Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି

17/08/2020 at 5:59 PM

ନୂଆଦିଲ୍ଲୀ ୧୭/୦୮ : କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେବାପରେ ତାଙ୍କର ୭ ନମ୍ବର ଜର୍ସିକୁ ରିଟାୟାର କରିବା ସହ ତାଙ୍କ ପାଇଁ ଫେୟାରୱେଲ ମ୍ୟାଚ ଆୟୋଜନ କରିବାକୁ ଦାବି ହୋଇଛି | ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ ଏବଂ ପ୍ରଦେଶ ପୂର୍ବତନ ମନ୍ତ୍ରୀ ପିସି ଶର୍ମା ରବିବାର ଦିନ ଧୋନୀଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି | ଧୋନୀଙ୍କୁ ତାଙ୍କର ଉପଲବ୍ଧି ପାଇଁ ଭାରତ ରତ୍ନ ଦିଆଯିବା ଉଚିତ ବୋଲି ସେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି | ଧୋନୀ ସନ୍ୟାସ ନେବାର ଦିନେ ପରେ ପିସି ଶର୍ମା ତାଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି |

ଭୋପାଲ ଦକ୍ଷିଣ-ପଶ୍ଚିମ ଆସନ ବିଧାୟକ ପିସି ଶର୍ମା ଟ୍ୱିଟ କରି କହିଛନ୍ତି, ଭିରତୀୟ କ୍ରିକେଟକୁ ସାରା ଦୁନିଆରେ ବିଜେତା ଭାବେ ସ୍ଥାପିତ କରିଥିବା ଦେଶର ରତ୍ନ ମହାନ କ୍ୟାପଟେନ ଧୋନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଉଚିତ | 

ପିସି ଶର୍ମା କହିଛନ୍ତି, ଧୋନୀ କ୍ରୀଡା ଜଗତର ଭାରତ ରତ୍ନ | ସେ କ୍ରିକେଟରେ ଦେଶର ନାଁ ରଖିଛନ୍ତି | ସେ ଦେଶର ଗୌରବ | ସେଥିପାଇଁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଉଚିତ | ଭାରତ ରତ୍ନ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ | ଏହା ରାଷ୍ଟ୍ରୀୟ ସେବା କ୍ଷେତ୍ରରେ ପ୍ରଦାନ କରାଯାଏ | ଏହି ସେବାରେ କଳା, ସାହିତ୍ୟ, ବିଜ୍ଞାନ, ସାର୍ବଜନିକ ସେବା, ଖେଳ ସାମିଲ ରହିଛି |

ଧୋନୀ ଦୁନିଆର ଏକମାତ୍ର କ୍ୟାପଟେନ ଯିଏ ୩ଟି ଆଇସିସି ଜିତିଛନ୍ତି | ଏଥିରେ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଏକ ଦିବସୀୟ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ସାମିଲ ଅଛି |

   Related Posts