ବାରମ୍ୱାର ଲୋକେ କରୁଥିଲେ ଅଭିଯୋଗ, ଗ୍ରାଉଣ୍ଡରେ ମନ୍ତ୍ରୀ ପହଞ୍ଚି ଦେଖିଦେଲେ ସ୍ଥିତି : ପୋଲ ଉପରେ ଚଢି କ୍ଷମା ମାଗିଲେ ଶକ୍ତି ମନ୍ତ୍ରୀ

Published By : Prameya-News7 Bureau | June 19, 2021 IST

ଗ୍ୱାଲିୟର୍ ୧୯/୬ : ମଧ୍ୟପ୍ରଦେଶ ଗ୍ୱାଲିଅର୍ ରେ ଶୁକ୍ରବାରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏହି ଭିନ୍ନ ଦୃଶ୍ୟ କରିଥିଲେ ଖୋଦ୍ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର । ଶୁକ୍ରବାର ତୋମର ଗ୍ୱାଲିଅର୍ ଭ୍ରମଣରେ ପହଞ୍ଚିଥିଲେ । ସୂଚନାଥାଉକି, ଏଠାରେ ବାରମ୍ବାର ବିଦ୍ୟୁତ କାଟ ଏବଂ ବିଦ୍ୟୁତ ଅଭାବ ନେଇ ବାରମ୍ୱାର ହୋଇଆସୁଥିଲା ଅଭିଯୋଗ । ଫଳରେ ନିଜେ ଘଟଣାରେ ଅନୁସନ୍ଧାନ କରିବାକୁ ଯାଇ ସମସ୍ୟା ଜାଣିବା ପାଇଁ ପୋଲ ଉପରକୁ ଚଢିଥିଲେ ।

ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମାର ଗ୍ୱାଲିଅର ରାଉଣ୍ଡରେ ଥିଲେ, ଯେଉଁଠାରେ ଲୋକମାନେ ବିଦ୍ୟୁତ କାଟ ଏବଂ ଠିକ ସମୟରେ ବିଦ୍ୟୁତ ଅଭାବ ସମ୍ପର୍କରେ ନେଇ ଲୋକେ ଅଭିଯୋଗ କରିଥିଲେ । ସେ ନିଜେ ଖୁଣ୍ଟ ଉପରକୁ ଚଢି ଅଳିଆକୁ ବାହାର କରି ଏହାକୁ ସଫା କରି ଜାଣିବାକୁ ପାଇଥିଲେ ସତ କଣ । ଟ୍ରାନ୍ସଫର୍ମର ଉପରେ ଗଛ ଲତା ମାଡିଯିବାରୁ ଅନେକ ସମସ୍ୟା ଦେଖାଦେଇଛି ।

ଘଟଣା ଜଣାପଡିବା ପରେ ବିଦ୍ୟୁତ ବିଭାଗ ଉପରେ ଖୁବ ବର୍ଷିଥିଲେ । ଆଉ ଲୋକଙ୍କୁ ହାତ ଯୋଡି ଏସବୁ ପାଇଁ ଲୋକଙ୍କୁ କ୍ଷମା ମାଗିଥିଲେ । ତେବେ ଆହୁରି ପ୍ରତିଶୃତି ଦେଇଛନ୍ତି ଖୁବଶୀଘ୍ର ଏସବୁର ତର୍ଜମା କରିବେ । କେଉଁସ୍ଥାନରୁ ବିଦ୍ୟୁତ ଟ୍ରିପ୍ କରୁଛି କଣ ଏହାର କାରଣ ସେସବୁର ଯାଞ୍ଚ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.