Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁବନେଶ୍ବରରେ ସପିଂ କଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍

28/11/2018 at 2:39 PM

ଭୁବନେଶ୍ବର ୨୮|୧୧:  ଭୁବନେଶ୍ବରରେ ସପିଂ କଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ଏକ ଗହଣା ଦୋକାନରୁ ଗହଣା କିଣିଛନ୍ତି । ତାରକସୀ କାମର ଗହଣା କିଣିଛନ୍ତି ମାଧୁରୀ । ସେ ଘଣ୍ଟାଏ କାଳ ସଂପୃକ୍ତ ଦୋକାନରେ ରହି ସୁନା ଅଳଙ୍କାର କିଣିବା ସହ ରୂପାର ଜଗନ୍ନାଥଙ୍କ ମୂର୍ତ୍ତି ସହ ଫିଲିଗ୍ରି ପର୍ସ ଆଦି କିଣିଛନ୍ତି । ସଂପୃକ୍ତ ଗହଣା ସୋରୁମ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମାଧୁରୀଙ୍କୁ ଦେଖିବାକୁ ମାଷ୍ଟରକ୍ୟାଣ୍ଟିନରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା । ମାଧୁରୀଙ୍କ ଝଲକ ପାଇଁ ଫ୍ୟାନଙ୍କର ପ୍ରବଳ ଭିଡ ଜମିଥିଲା ଗହଣା ଦୋକାନ ପରିସରରେ।

ସୂଚନାଯୋଗ୍ୟ ଯେ, ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ସୋମବାରଠାରୁ ଭୁବନେଶ୍ବରରେ ପହଞ୍ଚିଥିଲେ । ଗତକାଲି ହକି ବିଶ୍ବକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମାଧୁରୀ ଦୀକ୍ଷିତ । କଳିଙ୍ଗ ଷ୍ଟାଡିୟମରେ ମାଧୁରୀଙ୍କ ଜବରଦସ୍ତ ପରଫରମାନ୍ସ ଦେଖିବାକୁ ମିଳିଥିଲା । ମାଧୁରୀଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା ।

   Related Posts