ବଦଳିନି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ ତାରିଖ, ମାର୍ଚ୍ଚ ୧୬ରୁ ଆରମ୍ଭ ହେବ Budget season
13/03/2020 at 4:34 PM

ଭୋପାଲ ୧୩।୩: ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ତିଥି ପରିବର୍ତ୍ତିତ ହୋଇନି। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ୧୬ ମାର୍ଚ୍ଚ ସୋମବାରଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ବିଧାସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।

ବିଧାନସଭା ବାଚସ୍ପତି ଏନ.ପି.ପ୍ରଜାତପତିଙ୍କ ନାମରେ ପରିଚାଳିତ ହେଉଥିବା ଏକ ଚ୍ୱିଟର ଆକାଉଣ୍ଟରେ କରୋନା ସଂକ୍ରମଣ ଯୋଗୁ ବିଧାନସଭା ଅଧିବେଶନ ମାର୍ଚ୍ଚ ୨୬କୁ ଘୁଞ୍ଚିବ ବୋଲି ଉଲ୍ଲେଖ ଥିଲା। ତେବେ ଏହି ପୋଷ୍ଟଟି ଏବେ ହଟାଇ ଦିଆଯାଇଥିବା ବେଳେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗୃହ ପରିଚାଳିତ ହେବ ବୋଲି ବିଧାନସଭା ଉପସଚିବ ହରିଶ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି।

ତେବେ ଟ୍ୱିଟର ସୂଚନା ସମ୍ପର୍କରେ ପଚରା ଯିବାରୁ ସେ ଏ ନେଇ କିଛି କହିନାହାନ୍ତି। କେବଳ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ମାର୍ଚ୍ଚ ୧୬ ତାରିଖକୁ ଧାର୍ଯ୍ୟ ଥିଲା ଓ ଏଥିରେ କିଛି ପରିବର୍ତ୍ତନ ହୋଇ ନାହିଁ ବୋଲି ଶ୍ରୀବାସ୍ତବ କହିଛନ୍ତି। ରାଜ୍ୟରେ ଉପୁଜିଥିବା ରାଜନୈତିକ ସଂକଟ ବେଳେ କରୋନା ସଂକ୍ରମଣ ଲାଗି ବିଧାନସଭା ଘୁଞ୍ଚାଇ ଦିଆଯିବା ପ୍ରସଙ୍ଗ ରାଜନୀତିକୁ ଉଷ୍ମ କରିଥିଲା।