ମଧ୍ୟପ୍ରଦେଶରେ ବିଧାୟକଙ୍କ ନୂଆ ସ୍କିମ୍ : ଟିକା ନିଅ, ୫୧ ହଜାର ପୁରସ୍କାର ପାଅ

Published By : Prameya-News7 Bureau | June 22, 2021 IST

ମଧ୍ୟପ୍ରଦେଶ ୨୨/୬: ଦେଶରେ କୋଭିଡ -19 ବିରୋଧରେ ଯୁଦ୍ଧ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସୋମବାର ଗୋଟିଏ ଦିନରେ ୮୬.୧୬ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଯାହାକି ନ୍ୟୁଜିଲାଣ୍ଡ ଜନସଂଖ୍ୟାର ୨ଗୁଣା । ମଧ୍ୟପ୍ରଦେଶରେ ଏହି ଦିନ ଦେଶର ସମସ୍ତ ରାଜ୍ୟ ତୁଳନାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଥିଲା ।

ସେହିଭଳି ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସୁଛନ୍ତି ଜନ ପ୍ରତିନିଧୀ। ଏମିତି ଏଠାରେ ମଧ୍ୟ ଜଣେ ବିଧାୟକ ଲୋକେ ଟିକା ନେବାକୁ କିଭଳି ଆଗେଇ ଆସିବେ ସେ ନେଇ ଲୋଭନୀୟ ସ୍କିମ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଟିକା ନିଅ ୫୧ ହଜାର ଟଙ୍କା ପୁରସ୍କାର ପାଅ । ସତନା ଜିଲ୍ଲାର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ ଏହି ବଡ଼ ଘୋଷଣା କରିଛନ୍ତି ।

ଯେଉଁ ବ୍ୟକ୍ତି ଜୁନ୍ ୨୩ ରୁ ୩୦ ତାରିଖ ମଧ୍ୟରେ ଟିକା ନେବେ । ସେମାନଙ୍କ ନାମରେ ଏକ ଚିଠା କରି ଲଟେରୀ ପ୍ରସ୍ତୁତ କରାଯିବ । ଏହି ଲଟେରୀରର ଯାହାର ନାଁ ପ୍ରଥମେ ବାହାରିବା ସେ ଲୋକଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ । ଏହା ସହ ଏହି ଲଟେରୀରରେ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଲୋକଙ୍କୁ କ୍ରମଶଃ ୨୧ ହଜାର, ୧୧ ହଜାର ଓ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହା ପରେ ୨୫ ଜଣ ଲୋକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏତଦ୍ ବ୍ୟତୀତ ଭ୍ୟାକ୍ସିନ ନେଇଥିବା ୨୫ ଜଣ ମହିଳାଙ୍କୁ ଗୋଟିଏ ଗୋଟିଏ ପ୍ରେସର କୁକର ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.