରୀ ଅଛନ୍ତି ଯିଏ ପ୍ରତି ଦିନ ୨୪ କିଲୋମିଟର ସାଇକେଲ୍‌ ଯାତ୍ରା କରି ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଛାତ୍ରୀ ଜଣକ ଏତେ  ବାଟ ପ୍ରତି ଦିନ ସାଇକେଲିଂ କରିବା ପରେ ବି ଦଶମ ପରୀକ୍ଷାରେ ୯୮.୫ ପ୍ରତିଶତ ନମ୍ବର ରଖି ରାଜ୍ୟରେ ମେରିଟ ଲିଷ୍ଟର ଅଷ୍ଟମ ସ୍ଥାନରେ ରହିଛନ୍ତି। ଛାତ୍ରୀ ଜଣକଙ୍କ ନାମ ରୋଶ୍ନି ଭୌଦରିଆ(୧୫)। ସେ ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାର ବାସିନ୍ଦା। ରଶ୍ନି ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଏହି ୧୫ ବର୍ଷୀୟ ଛାତ୍ରୀ ଜଣକଙ୍କ ଗ୍ରାମର ନାଁ ଅଜନଲ। ଏହି ଗ୍ରାମର ଜନସଂଖ୍ୟା ୧୨୦୦। ରୋଶ୍ନି ଗାଁରୁ ୧୨ କିମି ଦୂର ମେହଗାଓଁ ଟାଉନ୍‌ ସ୍ଥିତ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି। ସେ ଖରା ହେଉ କି ବର୍ଷା ସେ କେବେ ମଧ୍ୟ ସ୍କୁଲ ଯିବାକୁ ଥକି ପଡି ନାହାନ୍ତି। ରୋଶ୍ନି କହିଛନ୍ତି ଯେ, ବର୍ଷା ସମୟରେ ଦିନେ ଦିନେ ସ୍କୁଲ ଫେରିବା ସମୟରେ ଏମିତି ପ୍ରବଳ ବର୍ଷା ହୁଏ ଯେ, ସେ ଘରକୁ ଫେରି ପାରନ୍ତି ନାହିଁ। ତାଙ୍କୁ ସଂପର୍କୀୟଙ୍କ ଘରେ ରାତି କାଟିବାକୁ ପଡେ।

{"id":297029,"sizeSlug":"large"}

ରଶ୍ନିଙ୍କ ବାପା ପୁରୁଷୋତ୍ତମ ଭୌଦୋରିଆ(୩୬) ଜଣେ କୃଷକ। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଶୁଣିବା ପରେ ସେ ନିଜକୁ ଗର୍ବ ଅନୁଭବ କରିଥିବା ପୁରୁଷୋତ୍ତମ କହିଛନ୍ତି। ମୋର ସବୁ ପିଲା ଭଲ ପଢନ୍ତି।  ହେଲେ ଏହି ଝିଅ ପାଇଁ ଆମେ ଗର୍ବିତ। ଏହି ଆଖପାଖ ଗାଁରେ ରଶ୍ନି ପରି କେହି ନମ୍ବର ରଖିନଥିବା ସେ କହିଛନ୍ତି।

ନିଜର ପାଠପଢା  ଯୋଜନା ବିଷୟରେ ରଶ୍ନି କହିଛନ୍ତି ଯେ, ସେ ନିଜର ପାଠପଢା ଜାରି ରଖିବେ। ମୁଁ ପଢାରେ ବଡ ଡିଗ୍ରୀ ହାସଲ କରିବାକୁ ଚାହୁଁଛି ଏବଂ ବଡ ସିଟିରେ ବଡ ଫାର୍ମରେ ଚାକିରି କରିବା ମୋର ସ୍ଵପ୍ନ  ବୋଲି ସେ କହିଛନ୍ତି।

କଲେକ୍ଟର ହେବାକୁ ଚାହାନ୍ତି ରଶ୍ନି

ନିଜର ଭବିଷ୍ୟତ ବିଷୟରେ ରଶ୍ନି କହିଛନ୍ତି, ସେ ଆଇଏଏସ ହେବାକୁ ଚାହାନ୍ତି। ମୁଁ କଲେକ୍ଟର ହେବାକୁ ଚାହେଁ, କାରଣ ଜଣେ କଲେକ୍ଟର ବହୁତ ଗୁଡାଏ ଭଲ କାମ କରି ପାରିବ। ଏହି ମୁଁ  ବିଷୟରେ ବେଶି କିଛି ଜାଣି ନାହିଁ। କିନ୍ତୁ ମୁଁ କଲେକ୍ଟର ହୋଇ ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛି  ବୋଲି ରଶ୍ନି କହିଛନ୍ତି।

{"id":297032,"sizeSlug":"large"}

ରଶ୍ନି ଗଣିତ ଓ ବିଜ୍ଞାନରେ ଶତପ୍ରତିଶତ ମାର୍କ ରଖିଛନ୍ତି। ମୁଁ ନିୟମିତ କ୍ଲାସ୍‌ରେ ଉପସ୍ଥିତ ଥାଏ ଏବଂ କଣ ଜାଣିଛି ତାହା ଲେଖିବା ଉପରେ ଫୋକସ୍ କରେ। ଏତେ ନମ୍ବର ରଖି ମୁଁ ରୋମାଞ୍ଚିତ ହୋଇ ଯାଉଥିବା ରଶ୍ନି କହିଛନ୍ତି। ଗଣିତ ଏବଂ ଇଂରାଜୀରେ ସେ ୯୬ ପ୍ରତିଶତ ମାର୍କ ରଖିଛନ୍ତି। ଗଣିତ ଏବଂ ଇଂରାଜୀ ତାଙ୍କର ପ୍ରିୟ ବିଷୟ ବୋଲି ସେ କହିଛନ୍ତି। ସେ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚାହାନ୍ତି ଏବଂ ଯୁକ୍ତ ୨ରେ ଗଣିତ ତାଙ୍କର ବିକଳ୍ପ ବିଷୟ ରହିବ ବୋଲି ସେ କହିଛନ୍ତି।

ବାପା ପୁରୁଷୋତ୍ତମଙ୍କ ୪ ଏକରର ଜମି ରହିଛି। ସେ ତିନି ପିଲାଙ୍କୁ ପାଠପଢାଇବା ପାଇଁ କଠୋର ପରିଶ୍ରମ କରନ୍ତି। ସେ କେବେ ମଧ୍ୟ ରଶ୍ନିର ପାଠପଢା ବନ୍ଦ କରିବା କଥା ମନକୁ ଆଣିବେ ନାହିଁ ବୋଲି କହିଛନ୍ତି। ତାଙ୍କ ବଡ ପୁଅ ଯୁକ୍ତ  ୨ ଦ୍ଵିତୀୟ ବର୍ଷ ଏବଂ ସାନ ପୁଅ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁରୁଷୋତ୍ତମ କହିଛନ୍ତି।

{"id":297035,"sizeSlug":"large"}

ରଶ୍ନି ସେହି ଅଞ୍ଚଳରୁ ଆସିଛନ୍ତି ଯେଉଁଠି ୨୦୧୧ ଜନଗଣନା ଅନୁଯାୟୀ ପ୍ରତି ୧୦୦୦ ପୁରୁଷରେ ନାରୀ ଅନୁପାତ ହେଉଛି ୮୩୭। ମହିଳାଙ୍କ ଶିକ୍ଷାହାର ୬୪ ପ୍ରତିଶତ ରହିଛି। ରଶ୍ନିଙ୍କ ମା ସରିତା ଦେବୀ(୩୪) ଯୁକ୍ତ ୨ ପର୍ଯ୍ୟନ୍ତ ବଢିଛନ୍ତି। ସେହି ସମୟରେ ଭିଣ୍ଡରେ ମହିଳାଙ୍କ ଶିକ୍ଷାହାର ୫୫ ପ୍ରତିଶତ ଥିଲା। ପିତା ପୁରୁଷୋତ୍ତମ ଜଣେ ଗ୍ରାଜୁଏଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.