‘ସୁନ୍ଦରୀ’ର ଖବର ଜାଣିବାକୁ ଚାହିଁଲେ ମଧ୍ୟପ୍ରଦେଶ ସରକାର

Published By : Prameya-News7 Bureau | January 22, 2020 IST

ଭୁବନେଶ୍ୱର ୨୨।୦୧: ଓଡିଶାର ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସୁନ୍ଦରୀ ନାମକ ଏକ ବାଘକୁ ଅଣଯାଇଥିଲା । କିନ୍ତୁ ଏବେ ସୁନ୍ଦରୀର ସ୍ବାସ୍ଥ୍ୟବସ୍ଥା କିପରି ଅଛି ଓ ତାର ଅବସ୍ଥା କେମିତି ଅଛି ଜାଣବା ପାଇଁ  ମଧ୍ୟପ୍ରଦେଶର ବନ୍ୟପ୍ରାଣୀ ବିଭାଗ ଓଡିଶାର ବନ ବିଭାଗକୁ ଚିଠି ଲେଖିଛନ୍ତି ।

ବାଘୁଣୀ ‘ସୁନ୍ଦରୀ’ ବର୍ଷାଧିକ କାଳ ସାତକୋଶିଆ ଅଭୟାରଣ୍ୟର ଏକ ଖୁଆଡ଼ ଭିତରେ ବନ୍ଦୀ ରହିବା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଓଡ଼ିଶା ବନ ବିଭାଗ ଉପରେ ବର୍ଷିଥିଲା । ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନାକୁ ତୁରନ୍ତ ବନ୍ଦ କରିବା ସହ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶକୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲା ଏନ୍‌ଟିସିଏ । ଏହା ପରେ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ମଧ୍ୟପ୍ରଦେଶ ବନ୍ୟପ୍ରାଣୀ ବିଭାଗକୁ ଚିଠି ଲେଖି ‘ସୁନ୍ଦରୀ’କୁ ନେବା ପାଇଁ ଚିଠି ଲେଖିଥିଲେ । ଏହି ଚିଠି ପାଇବା ପରେ ମଧ୍ୟପ୍ରଦେଶ ବନ୍ୟପ୍ରାଣୀ ବିଭାଗ ଓଡ଼ିଶାକୁ ଚିଠି ଲେଖି ‘ସୁନ୍ଦରୀ’ର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଏ ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ଏଚ୍‌.ଏସ୍‌.ଉପାଧ୍ୟୟ କହିଛନ୍ତି, ସୁନ୍ଦରୀ ଏବେ ସୁସ୍ଥ ଅଛି । ତେବେ ମଧ୍ୟପ୍ରଦେସ ବନ୍ୟବିଭାଗ ଚିଠିରେ ଲେଖିଛନ୍ତି ଯେ, ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀ ‘ସୁନ୍ଦରୀ’କୁ ଓଡିଶା ନେଇଥିଲ । ବର୍ଷେ ହେଲାଣି ସୁନ୍ଦରୀକୁ ଖୁଆଡ଼ ଭିତରେ ବନ୍ଦ କରି ରଖାଯାଇଛି । ଏବେ ତା’ ଦେହ କେମିତି ଅଛି? କ’ଣ ଖାଉଛି? ସେ ସୁସ୍ଥ ଅଛି ତ? ଜଙ୍ଗଲୀ ସ୍ୱଭାବ ଅଛି ନା ଭୁଲିଗଲାଣି? ତା’ ବାବଦରେ ଶୀଘ୍ର ଆମକୁ ଜଣାଇବା ସହ ତା ଫଟୋ ମଧ୍ୟ ପଠାଇବ । ଏହିପରି ଭାବରେ  ଓଡ଼ିଶା ବନ ବିଭାଗକୁ ଚିଠି ଲେଖିଛି ମଧ୍ୟପ୍ରଦେଶ ବନ୍ୟପ୍ରାଣୀ ବିଭାଗ । ଏହି ଚିଠି ପାଇବା ପରେ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରି ମଧ୍ୟପ୍ରଦେଶକୁ ରିପୋର୍ଟ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଆସନ୍ତା ୩/୪ ଦିନ ଭିତରେ ତା’ର ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଓ ଫଟୋ ମଧ୍ୟପ୍ରଦେଶ ପଠାଯିବ । ତା’ ପରେ ମଧ୍ୟପ୍ରଦେଶ ବନ୍ୟପ୍ରାଣୀ ଡିଭିଜନ ସୁନ୍ଦରୀକୁ ନେବା ପାଇଁ ପଦକ୍ଷେପ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.