IAS ସ୍ତରରେ ଅଦଳବଦଳ : ମଧୁସୂଦନ ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୪।୩: ଆଇଏସଏ ସ୍ତରରେ ଅଦଳବଦଳ ହୋଇଛି । ୧୯୯୧ ବ୍ୟାଚ୍‌ର ଆଇଏଏସ ଅଫିସର ମଧୁସୂଦନ ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି । ଲ୍ୟାଣ୍ଡ ରେକର୍ଡସ ଆଣ୍ଡ୍ ସେଟେଲମେଣ୍ଟର କମିଶନର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ ଆଇଏଏସ ମଧୁସୂଦନ ପାଢୀ ।

ସେହିଭଳି ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ କମିଶନର ତଥା ସଚିବ ଦାୟିତ୍ବ ମିଳିଛି । ପରିବହନ ବିଭାଗର କମିଶନର ତଥା ସଚିବ ଦାୟିତ୍ବରେ ଥିଲେ ପ୍ରମୋଦ ମେହେର୍ଦ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.