ମହିଳା କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦେଲେ ମଧ୍ୟପ୍ରଦେଶ ସରକାର

Published By : Prameya-News7 Bureau | December 01, 2021 IST

ଭୋପଲ ୦୧।୧୨ : ପ୍ରଥମଥର ପାଇଁ ମଧ୍ୟପ୍ରଦେଶ ସରକାର ଲିଙ୍ଗ ପରିବର୍ତ୍ତନ ପାଇଁ ମହିଳା ପୋଲିସ କନଷ୍ଟେବଳଙ୍କୁ ଅନୁମତି ଦେଇଛନ୍ତି। ମହିଳା ମହାନିର୍ଦ୍ଦେଶକ ମହିଳା କନଷ୍ଟେବଳ ଅମିତାଙ୍କ ଲିଙ୍ଗ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ରାଜୋରା କହିଛନ୍ତି ଯେ ମଧ୍ୟପ୍ରଦେଶରେ ଏହା ହେଉଛି ପ୍ରଥମ ମାମଲା ଯେଉଁଠି ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ ମହିଳା କନେଷ୍ଟବଳଙ୍କୁ ବିଧିବଦ୍ଧ ଭାବେ ଲିଙ୍ଗ ପରିବର୍ତ୍ତନ କରିବାକୁ ସମ୍ବଦ୍ଧୀତ ଆଦେଶ ଗୁଡିକ ଆଜି ଗୃହ ବିଭାଗ ଦ୍ୱାରା ରାଜ୍ୟ ପୋଲିସ ମୁଖ୍ୟାଳୟକୁ ପଠାଯାଇଛି।

ଏହାକୁ ନେଇ ସେ କହିଥିଲେ ଯେ ମହିଳା କନଷ୍ଟେବଳଙ୍କ ପିଲାଦିନରୁ ଲିଙ୍ଗ ପରିଚୟକୁ ଡିସ୍‌ ଅର୍ଡର ସମସ୍ୟା ରହିଛି । ଏହାକୁ ଜାତୀୟ ସ୍ତରର ମାନସିକ ବିଶେଷଜ୍ଞଙ୍କ ଦ୍ବାରା ମଧ୍ୟ ପ୍ରମାଣିତ ହୋଇଛି। ଏହା ବ୍ୟତୀତ ରାଜେଶ ରାଜୋରା କହିଛନ୍ତି ଯେ ଦେଶର ଯେକୌଣସି ନାଗରିକ ଧର୍ମ କିମ୍ବା ଜାତି ନିର୍ବିଶେଷରେ ନିଜର ଲିଙ୍ଗ ଚୟନ କରିବା ପାଇଁ ସ୍ୱାଧୀନତା ପାଇଛନ୍ତି। ଏହା ଅଧୀନରେ ଆଇନ ବିଭାଗ ସହିତ ପରାମର୍ଶ କରିବା ପରେ ଗୃହ ବିଭାଗ ପକ୍ଷରୁ ପୋଲିସ ମୁଖ୍ୟାଳୟକୁ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.