ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ଭଉଣୀ ନିଜଠୁ ୪ ବର୍ଷ ସାନ ଅଭିନେତାଙ୍କୁ ବିବାହ କରିଥିଲେ

Published By : Prameya-News7 Bureau | March 29, 2019 IST

ମୁମ୍ୱାଇ୨୯|୩: ବଲିଉଡରେ ଅସଂଖ୍ୟ ପ୍ରେମ କାହାଣୀ ।କେବଳ ପ୍ରେମ ନୁହେଁ ପ୍ରେମ ବିବାଦର ତାଲିକା ମଧ୍ୟ କିଛି କମ ନାହିଁ । କିଛି ଲଭ ଷ୍ଟୋରୀ ଚର୍ଚ୍ଚିତ ହୋଇଥାଏ ତ କିଛି ନଜର ଆଢୁଆଳରେ ରହିଯାଇଥାଏ। ଅଭିନେତ୍ରୀ ରେଣୁକା ଶହାଣୀଙ୍କ ଲଭ ଷ୍ଟୋରୀ ଖୁବ୍‌ ନିଆରା, କିନ୍ତୁ ନଜର ଆଢୁଆଳରେ ରହିଯାଇଛି। ତେଣୁ ଅଭିନେତ୍ରୀ ରେଣୁକାଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଜାଣିନାହାନ୍ତି।  

{"id":98070}

ମାଧୁରୀ ଦିକ୍ଷୀତଙ୍କ ଭଉଣୀ ଭାବେ ରେଣୁକା ବେଶ ପରିଚିତ । ହମ ଆପକେ ହେଁ କୌନ ଚଳଚ୍ଚିତ୍ରରେ ରେଣୁକା ମାଧୁରୀଙ୍କ ବଡ ଭଉଣୀ ପୂଜା ଭୂମିକାରେ ଅଭିନୟ କରିଥିଲେ। ପରଦାରେ ଦୁଇ ଭଉଣୀଙ୍କ ଭଲ ପାଇବା ଦର୍ଶକ ବହୁତ ପସନ୍ଦ କରିଥିଲେ। ପୂଜା ଭୂମିକାରେ ଅଭିନୟ କରିଲା ପରେ ରେଣୁକା ବେଶ ଲୋକପ୍ରିୟତା ହାସଲ କରିଥିଲେ। ସେହି ସମୟରୁ ମାଧୁରୀ ଓ ରେଣୁକା ସିନେମା ଜଗତରେ ବେଷ୍ଟ ସିସଟରର୍ସ ଭାବେ ଜଣା ଶୁଣା।

{"id":98074}

ମାଧୁରୀ ଦିକ୍ଷିତଙ୍କ ଫିଲ୍ମି ଭଉଣୀ ରେଣୁକା ନିଜଠୁ ୪ ବର୍ଷ ସାନ ଜଣେ ଅଭିନେତାଙ୍କୁ ବିବାହ କରିଥିଲେ। ୧୮ ବର୍ଷ ତଳେ ୨୦୦୧ ମସିହାରେ ସେ ସୁପରହିଟ୍‌ ଖଳନାୟକ ଆଶୁତୋଷ ରାଣାଙ୍କୁ ବିବାହ କରିଥିଲେ । ୧୯୬୫ ମସିହା ମାର୍ଚ୍ଚ ମାସ ୨୭ ତାରିଖ ମହାରାଷ୍ଟ୍ରରେ ରେଣୁକାଙ୍କ ଜନ୍ମ । ବଲିଉଡରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରେଣୁକା।

{"id":98075}

ଫିଲ୍ମ ଶୁଟିଂ ସମୟରେ ରେଣୁକା ଓ ଆଶୁତୋଷ ପରସ୍ପରଙ୍କୁ ଭେଟିଥିଲେ। ସେହି ସମୟରେ ଆଶୁତୋଷ ଜାଣିନଥିଲେ ଯେ ରେଣୁକା କଣ କାମ କରନ୍ତି। ଆଶୁତଶ ଏକ ସାକ୍ଷାତକାରରେ କହିଥିଲେ ଯେ, ଥରେ ଦିପାବଳୀରେ ରେଣୁକା ତାଙ୍କୁ ମ୍ୟାସେଜ କରି ଶୁଭକାମନା ଜଣାଇଥିଲେ। ସେହି ସମୟରୁ ଉଭୟଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

{"id":98076}

୩ ମାସ ଫୋନରେ କଥା ହେଲା ପରେ ଉଭୟ ପରସ୍ପରଙ୍କୁ ବାହାରେ ଦେଖା ହୋଇଥିଲେ। ଏହା ପରେ ଦୁଇ ଜଣଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ୧୯୯୮ ମସିହା ଡିସେମ୍ୱର ମାସ ୩୧ ତାରିଖରେ ଉଭୟ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ।  ରେଣୁକା ପ୍ରଥମରୁ ବିବାହିତା ଥିଲେ। କିନ୍ତୁ କିଛି କାରଣ ଯୋଗୁଁ ତାଙ୍କର ଛାଡପତ୍ର ହୋଇଥିଲା। । ରେଣୁକା ନିଜ ଭାବନା ବିଷୟରେ ଆଶୁତୋଷଙ୍କୁ କହିନଥିଲେ କିନ୍ତୁ ଆଶୁତୋଷ ରେଣୁକାଙ୍କ ପାଇଁ ଥିବା ପ୍ରେମ ତାଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଆଶୁତୋଷ ରେଣୁକାଙ୍କଠୁ ୪ବର୍ଷ ସାନ ।

{"id":98077,"width":565,"height":546}

ରେଣୁକାଙ୍କ ମାଁ ଏହି ବିବାହ ପାଇଁ ଚିନ୍ତିତ ଥିଲେ କାରଣ ଆଶୁତୋଷ ରାଣା ମଧ୍ୟପ୍ରଦେଶର ବାସିନ୍ଦା ଥିଲେ। ତାଙ୍କ ପରିବାରରେ ୧୨ଜଣ ଲୋକ ରହୁଥିଲେ। ଆଶୁତୋଷ ତାଙ୍କ ମାଁଙ୍କୁ କହିଥିଲେ ଯେ, ରେଣୁକାଙ୍କର କୌଣସି ଅସୁବିଧା ହେବ ନାହିଁ। ଏହା କହି ସେ ରେଣୁକାଙ୍କ ମାଙ୍କ  ବିଶ୍ୱାସ ଜିତିଥିଲେ। ଫଳରେ ଉଭୟଙ୍କ ବିବାହ ହୋଇଥିଲା। ରେଣୁକା ଓ ଆଶୁତୋଷଙ୍କର ଦୁଇ ପୁଅଙ୍କ ନାଁ ହେଲା ସୌର୍ଯ୍ୟମନ ଓ ସତ୍ୟେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.