Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଜୟ ଦେବଗନଙ୍କ ଷ୍ଟାଇଲରେ ଷ୍ଟଣ୍ଟ କରି ଫସିଗଲେ ପୋଲିସ ବାବୁ, ଦେଲେ ଜରିମାନା

12/05/2020 at 6:18 PM

ଦମୋହ ୧୨/୦୫ : ବଲିଉଡ ଅଭିନେତା ଅଜୟ ଦେବଗନ ଅନେକ କମେଡି ଓ ଆକ୍ସନ ଫିଲ୍ମରେ ଅଭିନୟ କରିଛନ୍ତି | ତାଙ୍କ କ୍ୟାରିଅରର ପ୍ରଥମ ଫିଲ୍ମରେ ଜବରଦସ୍ତ ଏଣ୍ଟ୍ରିକୁ ନେଇ ଲୋକେ ଆଜି ମଧ୍ୟ ଦିୱାନା | ମଧ୍ୟ ପ୍ରଦେଶର ଜଣେ ପୋଲିସ ବାବୁ ଅଜୟ ଦେବଗନଙ୍କ ଏଣ୍ଟ୍ରିକୁ ନକଲ କରି ଅଡୁଆରେ ପଡିଯାଇଛନ୍ତି | ଅଜୟ ଦେବଗନଙ୍କ ଷ୍ଟଣ୍ଟ କରିବା ତାଙ୍କୁ ମହଙ୍ଗା ପଡିଛି | ଫିଲ୍ମ ‘ଫୁଲ ଔର କାଣ୍ଟେ’ ରେ ଅଜୟ ଦେବଗନ ଦୁଇଟି ବାଇକ ମଝିରେ ଛିଡା ହୋଇ ଏଣ୍ଟ୍ରି କରିଥିଲେ | ତାଙ୍କୁ ନାକ କରି ମଧ୍ୟପ୍ରଦେଶର ଜଣେ ପୋଲିସ ବାବୁ ମନୋଜ ଯାଦବ ମଧ୍ୟ ଏହିଭଳି ଷ୍ଟଣ୍ଟ କରିଥିଲେ | ତାଙ୍କର ଏହି ଭିଡିଓ କ୍ଲିପ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ତାଙ୍କର ଅଡୁଆ ବଢିଯାଇଥିଲା |

ଭାଇରାଲ ହୋଇଥିବା ଭିଡିଓରେ ମନୋଜ ଯାଦବ ଦୁଇଟି କାର ମଝିରେ ଛିଡା ହୋଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା | ମନୋଜ ଯାଦବ ମଧ୍ୟ ପ୍ରଦେଶ ଦମୋହ ଜିଲ୍ଲା ନରସିଂହଗଡ ପୋଲିସ ଥାନାରେ କାର୍ଯ୍ୟରତ | ସେ ଦୁଇଟି କାର ମଝିରେ ନିଜକୁ ବାଲାନ୍ସ କରି ଛିଡା ହୋଇଥିବା ଦେଖିବାକୁ ମିଳିଛି | ଷ୍ଟାଇଲରେ ମନୋଜ ଚଷମା ମଧ୍ୟ ପିନ୍ଧିଛନ୍ତି |

ଭିଡିଓରେ ଅଜୟ ଦେବଗନଙ୍କ ଫିଲ୍ମ ତଥା ରୋହିତ ସେଟ୍ଟୀ ନିର୍ଦେଶିତ ଚଳଚିତ୍ର ‘ସିଂହମ’ର ଗୀତ ମଧ୍ୟ ବାଜୁଛି | ଅଜୟ ଦେବଗନ ଏହି ଷ୍ଟଣ୍ଟ ପ୍ରଥମେ ୧୯୯୧ ମସିହାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଫୁଲ ଓ କାଣ୍ଟେ’ ରେ କରିଥିଲେ | ଅଜୟ ଦେବଗନ ଏହି ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ | ଅଜୟ ଦେବଗନଙ୍କ ପିତା ଫିଲ୍ମରେ ଷ୍ଟଣ୍ଟ ନିର୍ଦେଶକ ଥିଲେ | ଏହାପରେ ସେ ‘ଗୋଲମାଲ ରିଟର୍ଣ୍ଷ’ ରେ ଏହି ଷ୍ଟଣ୍ଟ କରିଥିଲେ | ତେବେ ଫୁଲ ଓ କାଣ୍ଟେରେ ଷ୍ଟଣ୍ଟ ବାଇକରେ କରିଥିବାବେଳେ ‘ଗୋଲମାଲ ରିଟର୍ଣ୍ଷ’ ରେ କାରରେ କରିଥିଲେ |

ସୂଚନାଯୋଗ୍ୟ ଯେ, ପୋଲିସ ବାବୁଙ୍କ ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି | ମନୋଜ ଯାଦବଙ୍କୁ ୫ ହଜାର ଟଙ୍କା ଜରିମାନା ଲଗାଯାଇଛି ଏବଂ ଭବିଷ୍ୟତରେ ଏହିଭଳି କାମ ନ କରିବାକୁ ଚେତାବନୀ ଦିଆଯାଇଛି | ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାପରେ ବରିଷ୍ଠ ଅଧିକାରୀ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ |

   Related Posts