Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଗୋବର, ଗୋ ମୂତ୍ର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିପାରିବ: ଶିବରାଜ ସିଂହ ଚୌହାନ

13/11/2021 at 11:02 PM

ଭୋପାଳ ୧୩/୧୧: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମତରେ ଗାଈ, ଗୋବର ଏବଂ ମୂତ୍ର ଦେଶର ଅର୍ଥନୀତି ସୁଦୃଢ଼ କରିବାରେ ସକ୍ଷମ । ଭୋପାଳରେ ଇଣ୍ଡିଆନ୍‌ ଭେଟନାରୀ  ଆସୋସିଏସନ୍‌ର ମହିଳା ଶାଖାର ସମାବର୍ତ୍ତନ ଉତ୍ସବରେ ସମ୍ବୋଧନ କରି ସିଏମ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି, ଗାଈ ଏବଂ ତାର ଗୋବର ଓ ମୂତ୍ର ରାଜ୍ୟ ଏବଂ ଦେଶର  ଅର୍ଥନୀତି ବିକାଶ ପାଇଁ ସହାୟକ ହେବ।

କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାଣୀ ଚିକିତ୍ସକଙ୍କୁ  ସମ୍ବୋଧନ କରି ଶିବରାଜ କହିଛନ୍ତି, ଗାଈ, ବଳଦ ବିନା କୌଣସି କାର୍ଯ୍ୟ ଅସମ୍ଭବ। ସରକାର ଗୋଶାଳା ତିଆରି କରିଛନ୍ତି। ଲୋକମାନେ ଏହା ସହିତ ଜଡ଼ିତ ନହେଲେ ଗୋଶାଳା ଅକାମୀ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଗାଈ ଗୋବର ଏବଂ ମୂତ୍ର ଦ୍ବାରା ଆମେ ଚାହିଁଲେ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିପାରିବା। ଏଥିପାଇଁ ଏକ ସିଷ୍ଟମର ଆବଶ୍ୟକତା ରହିଛି।’

ଗତବର୍ଷ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ଗାଈର ଦୁଗ୍ଧ, ଗୋବର ଏବଂ ଗୋ ମୂତ୍ର ବ୍ୟବହାର କରିବା ସୁସ୍ଥ ସମାଜ ପାଇଁ ଜରୁରୀ ।

   Related Posts