ମାୟାବିନୀ ସୁନ୍ଦରୀ ପାଇଁ ପହଞ୍ଚିଲା ମଧ୍ୟପ୍ରଦେଶ ଟିମ୍ : ହେଲେ ଧରାଦେଉନି ବାଘୁଣୀ

Published By : Prameya-News7 Bureau | October 29, 2018 IST

ଭୁବନେଶ୍ବର ୨୯|୧୦: ସୁନ୍ଦରୀଙ୍କୁ ଧରିବାର ପାଇଁ ପହଞ୍ଛିଲା ମଧ୍ୟପ୍ରଦେଶ ଟିମ୍ । ହେଲେ ସୁନ୍ଦରୀ କେଉଁଠି ରହିବ ଏପର୍ଯ୍ୟନ୍ତ ସ୍ଥିର ହୋଇନି । ଯାହାକୁ ନେଇ ସନ୍ଦେହ ଉପୁଜୁଲାଣି। ବନ ବିଭାଗ କହୁଛି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ନନ୍ଦନକାନନରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯଦି ଏହି ପ୍ରସ୍ତାବରେ ଏନଟିସି ରାଜି ନ ହୁଅନ୍ତି ତାହେଲେ ବାନ୍ଧବଗଡ ପଠାଇଦିଆଯିବ କହିଲେଣି ମନ୍ତ୍ରୀ।  ଏପଟେ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ମୁଡରେ  ଡବ୍ଲୁଆଇ  ଟିମ୍ ନାହିଁ । ଜଙ୍ଗଲ ଭିତରକୁ ସୁନ୍ଦରୀଙ୍କୁ ଘଉଡାଇବାରେ ଲାଗିଛି ଯାହାକୁ ନେଇ ହତାଶ ହେଲେଣି ସାଙ୍ଗରେ ବୁଲୁଥିବା ବନ ବିଭାଗ ଟିମ୍ । କେବେ ଧରା ହେବ ସୁନ୍ଦରୀ । ଧରା ହେଲେ ରହିବ କେଉଁଠି । ନନ୍ଦନକାନନରେ ନା ବାନ୍ଧବଗଡ ଫେରିଯିବ। ସୁନ୍ଦରୀଙ୍କୁ ନେଇ ଏବେ ଏମିତି କିଛି ପ୍ରଶ୍ନ ଉଠିଲାଣି । ଏପଟେ ସୁନ୍ଦରୀଙ୍କୁ କାବୁ କରିବ​‌ ପାଇଁ  ମଧ୍ୟପ୍ରଦେଶରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅନୁଗୁଳରେ ପହଞ୍ଚିଛି । ତିନୋଟି ଟିମ୍ ସୁନ୍ଦରୀଙ୍କୁ କାବୁ କରିବାରେ ଲାଗିଛନ୍ତି । ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ୍ କରିବାପରେ ତାକୁ ନନ୍ଦନକାନନରେ ରଖିବା ପାଇଁ ନ୍ୟାସନାଲ ଟାଇଗର କନସର୍ଭେସନ ଅଥରିଟି ଏନଟିସିଏକୁ ପ୍ରସ୍ତାବ ଦିଆଯାଇଛି ।  ଯଦି ଏନଟିସିଓ ରାଜି ନହେବ ତାହେଲେ ସୁନ୍ଦରୀଙ୍କୁ ବାନ୍ଧବଗଡ ଫେରାଇ ଦିଆଯିବ ବୋଲି କହିଛନ୍ତି  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । କାରଣ ମନ୍ତ୍ରୀଙ୍କ ଯୁକ୍ତି ବାଘ ଅପେକ୍ଷା ଧନଜୀବନ ରକ୍ଷା ଗୁରୁତ୍ବପୂର୍ଣ୍ଣ  । ସେପଟେ ସୁନ୍ଦରୀ  ବାଘମୁଣ୍ଡାରୁ ୧୦କିଲୋମିଟର ଭିତରକୁ ଚାଲିଗଲାଣି ।  ସେ ଏବେ ଆସାମ ବାହାଲ ଗାଁ ଠାରୁ ୩ କିଲୋମିଟର ଦୂରରେ ରହିଛି । ଏପଟେ ବାଘୁଣୀକୁ ଧରିବା ପାଇଁ  ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡବ୍ଲୁ ଆଇଆଇ, ଟିମ୍ ସହିତ ବନ ବିଭାଗ ଟିମ ଦୀର୍ଘ ଦିନ ହେବ ବୁଲୁଛି ।  କିନ୍ତୁ ଡବ୍ଲୁ ଆଇଆଇ  ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ମୁଡରେ ନାହାନ୍ତି । ସାତକୋଶିଆରେ ବାଘବଂଶ ବୃଦ୍ଧି ମିଶନରେ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ।  ତେଣୁ କେମିତି ମିଶନ ପୂରଣ  ହେବ ଡବ୍ଲୁ ଆଇଆଇ ତା ଉପରେ ପ୍ରାଥମିକତା ଦେଉଛି। ତେଣୁ ସୁନ୍ଦରୀର ଗତିବିଧି ଜାଣିଥିଲେ ବି ଟ୍ରାଙ୍କୁଲାଇଜ ନକରି ତାକୁ ଜଙ୍ଗଲ ଭିତରକୁ ଘଉଡାଇବାରେ ଲାଗିଛି ଟିମ୍‌ ।  ଡବ୍ଲୁ ଆଇଆଇ ଟିମର ଏପରି ମନୋଭାବ ଦେଖି  ଓଡ଼ିଶା ବନ ବିଭାଗ ଟିମ୍ ଏବେ ଗାଁ ଲୋକଙ୍କ ଚାପରେ ହତାଶ ହେଲେଣି। ସେପଟେ କୁମ୍ଭାରୀ ଓ ଟାଇଁସି ପୋଡାଜଳା ଏବଂ ବୋଟ ପୋଡି ଘଟଣାରେ ସାତକୋଶିଆ ଲୋକଙ୍କ ନାଁରେ ଓ୍ବାରେଣ୍ଟ ବୁଲାଇ ଖୋଜୁଛି ପୋଲିସ । ଗିରଫ ହେବା ଭୟରେ ଏବେ ସାତ କୋଶିଆ ଅଞ୍ଚଳ ପୁରୁଷ ଶୂନ୍ୟ ​‌ହେବାକୁ ବସିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.