Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୧୫ ମାସ ଭିତରେ କଂଗ୍ରେସ ଚାଣକ୍ୟଙ୍କୁ ଏମିତି ଚିତ୍ କଲେ ‘ମାମା’

20/03/2020 at 5:21 PM

ନୂଆଦିଲ୍ଲୀ ୨୦।୦୩: ବହୁ ଦିନର ରାଜନୈତିକ ଘଟଣା ପରେ  ବୋଧହୁଏ ସେହି କ୍ଷଣ ଆସି ଉପନ୍ନିତ ହୋଇଛି ଯାହାକୁ ବିଜେପି ୧୫ ମାସ ହେବ ଅପେକ୍ଷା କରି ରହିଥିଲା। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଇସ୍ତଫା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ରହିଥିବା ବେଳେ କଂଗ୍ରେସ ଶିବିରରେ ହତାଶା ଛାଇ ରହିଛି। ଏହି ସବୁ ପଛରେ ଗୋଟିଏ ନାମ ଆସୁଛି ତାହା ହେଉଛି ‘ମାମା’।

ନିର୍ବାଚନ ହାରିଲେ ତଥାପି ମାମାଙ୍କ ଲୋକପ୍ରିୟତା କାଏମ

ଭାରତର ମାନଚ୍ଚିତ୍ରରେ ମଧ୍ୟ ପ୍ରଦେଶ ପୂରା ମଧ୍ୟଭାଗରେ ଅବସ୍ଥିତ। ଏହି କାରଣରୁ ଏହାକୁ ଦେଶର ହୃଦୟ କୁହାଯାଏ। ୧୫ ମାସ ପୂର୍ବେ ଯେବେ ବିଧାନସଭା ନିର୍ବାଚନ ହୋଇଥିଲା ତେବେ ୧୫ ବର୍ଷ ହେବ କ୍ଷମତାସୀନ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ କୁହାଯାଉଥିଲା ଯେ ଶିବରାଜ ସିଂହ ଚୌହାନଙ୍କ ଲୋକପ୍ରିୟତାରେ ତିଳେ ମାତ୍ର ହ୍ରାସ ଘଟିନଥିଲା। ମାମାଙ୍କ ଦରବାର କ୍ଷମତାରୁ ବେଦଖଲ  ହେବା ପରେ ମଧ୍ୟ ପରିପୂର୍ଣ୍ଣ ରହୁଥିଲା। ମାମା ନିଜର ଚିର ପରିଚିତ ଶୈଳୀରେ ଘରୁ ବାହାରକୁ ଆସି ଜନତାଙ୍କ ମଧ୍ୟରେ ବସି ଯାଆନ୍ତି। ପୁଣି ଆରମ୍ଭ ହୁଏ ଅଭିଯୋଗର ପର୍ବ। ମାମା ତୁରନ୍ତ ମୋବାଇଲ  ବାହାର କରି ଅଧିକାରୀଙ୍କ ହାଜିରା ପକାନ୍ତି ଏବଂ ଅଟକି ରହିଥିବା କାମ କରିବାକୁ କୁହନ୍ତି।

ବିନା ସରକାରରେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣୁଥିଲେ ଶିବରାଜ

ଶିବରାଜ ସିଂହ  ଚୌହାନଙ୍କ ଛବି ଏବେ ମଧ୍ୟ ଜନତାଙ୍କ ମଧ୍ୟରେ ଘର କରି ରହିଛି। ବିଜେପି ହାଇକମାଣ୍ଡ ମଧ୍ୟ ଶିବରାଜଙ୍କୁ ଗୁରୁତ୍ଵ ଦେବା କେବେ ବି ଭୁଲନ୍ତି ନାହିଁ। ଗତ ୧୫ ମାସରେ ଅନେକ ଥର ଏମିତି ସ୍ଥିତି ଉପୁଜିଛି ଯେବେ କଂଗ୍ରେସ ହାତରୁ କ୍ଷମତା ଖସି ଯିବାର ଆଶଙ୍କା ଦେଖା ଦେଇଛି ମାତ୍ର ଏମିତି ହୋଇ ପାରିନଥିଲା। ଏହାର କାରଣ କଂଗ୍ରେସର  ବରିଷ୍ଠ ନେତା କମଲନାଥ ମଧ୍ୟ ଜଣେ କମ୍ ରାଜନୀତିଜ୍ଞ ନୁହନ୍ତି। ମାତ୍ର ଏଥର ତାଙ୍କର ଚାଲ ଚଳିଲା ନାହିଁ। ସ୍ଥାନୀୟ ବିଶେଷଜ୍ଞଙ୍କ ମୁତାବକ,  ବିଜେପିର ପୂରା କ୍ଷେତ୍ର ପ୍ରସ୍ତୁତ ଲାଗି ପାଞ୍ଚ ଜଣ ନେତାଙ୍କୁ ଦାୟିତ୍ଵ ସମ୍ଭାଳିଥିଲେ। ଏହି ପାଞ୍ଚ ନେତାଙ୍କ ମଧ୍ୟରେ ସବୁଠୁ ବଡ ମହତ୍ଵପୂର୍ଣ୍ଣ ଥିଲେ ବିଜେପିର ମୁଖପାତ୍ର ଜଫର ଇସଲାମ ଓ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଜଫର ଇସଲାମଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲାଇନ୍ ଅପ କରିବାକୁ ଦାୟିତ୍ଵ ଦିଆଯାଇଥିଲା ଓ ନରେନ୍ଦ୍ର ସିଂହ ତୋମାର  ବାକି କାମ ସମ୍ଭାଳି ନେଇଥିଲେ।

ଏହି ନେତା ପ୍ରସ୍ତୁତ କଲେ ସମୀକରଣ

କୁହାଯାଉଛି ଯେ, ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ସରକାରଙ୍କୁ ଅସ୍ଥିର କରିବାରେ ତୋମାରଙ୍କ ସବୁଠୁ ବଡ ହାତ ରହିଛି। ଏହି ବରିଷ୍ଠ ନେତା ରାଜନୀତିରେ ଏମିତି ଜାଲ ବୁଣିଲେ ଯାହାକୁ କଂଗ୍ରେସ ନେତା ଭାଙ୍ଗି ପାରିନଥିଲେ। ତୃଣମୂଳ ସ୍ତରରେ ଜଡିତ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ମଧ୍ୟ ପ୍ରଦେଶର ଗ୍ଵାଲିୟର-ଚମ୍ବଲ କ୍ଷେତ୍ରରେ ଖୁବ୍ ପ୍ରଭାବ ରହିଛି। କଂଗ୍ରେସର  ଅଧିକାଂଶ ବିଦ୍ରୋହୀ ବିଧାୟକ ଏହି ଅଞ୍ଚଳରୁ ଆସିଛନ୍ତି। ଏହି ବିଧାୟକ ବିଦ୍ରୋହ କରିବାରୁ କମଲନାଥଙ୍କ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଥିଲା।

ନରୋତ୍ତମ ମିଶ୍ରଙ୍କ ମଧ୍ୟ ରହିଛି ଯୋଗଦାନ

ଏହି ସବୁ ନେତାଙ୍କ ବ୍ୟତୀତ ନରୋତ୍ତମ ମିଶ୍ରଙ୍କ ଯୋଗଦାନ କିଛି କମନଥିଲା। ଏହି ନେତାଙ୍କୁ ବିଜେପିର ମ୍ୟାନେଜର କୁହାଯାଏ। ବିଜେପିର ଯେତେ ବି ଦଳୀୟ ସାଙ୍ଗଠନିକ କାମ ହୁଏ ସେଥିରେ ନରୋତ୍ତମ ମିଶ୍ରଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନ ରହିଥାଏ। କୁହାଯାଉଛି ଯେ ଏହି ସବୁ ଘଟଣା କ୍ରମ ମଧ୍ୟରେ ନରୋତ୍ତମଙ୍କ ମଧ୍ୟ ବରାବର ଯୋଗଦାନ ଥିଲା। ବାକି କାମ ପାଇଁ  ଶିବରାଜ ସିଂହ ଚୌହାନ ପୂର୍ବରୁ ପିଚ୍ ପ୍ରସ୍ତୁତ କରି ରଖିଥିଲେ।

   Related Posts