ରାଜନୀତି ଛାଡିବେ କମଳନାଥ ! ରାଲିରେ ଦେଲେ ଏପରି ସଙ୍କେତ, କହିଲେ-‘ଏବେ ମୁଁ ବିଶ୍ରାମ ଚାହୁଁଛି’

Published By : Prameya-News7 Bureau | December 14, 2020 IST

ଭୋପାଳ ୧୪/୧୨ : ମଧ୍ୟ ପ୍ରଦେଶରେ ପ୍ରଥମେ ସରକାର ଭୁଶୁଡିବା ପରେ ଉପ-ନିର୍ବାଚନରେ ମଧ୍ୟ ପରାଜୟ ବରଣ କରିଛି କଂଗ୍ରେସ । ଏହାରି ମଧ୍ୟରେ ପୂର୍ବତନ ମୂଖ୍ୟମନ୍ତ୍ରୀ କମଳନାଥ ବଡବୟାନ ଦେଇଛନ୍ତି ।  ରବିବାର ଛିଦଓ୍ବାଡାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କମଳନାଥ ରାଜନୀତି ଛାଡିବାକୁ ସଙ୍କେତ ଦେଇଛନ୍ତି । ସେ ମଞ୍ଚରେ କହିଛନ୍ତି ‘ ଏବେ ମୁଁ ଆରାମ କରିବାକୁ ଚାହୁଁଛି । ମୁଁ ଅନେକ କିଛି ହାସଲ କରିଛି ’ ।

କଂଗ୍ରେସ ଦଳ ମଧ୍ୟରୁ କମଳନାଥଙ୍କ ବିରୁଦ୍ଧରେ କୁହୁଳୁଥିବା ନିଆଁ ଭିତରେ ତାଙ୍କର ଏହି ବୟାନ ମଧ୍ୟ ପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ କମଳନାଥ କେବଳ ପଦ ଛାଡିବାକୁ ଚାହୁଁଛନ୍ତି କି ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି ତାହା ଜଣାପଡିନାହିଁ ।

{"id":377366,"sizeSlug":"large","linkDestination":"none"}

କମଳନାଥ ଏବେ ମଧ୍ୟ ପ୍ରଦେଶ ବିଧାନସଭା​‌ରେ ବିରୋଧି ଦଳ ନେତା ସହିତ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅନେକ ନେତା ଖୋଲାଖୋଲି ଭାବେ କମଳନାଥଙ୍କ ଉପରେ ଭୁଲ ରଣନୀତି ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ରାଜ୍ୟରେ ଦଳର ନେତାମାନେ ଲଗାତାର ଭାବେ କହିଆସୁଛନ୍ତି ଯେ, ଏବେ ଦଳରେ ଯୁବ ନେତୃତ୍ବଙ୍କ ଆବଶ୍ୟକତା ରହିଛି । ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାକୁ ହେଲେ ଜଣେ ଲୋକପ୍ରିୟ ତେନୃତ୍ବଙ୍କୁ ଦାୟିତ୍ବ ନେବାକୁ ପଡିବ ବୋଲି ଅନେକ ଦାବି କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କମଳନାଥ ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ତେବେ ସେତେବେଳେ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।

ଏହାର କିଛି ଦିନ ପରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆ ବିଜେପିରେ ମିଶିବା ପରେ ମଧ୍ୟ ପ୍ରଦେଶ କଂଗ୍ରେସର କିଛି ବିଧାୟକ ମଧ୍ୟ କଂଗ୍ରେସ ଛାଡି ଗେରୁଆ ଦଳ​‌ରେ ସାମିଲ ହୋଇଥିଲେ । ଯାହ ଫଳରେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.