ସିନ୍ଧିଆ କ୍ୟାମ୍ପର ସୁଇଚ୍ ଅଫ, ଭେଟେରାନଙ୍କୁ ଧରି କମଲନାଥଙ୍କ କସରତ, ମଧ୍ୟ ପ୍ରଦେଶ ରାଜନୀତିରେ ଏବେ ସମସ୍ତଙ୍କ ଫୋକସ୍

Published By : Prameya-News7 Bureau | March 09, 2020 IST

ଭୋପାଳ ୦୯।୦୩- ହୋଲିର ଠିକ୍ ପୂର୍ବରୁ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଘନୀଭୁତ ହେବାରେ ଲାଗିଛି।  ଅନେକ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ କଂଗ୍ରେସ ପାଇଁ ସରକାର ବଞ୍ଚାଇବା ଏକ ବଡ ଚ୍ୟାଲେଞ୍ଜ। ଏହା ମଧ୍ୟରେ ଦଳର ୧୭ ବିଧାୟକ ଚାର୍ଟର ବିମାନରେ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି। ଏଥିରେ ଛଅ ଜଣ ମନ୍ତ୍ରୀ ମଧ୍ୟ ସାମିଲ। କଂଗ୍ରେସ ମଧ୍ୟରେ ଜାରି ଆଭ୍ୟନ୍ତରୀଣ କନ୍ଦଳରେ ବିଜେପି ଶୀଘ୍ର ଫାଇଦା ନେବାକୁ ଚେଷ୍ଟା ଚଳାଇଛି। ଏହି ପୂରା ଘଟଣାକ୍ରମରେ କମଲନାଥ ସରକାର ଉପରେ ସଙ୍କଟର ବାଦଲ ଖେଳି ଯାଇଛି। ଅନ୍ୟପଟେ ସିନ୍ଧିଆ ଏବଂ ତାଙ୍କ ଅନୁଗତଙ୍କ ମୋବାଇଲ ସୁଇଚ୍ ଅଫ ରହିଥିବା ଜଣା ପଡିଛି। କମଲନାଥ ନିଜର ଅନୁଗତ ବିଧାୟକ ଏବଂ ଭେଟେରାନଙ୍କୁ ଧରି ସରକାର ବଞ୍ଚାଇବାକୁ କସରତ କରୁଛନ୍ତି। ଏବେ ସଭିଙ୍କ ନଜର ମଧ୍ୟ ପ୍ରଦେଶ ରାଜନୀତି ଉପରେ ରହିଛି।

ଉଲ୍ଲେଖନୀୟ ସିନ୍ଧିଆ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ଥିଲେ। ମାତ୍ର ମଧ୍ୟ ପ୍ରଦେଶରେ ତାଙ୍କୁ ଉପଯୁକ୍ତ ପଦ ଏବଂ ସମ୍ମାନ ନମିଳିବା କାରଣରୁ ସେ ଏବେ କଂଗ୍ରେସଠୁ ଦୂରେଇବାରେ ଲାଗିଛନ୍ତି।  ଦିଲ୍ଲୀରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ଯୁବ ନେତା ସଚିନ ପାଇଲଟଙ୍କୁ ଭେଟିଛନ୍ତି। ରାଜସ୍ଥାନରେ ପାଇଲଟ୍ ମଧ୍ୟ ଗେହଲଟ ସରକାର ପ୍ରତି ଅସନ୍ତୁଷ୍ଟ ଥିବା ସଭିଙ୍କୁ ଜଣା। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କଂଗ୍ରେସ ଦଳରେ ଯୁବ ବନାମ ବରିଷ୍ଠ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି।

{"id":235774,"width":743,"height":557,"sizeSlug":"large"}

ପୂର୍ବରୁ ଆଭ୍ୟନ୍ତୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ଏବେ ବିଜେପିର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିଛି। ବିଜେପି ମଙ୍ଗଳବାର ଭୋପାଳରେ ସମସ୍ତ ବିଧାୟକଙ୍କ ବୈଠକ ଡକାଇଛି। ଏହାକୁ ନଜରରେ ରଖି ଆଜି  ବିଳମ୍ବିତ ରାତିରେ କମଲନାଥଙ୍କ ବୈଠକ  ହୋଇପାରେ। ଜାତୀୟ ଗଣମାଧ୍ୟମ ଅନୁଯାୟୀ ବିଳମ୍ବିତ ରାତ୍ରିରେ କମଲନାଥ ସରକାର ସାମୂହିକ ଇସ୍ତଫା ଦେଇ ପାରନ୍ତି କାରଣ କମଲନାଥ ସରକାର ସିନ୍ଧିଆଙ୍କ ଗୋଷ୍ଠୀ ଆଗରେ ନଇଁବାକୁ ପ୍ରସ୍ତୁତ ନୁହେଁ।

ମଧ୍ୟ ପ୍ରଦେଶ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଆଗାମୀ କିଛି ସମୟରେ ଦେଖିବାକୁ ମିଳିପାରେ। ଅନ୍ୟପଟେ ଅସନ୍ତୁଷ୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଦଳର ବରିଷ୍ଠ ନେତାଙ୍କ ଦ୍ଵାରା ବୁଝାସୁଝା ପରେ ମଧ୍ୟ ନରମ ହେଉ ନାହାନ୍ତି। ସୋନିଆ ଗାନ୍ଧୀ ସିନ୍ଧିଆଙ୍କୁ ଫୋନ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନିନାହିଁ। ଅପରପକ୍ଷେ କଂଗ୍ରେସରେ ସିନ୍ଧିଆଙ୍କ ସମର୍ଥକ ମୁହଁ ଖୋଲୁନାହାନ୍ତି। ସିନ୍ଧିଆଙ୍କ ଅନୁଗତ ଫୋନ ସୁଇଚ୍ ଅଫ କରି ଦେଇଛନ୍ତି। ଅନେକ ନେତା ଓ କାର୍ଯ୍ୟକର୍ତ୍ତା ଭୋପାଳ ବାହାରକୁ ଯାଇ ସାରିଛନ୍ତି।  ଅନ୍ୟପଟେ ଦିଲ୍ଲୀରେ ବିଜେପି ସହ ତାଙ୍କର ନିକଟତରତା କଂଗ୍ରେସର ଚିନ୍ତାକୁ ବଢାଇପାରେ।

{"id":235777,"width":745,"height":532,"sizeSlug":"large"}

ଏହା ସବୁ କଳ୍ପନାଜଳ୍ପନା ମଧ୍ୟରେ ଖବର ଆସିଛି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ରାତି ୯ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ପାରନ୍ତି। ଏହି ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ରହିବେ। ଅନ୍ୟପଟେ ସିନ୍ଧିଆଙ୍କୁ ମନାଇବା ଲାଗି କଂଗ୍ରେସ ପକ୍ଷରୁ କେଉଁ ସମୟରେ ବି ରାଜ୍ୟ ସଭାପତି କରିବାକୁ ଘୋଷଣା କରି ପାରେ। ମାତ୍ର ସିନ୍ଧିଆ ବର୍ତ୍ତମାନ ରାଜ୍ୟ କଂଗ୍ରେସର ସଭାପତି ହେବାକୁ ମନା କରି ଦେଇଛନ୍ତି।

ଅନ୍ୟପଟେ ବିଜେପି ଶିବିରେ ହଲଚଲ ବଢି ଥିବା ବେଳେ ଭୋପାଳରେ କଂଗ୍ରେସ ବୈଠକ କରିବାକୁ ଯାଉଛି। ବିଜେପି ନେତା ଦିଲ୍ଲୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ତାଙ୍କ ବାସଭବନରେ ଭେଟୁଛନ୍ତି। ମଧ୍ୟ ପ୍ରଦେଶର  ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶାହାଙ୍କ ଘରେ ପହଞ୍ଚୁଛନ୍ତି।

{"id":235778,"width":745,"height":503,"sizeSlug":"large"}

ମଧ୍ୟ ପ୍ରଦେଶର ବିଧାନସଭା ଆସନ ୨୩୦। ଦୁଇ ବିଧାୟକଙ୍କ ନିଧନ ପରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୨୮ ରହିଛି। କଂଗ୍ରେସ ପାଖରେ ୧୧୪ ବିଧାୟକ ଅଛନ୍ତି। ଏହା ବ୍ୟତୀତ ୪ ନିର୍ଦ୍ଦଳୀୟ, ୨ ବିଏସପି(ଜଣେ ନିଲମ୍ବିତ) ଓ ଜଣେ ଏସପିର ବିଧାୟକ। ଏହି ପରି କଂଗ୍ରେସ ପାଖରେ ସଂପ୍ରତି ୧୨୧ ବିଧାୟକ ରହିଛନ୍ତି। ଅନ୍ୟପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି। ଏମପି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ଲାଗି ମ୍ୟାଜିକ ନମ୍ବର ହେଉଛି ୧୧୬। ଯଦି ୧୦ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୁଅନ୍ତି ତେବେ ବିଧାନସଭାରେ  ବିଜେପିର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଯିବ। ସାଂପ୍ରତିକ ସ୍ଥିତି ଦେଖିଲେ କଂଗ୍ରେସ ଉପରେ ସରକାର ଭାଙ୍ଗିବାର ବିପଦ ରହିଛି।

{"id":235779,"width":751,"height":574,"sizeSlug":"large"}

ମଧ୍ୟ ପ୍ରଦେଶ ରାଜନୀତିରେ ତେବେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ, ବିଏସପି ଓ ଏସପିର ମୋଟ୍ ନଅ ଜଣ ବିଧାୟକ  ଅଚାନକ ଗାଏବ ହୋଇ ଯାଇଥିଲେ। ଏଥିରୁ ପାଞ୍ଚ ଜଣ ବିଧାୟକଙ୍କୁ ତା ପରବର୍ତ୍ତୀ ଦିନ ଭୋପାଳରୁ ଠାବ କରାଯାଇଥିଲା। ଏଥିରୁ ଜଣେ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

ସୂଚନା ଅନୁଯାୟୀ କର୍ଣ୍ଣାଟକର ବିଜେପି ସଭାପତି ତଥା ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପୁତ୍ରଙ୍କୁ କଂଗ୍ରେସର ବିଧାୟକଙ୍କ ଦାୟିତ୍ଵ ବୁଝିବାକୁ ଦିଆଯାଇଛି। କଂଗ୍ରେସର ବିଧାୟକଙ୍କ ସୁରକ୍ଷାରେ ପ୍ରାୟ ୪୦୦ ଯବାନ ମୁତୟନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.