ମାଧୁରୀ ସେୟାର କଲେ ୧୬ବର୍ଷ ପୁଅର ଲାଟେଷ୍ଟ ଫଟୋ : ଲୁକସରେ ଦେବେ ବଡ଼ ବଡ଼ ହିରୋଙ୍କୁ ମାତ୍
20/03/2019 at 3:40 PM

ମୁମ୍ବାଇ ୨୦/୩: ମାଧୁରୀ ଦୀକ୍ଷିତ ଜଣେ ଏପରି ଅଭିନେତ୍ରୀ ଯିଏ ତାଙ୍କ ହସ ଦ୍ବାରା ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଛନ୍ତି। ଦେଶସାରା ଲୋକେ ତାଙ୍କୁ ଅନେକ ନାଁରେ ଜାଣିଛନ୍ତି । କେହି ତାଙ୍କୁ ଧକ୍ ଧକ୍ ଗାର୍ଲ ଡାକନ୍ତି ତ କେହି ତାଙ୍କୁ ମୋହିନୀ ଡାକିଥାଆନ୍ତି। ମାଧୁରୀଙ୍କ ସ୍ମାଇଲ ଯେତିକି ମନଲୋଭା ହୋଇଥାଏ ତାଙ୍କ ନୃତ୍ୟ ମଧ୍ୟ ସେତିକି ଦର୍ଶକଙ୍କୁ ମତୁଆଲା କରିଥାଏ। ମାଧୁରୀ ‘କଲଙ୍କ’ରେ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରିଛନ୍ତି ଯାହା ବହୁତ ଶୀଘ୍ର ରିଲିଜ ହେବାକୁ ଯାଉଛି।

ମାଧୁରୀ ୧୯୯୯ରେ ମସିହାରେ ଆମେରିକାରେ ଫେମସ୍ ସର୍ଜନ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ବିବାହ ପରେ ମାଧୁରୀଙ୍କ ଦୁଇ ପୁଅ ହୋଇଥିଲେ । ତାଙ୍କ ବଡ଼ ପୁଅର ନାଁ ଅରିନ ଏବଂ ସାନ ପୁଅର ନାଁ ରେୟାନ। ମାଧୁରୀ ନିକଟରେ ସୋଶିଆଲ ମିଡିଆରେ ତାଙ୍କ ବଡ଼ପୁଅର ଫଟୋ ସେୟାର କରିଛନ୍ତି।

ଅରିନଙ୍କୁ ୧୬ବର୍ଷ ପୂରିସାରିଲାଣି। ଅରିନ ଅବିକଳ ତାଙ୍କ ବାପାଙ୍କ ପରି ଦିଶୁଛନ୍ତି। ବହୁତ ଶୀଘ୍ର ଅରିନ ମଧ୍ୟ ବଲିଉଡରେ ପ୍ରବେଶ କରିବେ। ଅରିନ ଏବେଠୁ ନିଜ ସୁନ୍ଦର ଚେହେରା ପାଇଁ ଚର୍ଚ୍ଚାରେ ଅଛନ୍ତି।
