Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଇମାନଦାର ଚୋର : ପୋଲିସ୍ ଘରେ ପଶି ଚୋରୀ କଲା, ଆଉ ଲେଖିଦେଇଗଲା ପରେ ଫେରାଇବି

7/07/2021 at 1:28 PM

ମଧ୍ୟପ୍ରଦେଶର ୭/୭ : ମଧ୍ୟପ୍ରଦେଶ ଭିଣ୍ଡରେ ଆଶ୍ଚର୍ଯ୍ୟଧରଣର ଘଟଣା ନଜର ଆସିଛି । ଜଣେ ଚୋର ଚୋରୀ କରିବା ପରେ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛି । ଆଉ କାରଣ କଣ ଜାଣିଲେ ତା ଆଶ୍ଚର୍ଯ୍ୟ ବି ହୋଇଯିବେ । ସୂଚନା ଥାଉକି, ଭିଣ୍ଡସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି କରିବା ପରେ ଚୋର କ୍ଷମା ମାଗି ସେଠାରେ ଛାଡି ଦେଇଥିଲା ହାତଲେଖା ।

ଏଥିରେ ଲେଖାଯାଇଛି ଯେ ସେ ସେ ଚୋରି କରିବାର କାରଣ ତାଙ୍କ ସାଙ୍ଗର ଜୀବନ ବଞ୍ଚାଇବାକୁ ପଡିବ । ଏଥିପାଇଁ ଚୋରୀ କରିଛନ୍ତି । ପରେ ଟଙ୍କା ଯୋଗାଡ ହେବା ପରେ ଏହି ଟଙ୍କା ପେରସ୍ତ କରିଦେବେ । ମଙ୍ଗଳବାର ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଛତିଶଗଡରେ ରହୁଥିବା ଜଣେ ବ୍ୟକ୍ତି ଭିଣ୍ଡରେ ରହୁଥିବା ଜଣେ ପୋଲିସ ଘରୁ ଚୋରି କରିଥିଲା । ସେହି ପୋଲିସର ପରିବାର ଭିଣ୍ଡରେ ରୁହନ୍ତି ।

କୋଟୱାଲି ପୋଲିସ ଷ୍ଟେସନର ଏଏସଆଇ କମଲେଶ କାଟାରେ ଏ ବିଷୟରେ କହିଥିଲେ ସୂଚନା ଦେଇଛନ୍ତି । ପୋଲିସ ଏହା ବି କହିଛି ଯେ ଚୋର ମଧ୍ୟ ତାର ଏପରି କାର୍ଯ୍ୟ ପାଇଁ ପଛରେ କ୍ଷମା ପ୍ରାର୍ଥନା କରିଛି । ଚିଠିରେ ଲେଖିଯାଇଛି ମୁଁ ‘ଦୁଃଖିତ ବନ୍ଧୁ, ଏହା ଏକ ବାଧ୍ୟତାମୂଳକ ଥିଲା । ଯଦି ମୁଁ ଏହା କରେ ନାହିଁ ତେବେ ମୋର ବନ୍ଧୁଙ୍କ ଜୀବନ ବଞ୍ଚିବ ନାହିଁ ।  ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଟଙ୍କା ପାଇବା ମାତ୍ରେ ତୁମର ଟଙ୍କା ଫେରସ୍ତ କରିବି ।

ସୂଚନା ଥାଉକି, ପୋଲିସଙ୍କ ପତ୍ନୀ ଏବଂ ପିଲାମାନେ ଜୁନ୍ ୩୦ ରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ପରେ ସେ ଘରକୁ ଫେରିବା ପରେ ରୁମର କବାଟ ଭାଙ୍ଗି ଯିବା ସହ ଜିନିଷପତ୍ର ଏଠାରେ ସେଠାରେ ଛିନ୍ନଛତ୍ର ହୋଇଥିବାର ଦେଖିଥିଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଚୋର କିଛି ସୁନା ଓ ରୂପା ଅଳଙ୍କାର ଚୋରି କରିଛି। ଏ ନେଇ ଅଭିଯୋଗ ଦାୟର ହୋଇଛି, ଅଧିକ ତଦନ୍ତ ଚାଲିଛି ।

   Related Posts