ଶ୍ରୀଲଙ୍କାରେ ହେବ 'ସୀତା ମନ୍ଦିର': ଆଗ୍ନି ପରୀକ୍ଷା ସ୍ଥଳରେ ମନ୍ଦିର ଗଢିବେ ମଧ୍ୟପ୍ରଦେଶ ସରକାର

Published By : Prameya-News7 Bureau | January 27, 2020 IST

ଭୋପାଳ ୨୭/୦୧- ଶ୍ରୀଲଙ୍କାରେ ମାଆ ସୀତାଙ୍କ ଏକ ବିଶାଳ ମନ୍ଦିର ପ୍ରତିଷ୍ଠା ହେବ । ରାମାୟଣ ବର୍ଣ୍ଣୀତ ସୀତାଙ୍କ ଅଗ୍ନି ପରୀକ୍ଷା ସ୍ଥଳରେ ହିଁ ଏହି ମନ୍ଦିର ପ୍ରତିଷ୍ଠା ହେବ । ଏହା ନିର୍ମାଣ କରିବେ ମଧ୍ୟପ୍ରଦେଶ ସରକାର । ରାଜ୍ୟରେ କ୍ଷମାତାସୀନ କଂଗ୍ରେସ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବଡ଼ କଥାଟି ହେଲା,  ଏହା ଦଶନ୍ଧି ତଳର ଏକ ପ୍ରସ୍ତାବ ବା ଚିନ୍ତାଧାରା । ତତ୍କାଳୀନ ଶିବରାଜ ସିଂଚୌହ୍ୱାନ ନେତୃତ୍ୱାଧୀନ ବିଜେପି ସରକାର ଏପରି ଏକ ପ୍ରସ୍ତାବ ରଖିଥିଲେ । କିନ୍ତୁ ଏବେ ତାହାକୁ କାର୍ଯ୍ୟକାରୀ କରିବେ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର । 

ଶ୍ରୀଲଙ୍କାରେ ମାଆ ସୀତାଙ୍କ ମନ୍ଦିର ନିର୍ମାଣ ଯୋଜନାରେ ମଧ୍ୟପ୍ରଦେଶ ସରକାର ଏହା ମଧ୍ୟରେ କିଛି ପଦକ୍ଷେପ ନେଇଛନ୍ତି । ମଧ୍ୟପ୍ରଦେଶର ଆଇନ ଏବଂ ଧାର୍ମୀକ ବ୍ୟାପର ମନ୍ତ୍ରୀ ପି.ସି. ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀଲଙ୍କା ଗସ୍ତ କରି ସେଠାକାର ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଭେଟି ପ୍ରସ୍ତାବିତ ସୀତା ମନ୍ଦିର ନେଇ ଆଲୋଚନା କରିଥିଲେ । ଶ୍ରୀଲଙ୍କା ସରକାରଙ୍କ ସକରାତ୍ମକ ସଂକେତ ମିଳିବା ପରେ ମଧ୍ୟପ୍ରଦେଶ ସରକାର ଆଗେଇଛନ୍ତି ଏବଂ ସୋମବାର ଦିନ ସୀତାଙ୍କ ଅଗ୍ନିପରୀକ୍ଷା ସ୍ଥଳରେ ସୀତା ମନ୍ଦିର ନିର୍ମାଣ  ଯୋଜନାର ବିଧିବଦ୍ଧ ଘୋଷଣା କରିଛନ୍ତି ।

 ସୀତା ମନ୍ଦିର ନିର୍ମାଣ କାର୍ଯ୍ୟର ରୂପାୟନ ଲାଗି ମଧ୍ୟପ୍ରଦେଶ ଏବଂ ଶ୍ରୀଲଙ୍କାର କିଛି ସରକାରୀ ଅଧିକାରୀଙ୍କ ସହ ମହାବୋଦ୍ଧି ସୋସାଇଟିର ସଦସ୍ୟଙ୍କୁ ନେଇ ଖୁବଶିଘ୍ର ଏକ କମିଟି ଗଠନ ହେବ । ସେହି କମିଟି ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ମନ୍ଦିର ନିର୍ମାଣ ଶେଷ କରିବାକୁ ସମୟ ଧାର୍ଯ୍ୟ ସହ କାର୍ଯ୍ୟକରିବ । ଏହାସହ ଚଳିତ ଆର୍ଥୀକ ବର୍ଷରୁ ଏହି ମନ୍ଦିର ପାଇଁ ପାଣ୍ଠି ଅନୁମୋଦନ କରାଯିବ ବୋଲି  ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।        

ପ୍ରସ୍ତାବିତ ସୀତା ମନ୍ଦିର ସ୍ଥାନଟି ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ଦିବୁରମପୋଲା ସ୍ଥିତ ଏକ ବୌଦ୍ଧପୀଠ ରେ ହିଁ ଚିହ୍ନିତ ହୋଇଛି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ସେଠାରେ ହିଁ ମାଆ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ ।ସେଠାରେ ହିଁ ମାତା ସୀତାଙ୍କ ଅଙ୍ଗ ଭୂଷଣ ସବୁ ପୋତା ହୋଇ ରହିଛି ।

 ୨୦୧୮ ଡିସେମ୍ବରରେ କ୍ଷମତାକୁ ଆସିଥିବା କମଲନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର  ଣାଆ ସୀତାହ୍କ ମନ୍ଦିର ପ୍ରତିଷ୍ଠା କରିବାକୁ ଘୋଷଣା ବେଳେ ସବୁ କ୍ରେଡିଟ ନେବା ଖୌଣସି ଅପ୍ସନ ଛାଡି ନାହାନ୍ତି । ଏକ ଦଶନ୍ଧି ତଳର ଏହି ଚିନ୍ତାଧାରା  ନେଇ ତତ୍କାଳୀନ ବିଜେପି ସରକାର ଅମଳରେ  ସେବଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା । ଏପରିକି ଏ ସଂପର୍କୀତ ଫାଇଲ୍ ଆଗକୁ ବଢିନଥିଲା ବୋଲି ବର୍ତ୍ତମାନର ରାଜ୍ୟ ସରକାର ଦୃଢୋକ୍ତି ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.