Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ

21/07/2020 at 7:14 AM

ଭୋପାଳ ୨୧।୦୭: ମଧ୍ୟପ୍ରଦେଶର ଗଭର୍ଣ୍ଣର ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳ ସମୟରେ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଯାଇଛି। ୮୫ବର୍ଷୀୟ ଲାଲଜୀ ଟଣ୍ଡନ ଦୀର୍ଘଦିନ ହେବ ବହୁ ରୋଗରେ ପୀଡିତ ଥିଲେ । ଯାହାଫଳରେ ତାଙ୍କ ଚିକିତ୍ସା ଲକ୍ଷ୍ନୌର ଏକ ମେଡିକାଲରେ ଚାଲୁ ରହିଥିଲା । ତେବେ ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ହାଇଯାଇଛି । ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ନେଇ ତାଙ୍କ ପୁତ୍ର ଆଶୁତୋଷ ଟଣ୍ଡନ ସୂଚନା ଦେଇଛନ୍ତି । ସେ ଟ୍ୱିଟ ଜରିଆରେ ତାଙ୍କ ପିତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ଲାଲଜୀ ଟଣ୍ଡନ ଲକ୍ଷ୍ନୌର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । କିନ୍ତୁ ତାଙ୍କ ଦେହ ଖରାପ ହେବା ପରଠାରୁ , ଲକ୍ଷ୍ନୌର ଏକ ମେଡିକାଲରେ ଚିକିତ୍ସା ଜାରି ରହିଥିଲା । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ମଝିରେ ମଝିରେ ସ୍ୱାସ୍ଥ୍ୟବସ୍ଥା କଥା ବୁଝନ୍ତି , ଏବଂ ମେଡିକାଲକୁ ମଧ୍ୟ ଆସିଥାନ୍ତି । ଲକ୍ଷ୍ନୌ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଗତ ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡାବାରୁ , ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ପୁରା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । କିଛି ଘଣ୍ଟା ପରେ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଯାଇଛି । ଯାହାର ଖବର ତାଙ୍କ ପୁତ୍ର ଆଶୁତୋଷ ଟଣ୍ଡନ ଦେଇଛନ୍ତି । ଆଶୁତୋଷ ଟ୍ୱିଟ କରି ଲେଖିଛନ୍ତି ଯେ, ‘ବାବୁଜୀ ନେହି ରହେ’ ।

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ୧୧ଜୁନ୍‌କୁ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହୋଇଥିଲା । ଥଣ୍ଡା ଜ୍ୱର, ପରିସ୍ରା କରିବାରେ ଅସୁବିଧା ହେଉଥିଲା । ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ କାର୍ଯ୍ୟଭାର ଦିଆଯାଇଥିଲା । ତେବେ ଲାଲଜୀ ଟଣ୍ଡନଙ୍କ ୧୩ଜୁନ୍‌ରେ ଏକା ଅପରେସନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଯାଇଥିଲା । ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ ଲାଲଜୀ ଟଣ୍ଡନ କିଡନୀରେ ଅସୁବିଧା ରହିଥିଲା । ଯାହାଦ୍ୱାରା କି ତାଙ୍କ ଡାଇଲେସିସ୍‌ ମଧ୍ୟ କରାଯାଇଥିଲା ।

   Related Posts