Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ନିଶା ଦେଇ ସାନ ଭୁଉଣୀକୁ ଦେହ ବ୍ୟବସାୟରେ ଲଗାଇଥିଲା ବଡ ଭଉଣୀ, ପୀଡିତା ଦେଲେ ଚାଞ୍ଚଲ୍ୟକର ବୟାନ

21/12/2020 at 5:26 PM

ଭୋପାଳ ୨୧/୧୨ : ମଧ୍ୟ ପ୍ରଦେଶର ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବଡ ଭଉଣୀ ନିଜ ୧୫ ବର୍ଷୀୟା ସାନ ଭଉଣୀକୁ ଡ୍ରଗ୍ସ୍ ଦେଇ ଦେହ ବ୍ୟବସାୟରେ ଲିପ୍ତ କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ମାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ । ପୀଡିତାଙ୍କ ମା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ପଇସା ପାଇଁ ବଡ ଭଉଣୀ ତାର ନିଜ ସାନ ଭଉଣୀକୁ ଡ୍ରଗ୍ସ୍ ଦେଇ ଦେହ ବ୍ୟବସାୟରେ ଲଗାଇଦେଇଥିଲା । ପୀଡିତାଙ୍କୁ ୫ ଜଣ ବ୍ୟକ୍ତିଙ୍କ ପାଖରେ ଛଡାଯାଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି ।

ଗାନ୍ଧିନଗର ପୋଲିସ ଷ୍ଟେସନର SHOଙ୍କ କହିବା ଅନୁଯାୟୀ ପରିବାର ଲୋକେ ପ୍ରଥମେ ସାନ ଝିଅକୁ ଏକ ଏନଜିଓକୁ ପଠାଇଥିଲେ ଯେଉଁଠାରେ ଡ୍ରଗ୍ସ ମୁକ୍ତ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେଠାରେ ଏନଜିଓ ବାଲା ଜାଣିବାକୁ ପାଇଥିଲେ ଯେ ନାବାଳିକାଜଣଙ୍କୁ ଡ୍ରଗ୍ସ୍ ଦିଆଯାଇ ଦେହ ବ୍ୟବସାୟରେ ଲିପ୍ତ କରାଯାଇଛି । ପରିବାର ଲୋକ ଏହି ଖବର ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାରେ ପକ୍ସୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ଓ ଦେହ ବ୍ୟବସାୟ ସହ ଜଡିତ ଏକ ମାମଲା ରୁଜୁ ହୋଇଛି ।

ପୀଡିତାଜଣକ ପୋଲିସକୁ କହିଛନ୍ତି ଯେ, ସେ ଯେତେବେଳେ ୧୩ ବର୍ଷର ଥିଲେ ତାଙ୍କ ବଡ ଭଉଣୀ ତାଙ୍କୁ ଗଞ୍ଜେଇ ପିଇବା ସିଖାଇଥିଲା । ଏହା ପ​‌ରେ ତାଙ୍କୁ ଇନ୍ଦୋର ନେଇଯାଇଥିଲା ବଡ ଭଉଣୀ । ସେଠାରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ବଦଳରେ ବଡ ଭଉଣୀକୁ ୨ ହଜାର ଟଙ୍କା ଦେଇଥିଲା ।

ତେବେ ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରିବା ସହିତ ସଂପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପୀଡିତାଙ୍କ ବଡ ଭଉଣୀ ସମେତ ଦୁଷ୍କର୍ମ କରିଥିବା ୫ ଜଣ ଅଛନ୍ତି । ସମସ୍ତଙ୍କୁ ପକ୍ସୋ ଆକ୍ଟ୍ ଅନୂଯାୟୀ କୋର୍ଟରେ ହାଜର କରାଯିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।  

   Related Posts