Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମଧ୍ୟପ୍ରଦେଶରେ କରୋନା ବିସ୍ଫୋରଣ : କୁମ୍ଭ ଫେରନ୍ତା ୬୧ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୬୦ ପଜିଟିଭ

30/04/2021 at 11:38 AM

ମଧ୍ୟପ୍ରଦେଶ ୩୦/୪ : ହରିଦ୍ୱାରରେ ହୋଇଥିବା କୁମ୍ଭମେଳା ଏବେ ସମସ୍ତଙ୍କ ଆଖିରୁ ନିଦ ହଜାଇଦେଇଛି । ମଧ୍ୟପ୍ରଦେଶ ବିଦିଶା କୁମ୍ଭରୁ ଫେରିଥିବା ୬୧ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ୨୨ ଜଣଙ୍କ ସଂପର୍କରେ କୌଣସି ପତ୍ତା ମିଳୁନି । ଅର୍ଥାତ ମୋଟ ୮୩ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଯାଇଥିଲେ । ବିଦିଶା ଜିଲ୍ଲା ମୁଖ୍ୟାଳୟରୁ ୪୦ କିଲୋମିଟର ଦୂରରେ ଥିବା ଗ୍ୟାରସପୁରରେ ଏଭଳି ଘଟଣା ନଜର ଆସିଛି ।

ବିଦିଶା ଜିଲ୍ଲା ପ୍ରଶାସନ କହିବା ମୁତାବକ, ୮୩ ତୀର୍ଥଯାତ୍ରୀ ୩ ଟି ଅଲଗା ଅଲଗା ବସରେ ୧୧ରୁ ୧୫ ତାରିଖ ମଧ୍ୟରେ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତେବେ ୨୫ ଏପ୍ରିଲରେ ଏମାନେ ସମସ୍ତେ ଫେରିଆସିଥିଲେ । ତେବେ ଫେରିବା ପରେ ଏମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବକ୍ ହରିଦ୍ୱାର ଯାଇଥିଲେ ୮୩ ଜଣ । ହେଲେ ଏମାନଙ୍କ ମଧ୍ୟରୁ ୬୧ ଜଣଙ୍କ ସଂପର୍କରେ ସୂଚନା ମିଳୁଛି । ବାକି ୨୨ ଜଣ କୁଆଡେ ଗଲେ ସେ ବିଷୟରେ କିଛି ଜଣାପଡୁନି । ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ୬୦ ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

   Related Posts