ମାର୍ଚ୍ଚ ୧୬ରେ କମଲ ନାଥ ସରକାରଙ୍କ ଫ୍ଲୋର ଟେଷ୍ଟ ଦାବି କରିବ ବିଜେପି

Published By : Prameya-News7 Bureau | March 12, 2020 IST

ଭୋପାଲ ୧୨।୩: ମଧ୍ୟପ୍ରଦେଶ ବିଜେପି ମାର୍ଚ୍ଚ ୧୬ ତାରିଖ ଦିନ ବିଧାନସଭାରେ କମଲ ନାଥ ସରକାରଙ୍କ ଫ୍ଲୋର ଟେଷ୍ଟ ଦାବି କରିବ। ଏହି ଦିନ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ତେବେ ତା ପୂର୍ବରୁ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ବିଜେପି ବିଧାନସଭାରେ ଦାବି କରିବ ବୋଲି ଜନୈକ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି।

{"id":237037,"width":579,"height":435,"sizeSlug":"large"}

ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ବିଜେପିରେ ଯୋଗ ଦେବା ପରେ କମଲନାଥଙ୍କ ସରକାରରୁ ୨୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାୟକଙ୍କ ଇସ୍ତଫା ପତ୍ର ଏବେ ବିଧାନସଭା ବାଚସ୍ପତି ଓ ରାଜ୍ୟପାଳଙ୍କୁ ମିଳିସାରିଛି। ଏଣୁ ଗୃହରେ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ନିର୍ଦ୍ଦେଶ ଦେବା ସେମାନଙ୍କର ନୈତିକ କର୍ତ୍ତବ୍ୟ । ତେବେ ଏଥିଲାଗି ଆମେ ରାଜ୍ୟପାଳ ଓ ବଚସ୍ପତିଙ୍କୁ ଅନୁରୋଧ କରିବୁ ବୋଲି ବିଧାନସଭାରେ ବିଜେପି ଚିଫ୍ ହ୍ୱିପ୍ ନରୋତ୍ତମ ମିଶ୍ର ଗୁରୁବାର ଭୋପାଲରେ ସାମ୍ବାଦିକଙ୍କୁ କହିଛନ୍ତି।  କହିଛନ୍ତି।

{"id":237038,"sizeSlug":"large"}

ତେବେ ରାଜ୍ୟରେ କଂଗ୍ରେସ ସରକାରଙ୍କ ଅନ୍ତ ହୋଇଥିବା କହିଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାରଙ୍କୁ ୨ ବିଏସପି ଓ ଜଣେ ସପା ବିଧାୟକଙ୍କ ସମର୍ଥନ ପ୍ରାପ୍ତ ରହିଛି। ହେଲେ ସରକାରର ଅଧିକାଂସ ବିଧାୟକ ଏବେ ବିଜେପିରେ ଯୋଗ ଦେଇଥିବା ଶିବରାଜ କହିଛନ୍ତି। ସେପଟେ  ଇସ୍ତଫା ଦେଇଥିବା କଂଗ୍ରେସର ୨୨ ବିଧାୟକଙ୍କ ମଧ୍ୟରୁ ୧୩ ଜଣ ସରକାରଙ୍କୁ ସମର୍ଥନ ଦେବେ ବୋଲି ବରିଷ୍ଟ କଂଗ୍ରେସ୍ ନେତା ଦିଗବିଜୟ ସିଂ ଗଣମାଧ୍ୟମକୁ କହିଛନ୍ତି। ଏଣୁ ଯଦି ଗୃହରେ କଂଗ୍ରେସକୁ ସଂଖ୍ୟାମତ ପ୍ରମାଣିତ କରିବାକୁ ପଡେ ତେବେ କମଲନାଥଙ୍କ ସରକାର ଏଥିରେ ନିଶ୍ଚିତ ସଫଳ ହେବେ ବୋଲି ଦିଗବିଜୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.