Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ୍

25/07/2020 at 11:56 AM

ଭୋପାଲ ୨୫/୦୭ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି | ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି କହିଛନ୍ତି | ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ ଅପିଲ କରିଛନ୍ତି | ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ପରିବାର ସଦସ୍ୟ, ସମ୍ପର୍କୀୟ, ନେତା ଆଦି କ୍ଵାରେଣ୍ଟାଇନରେ ରୁହନ୍ତୁ ବୋଲି ସେ ଅପିଲ କରିଛନ୍ତି | ସେ କରୋନା ଗାଇଡଲାଇନ ପାଳନ କରୁଛନ୍ତି ବୋଲି କହିଛନ୍ତି | ଏହାସହ ରାଜ୍ୟବାସୀଙ୍କୁ ସୁରକ୍ଷିତ ଓ ସଚେତନ ରହିବାକୁ ସେ ଅପିଲ କରିଛନ୍ତି | ଟିକିଏ ଅସାବଧାନତା କରୋନା ସଂକ୍ରମଣକୁ ନିମନ୍ତ୍ରଣ କରିଥାଏ ବୋଲି ସେ କହିଛନ୍ତି |

ଶିବରାଜ ଲେଖିଛନ୍ତି ଯେ, ସେ କରୋନା ଠାରୁ ସାବଧାନ ରହିବାକୁ ପୁରା ପ୍ରୟାସ କରିଥିଲେ | କିନ୍ତୁ ବିଭିନ୍ନ ସମସ୍ୟା ନେଇ ଲୋକେ ତାଙ୍କୁ ସାକ୍ଷାତ କରିବାକୁ ଆସିଥାନ୍ତି | ସେଥିପାଇଁ ଯେଉଁମାନେ ତାଙ୍କୁ ସାକ୍ଷାତ କରିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି | କରୋନାକୁ ଭୟ କରିବାର କିଛ ନାହିଁ, ଠିକ ସମୟରେ ଚିକିତ୍ସା ହେଲେ ଲୋକେ ସୁସ୍ଥ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି |

   Related Posts